• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରଙ୍ଗ ଖୋଲି ଦେଇଛି ହୃଦୟର ଚାବି । ଯୋଡ଼ି ଦେଇଛି ନୂଆ ସଂପର୍କ । ଏ ରଙ୍ଗ ଥିଲା ସଂପର୍କର, ଭାଇଚାରାର, ଆନନ୍ଦର, ଉତ୍ସାହର । ରାସ୍ତାଘାଟ ସବୁଠି, ସବୁଆଡ଼େ ଆଜି ଦୃଶ୍ୟ ଥିଲା ରଙ୍ଗୀନ, ମିଜାଜ ଥିଲା ସମସ୍ତଙ୍କର ରଙ୍ଗିଲା । ପରସ୍ପରକୁ ଟିକେ ଅବିର ବୋଳି ଦେଇ କିମ୍ବା ପିଚକାରୀରୁ ରଙ୍ଗଟିକେ ଛାଟିଦେଇ ସମସ୍ତେ ସଂପର୍କରେ ବୋଳି ଦେଇଥିଲେ ପ୍ରେମର ଆସ୍ତରଣ । ଘର ଘର ବୁଲି ସମସ୍ତେ ମନାଇଥିଲେ ହୋଲି ।

ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି ।

ଏନଆଇଟି ପରିସରରେ କିନ୍ତୁ ରଙ୍ଗ ଅବିରକୁ ବଳି ଯାଇଛି ଛାତ୍ରଛାତ୍ରୀଙ୍କ କାଦୁଅ ଖେଳ । କୃତ୍ରିମ କାଦୁଅ ପୋଖରୀରେ ଯିଏ ଯାହାକୁ ପାରୁଥିଲା ଗଡ଼ାଉଥିଲା, ଯିଏ ଯାହା ଉପରେ ପାରୁଥିଲା ଢାଳୁଥିଲା ପ୍ରେମ କାଦୁଅ । ଆଉ ବରଗଡ଼ର ଡାକ୍ତର ଦଂପତି ରାମକୃଷ୍ଣ ଓ ମମତା ପୁରୋହିତଙ୍କ ଘର ଅଗଣାରେ ଆୟୋଜିତ ସ୍ୱତନ୍ତ୍ର ହୋଲି ଉତ୍ସବରେ ତ ରଙ୍ଗ ବଦଳରେ ବର୍ଷୁଥିଲା ପ୍ରେମର ଫୁଲ ।

ରଙ୍ଗ ନା ଦେଖେ ଧର୍ମ ନା ବର୍ଣ୍ଣ। ପୁରୀ ଜିଲ୍ଲା ନିମାପଡ଼ା ମାଛପୁର-ରେଙ୍ଘାଳରେ ଭୁବନେଶ୍ୱର ଦେବଙ୍କ ଫଗୁ ଉତ୍ସବରେ ଏକାଠି ହୋଇ ପରସ୍ପର ସହ ରଙ୍ଗ ଅବିର ଖେଳିଛନ୍ତି ହିନ୍ଦୁ-ମୁସଲିମ ଭାଇ । ଏମାନେ ବି ଥିଲେ ମସଗୁଲ । କିଏ କେବେ ଅବିରର ରଙ୍ଗ ଦେଖି ନଥାନ୍ତୁ, ତ କିଏ ଶୁଣି ନଥାନ୍ତୁ ହାପି ହୋଲିର ଶବ୍ଦ ।

ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବରେ ବି ଧୁମ୍ ମଜିଥିଲେ, ନାଚିଥିଲେ, ମସ୍ତି କରିଥିଲେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଶିଶୁ,ପିଲା ।