• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇମ୍ରାନଙ୍କ ନାଁରେ କଣ ରହଛି ଦୁର୍ନୀତି ଅଭିଯୋଗ । ଖାଲି ଇମ୍ରାନ ନୁହଁନ୍ତି, ଇମ୍ରାନ ପତ୍ନୀଙ୍କର ଜଣେ ସାଙ୍ଗ ମଧ୍ୟ ଇମ୍ରାନ ସରକାର ସମୟରେ ସହାୟତା ପାଇ ସଂପତ୍ତି ବଢାଇଥିବା ନେଇ ରହିଛି ଅଭିଯୋଗ । ଆଉ ଏସବୁ ମାମଲା ଓ ପ୍ରସଙ୍ଗକୁ ନେଇ ଇମ୍ରାନଙ୍କୁ ଆକ୍ରମଣ ଜାରି ରଖିଛି ଶାସକ ଦଳ ।

ଇମ୍ରାନକୁ ଜେଲ୍ ପଠାଇବ କି ତୋଷଖାନା ମାମଲା? ତୋଷଖାନା କଣ ? ଏହା କେଉଁଠି ଅଛି? ତୋଷଖାନା ହେଉଛି ପାକିସ୍ତାନ କ୍ୟାବିନେଟ ନିୟନ୍ତ୍ରଣରେ ଥିବା ଏକ ଭଣ୍ଡାରଘର । ଯେଉଁଠି ରଖାଯାଇଛି ବହୁ ଦାମୀ ବିଦେଶୀ ଗିଫ୍ଟ । ୧୯୭୪ ମସିହାରେ ଏହାର ଗଠନ ହୋଇଥିଲା । ପାକ୍ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପାକ ସଂସଦର ସଭ୍ୟ, ମନ୍ତ୍ରୀ ଓ ବୈଦେଶିକ ସଚିବମାନେ ବିଦେଶ ଗସ୍ତ ବେଳେ ସେଠାରୁ ଯେଉଁ ସବୁ ଉପହାର ପାଆନ୍ତି, ତାକୁ ପାକିସ୍ତାନ ସରକାରଙ୍କ ସଂପତ୍ତି ବୋଲି ଗ୍ରହଣ କରାଯାଏ ।

ଏହି ଉପହାର ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏହି ତୋଷଖାନା ବା ଟ୍ରେଜର ହାଉସର ବ୍ୟବହାର କରାଯାଏ । ଜଣେ ଚାହିଁଲେ ନିଜେ ପାଇଥିବା ବିଦେଶୀ ଉପହାର ବାବଦ ଅର୍ଥ ଜମା କରି ତାକୁ ନେଇପାରିବ । ତେବେ ଇମ୍ରାନ୍ ଖାନ୍ ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ ବିଦେଶରୁ ପାଇଥିବା ଏକ ଦାମୀ ଘଣ୍ଟା, କଲମ ସମେତ ୪ଟି ଉପହାରକୁ ବାହାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଯାହା ପାକିସ୍ତାନ ରାଜକୋଷକୁ କ୍ଷତି ବୋଲି ଦର୍ଶାଯାଇଛି । ଏନେଇ ଇମ୍ରାନଙ୍କ ବିରୋଧରେ ଅଗଷ୍ଟ ୨୦୨୨ରେ ପାକିସ୍ତାନ ମୁସଲିମ ଲିଗ ନୱାଜ ବା PML-N ଅଭିଯୋଗ ଉଠାଇଥିଲା । ଏହା ପରେ ମାମଲା ଯାଇ ପହଞ୍ଚିଥିଲା କୋର୍ଟରେ ।...

ଖାଲି ଯେ ଇମ୍ରାନଙ୍କ ବିରୋଧରେ ଅଭିଯୋଗ ଆସିଛି ତାହା ନୁହେଁ, ବରଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଇମ୍ରାନଙ୍କ ପତ୍ନୀଙ୍କର ଜଣେ ବିଶ୍ୱସ୍ତ ସାଙ୍ଗ ଫାରହତ ଶାହାଜାଦିଙ୍କ ସଂପତ୍ତି ୪ ଗୁଣା ବଢିଛି । ଏକ ଅନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୮ ପରଠାରୁ ସଂପତ୍ତି ମୂଲ୍ୟ ବଢିଛି । ଇମ୍ରାନଙ୍କ ପ୍ରଧାନମନ୍ତ୍ରୀ କାଳରେ ଫାରହତ ଏବଂ ତାଙ୍କ ପରିବାର ଲୋକେ ବିଦେଶରେ ତାଙ୍କର ବ୍ୟବସାୟ ବଢାଇଛନ୍ତି । ଲଣ୍ଡନରେ ରିଅଲ ଇଷ୍ଟେଟ ବ୍ୟବସାୟ ଚଳାଇଥିଲେ ଫାରହାତ ।

୨୦୧୯ରୁ ୨୦୨୧ ମଧ୍ୟରେ କଂପାନୀ ରେଜିଷ୍ଟ୍ରେସନ କରାଯାଇଛି । ଏମିତିକି ଫାରହତଙ୍କ ଭଉଣୀ ମୁସରତ ଖାନଙ୍କ ନାଁରେ ବି ଲଣ୍ଡନରେ ରହିଛି ବିଭିନ୍ନ କଂପାନୀ । ଇମ୍ରାନ ସରକାର ସମୟରେ ଫାରହତ ଏବଂ ତାଙ୍କ ପରିବାର ଲୋକେ କଳାଧନକୁ ଧଳାରେ ପରିଣତ କରିଛନ୍ତି ବୋଲି ଅଭିଯୋଗ ଉଠିଛି ।...