ଖାଲି ସେତିକି ନୁହେଁ, ୟୁକ୍ରେନ୍ର ରାଜଧାନୀ କିଭ୍ ସହରରେ ଦୁଇଟି ଭୟଙ୍କର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।
ଭାରତୀୟ ସେନା ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ କ୍ରାସ୍ ହୋଇଥିବା ଜଣାପଡ଼ିଛି।
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।
ପୂର୍ବ ବଙ୍ଗୋପସାଗରରେ ମେ ୬ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୭ରେ ଲଘୁଚାପ, ୮ରେ ଅବପାତ ଓ ୯ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ। ଏହି ବାତ୍ୟାର ନାଁ ‘ମୋଚା’ ରଖାଯାଇଛି।
ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି ।
‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏଣୁ ସର୍ବପ୍ରଥମେ ଆମେ ସ୍ୱାସ୍ଥ୍ୟବାନ ହେବା ଜରୁରୀ। ସେ ଆଧ୍ୟାତ୍ମିକ ଜୀବନଯାପନ ହେଉ କି ଭୌତିକ ଜୀବନଯାପନ ଏ ସମସ୍ତ ସୁଖ ପାଇଁ ପ୍ରମୁଖ ହେଉଛି ସ୍ୱାସ୍ଥ୍ୟ। ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଗୃହବାସୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି। ଆସନ୍ତୁ ଜାଣିବା ଏହାର ପ୍ରତିକାର।
ପେନ୍ସନ୍ ଟଙ୍କା ହାତେଇବା ପାଇଁ ମୃତ ବ୍ୟକ୍ତିଙ୍କୁ ଫ୍ରିଜରରେ ରଖିଲେ। ମାସେ କି ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଶବକୁ ଫ୍ରିଜରରେ ରଖାଯାଇଥିଲା।
ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବେ ଅଜୟ ବଙ୍ଗା। ଅଜୟ ହେଉଛନ୍ତି ଭାରତରେ ଜନ୍ମିତ ଆମେରିକୀୟ ବ୍ୟବସାୟୀ ତଥା ମାଷ୍ଟରକାର୍ଡର ପୂର୍ବତନ ସିଇଓ।
ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଜାଣିନିଅନ୍ତୁ ଶୁଭ ଅଶୁଭ ସମୟ
ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି।
ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।
ଭାଇରାଲ୍ ହେଉଛି ପୋଲିସ୍ କର୍ମୀଙ୍କ ସୁରିଲା କଣ୍ଠର ଗୀତ। ଏହା ଲୋକଙ୍କୁ ପାଗଳ କରୁଛି। ଜଣେ ପୋଲିସ୍ କର୍ମୀ ହୋଇ ଏତେ ସୁନ୍ଦର ଗୀତ କିପରି ବୋଲିପାରୁଛନ୍ତି ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଆପଣ ବି ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ । ଜାଣନ୍ତୁ କେତେବେଳେ ପହଞ୍ଚିବେ କେଉଁଠି?
ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ବାସ୍ତବରେ ଏହା ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ଉକ୍ତ ଚାଷୀ ଉକାଭାଇ ଭାଟ୍ଟି ।
କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।
ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି । ଏହି ବ୍ରିଜ୍ ଗଞ୍ଜାମ ପାତ୍ରପୁରରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମକୁ ସଂଯୋଗ କରୁଥିଲା ।
ଗୁପ୍ତଧନ ଓ ଭୂତ ଛଡ଼ାଇବାର ଭାଣ୍ଡାମି କରି ଲଗାଉଥିଲା ଚୂନା । ସାମ୍ନାକୁ ଆସିଲାଣି ୬ଟି ମାମଲା, ଦେଢ଼ କୋଟିର ମିଳିଛି ହିସାବ । ୪ ଦିନିଆ ପୋଲିସ ରିମାଣ୍ଡରେ ଗଲା ଭଣ୍ଡ ମୌଲାନା କୈଫି ଖାନ୍ ।
କଡ଼ା ନିୟମ ନେଇ ଡିଜିପିଙ୍କୁ ପରିବହନ ସଚିବଙ୍କ ଚିଠି । କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ ।
ଦେଢ଼ମାସର ଲୁଚକାଳି ପରେ ରାଘବ ଜେନା ଗିରଫ । ଫୁଙ୍ଗୁଳା ଦେହରେ ଚଲେଇ ଚଲେଇ କୋର୍ଟଚାଲାଣ ।
ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ସେ ଗୋଷାଣୀକୁ ଆସି ପୂଜା କରିଥିଲେ । ହେଲେ ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଗସ୍ତ ।
ଆପଣ ଏହି କଥା ଶୁଣିଛନ୍ତି କି, ଏବେ AI ଆପଣଙ୍କ ମନ କଥା ବୁଝିପାରିବ । ଆପଣ ମନରେ କ’ଣ ଭାବୁଛନ୍ତି ତାହା AI ଜାଣିପାରିବ । ଆଉ ଆପଣଙ୍କୁ ମଧ୍ୟ ଜଣେଇବ । ତେଣୁ ସାବଧାନ ।
ମେ’ ୩, ୨୦୧୯ । ୪ ବର୍ଷ ତଳେ ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାରଖାର କରିଦେଇଥିଲା ଅତି ପ୍ରବଳ ସାମୁଦ୍ରିକ ଝଡ଼ ଫନି । ଅନେକଙ୍କ ମନରୁ ଏହାର କ୍ଷତ ଏବେବି ଶୁଖିନଥିବା ବେଳେ, ପୁଣି ଘାରିଛି ଆଉ ଏକ ଖରାଦିନିଆ ବାତ୍ୟା ଆଶଙ୍କା । ହେଲେ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ କହିଛି ଭାରତୀୟ ପାଣିପାଗ ବିଭାଗ ।
ସେକ୍ସ ରାକେଟ୍ ଚାଲୁଥିବା ବେଳେ ଜଣେ କଲିକତାର ଯୁବତୀଙ୍କ ସହ ଆଠଗଡ ଅଞ୍ଚଳର କିଙ୍ଗପିନ ମହିଳାଙ୍କୁ ଧରିବା ସହ ଚାରିଜଣ ଗ୍ରାହକଙ୍କୁ ମାଡି ବସିଥିଲା ପୋଲିସ । ସେମାନଙ୍କଠାରୁ କିଛି ନଗଦ ଟଙ୍କା ସହିତ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି
ଅନ୍ୟ ୨ଟି ଡ୍ରୋନକୁ ଗୁଳିକରି ଖସାଇଦେଇଛି ରୁଷିଆ ସେନା । ଆକ୍ରମଣରେ କ୍ରେମଲିନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା । ରାଷ୍ଟ୍ରପତି ପୁଟିନ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଲା ରୁଷିଆ ।
ଗୁଳିରେ କିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।