Advertisment

ଭାରତୀୟଙ୍କ ହାତକୁ ଯିବ ବିଶ୍ୱ ବ୍ୟାଙ୍କ ଡୋରି, ଅଜୟ ବଙ୍ଗା ପରବର୍ତ୍ତୀ ଅଧ୍ୟକ୍ଷ

ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବେ ଅଜୟ ବଙ୍ଗା। ଅଜୟ ହେଉଛନ୍ତି ଭାରତରେ ଜନ୍ମିତ ଆମେରିକୀୟ ବ୍ୟବସାୟୀ ତଥା ମାଷ୍ଟରକାର୍ଡର ପୂର୍ବତନ ସିଇଓ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Worl Bank President 2023

Former Mastercard CEO Ajay Banga appointed as next World Bank President

ଭାରତୀୟଙ୍କ ହାତକୁ ଯିବ ବିଶ୍ୱ ବ୍ୟାଙ୍କ ଡୋରି। ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବେ ଅଜୟ ବଙ୍ଗା। ଅଜୟ ହେଉଛନ୍ତି ଭାରତରେ ଜନ୍ମିତ ଆମେରିକୀୟ ବ୍ୟବସାୟୀ ତଥା ମାଷ୍ଟରକାର୍ଡର ପୂର୍ବତନ ସିଇଓ। ସେ ଆସନ୍ତା ଜୁନ ୨ରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ।

Advertisment

Executive Directors ବୈଠକରେ ସର୍ବସମ୍ମତି କ୍ରମେ ଅଜୟ ବଙ୍ଗାଙ୍କୁ ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ ପ୍ରେସିଡେଣ୍ଟ ଭାବେ ଚୟନ କରାଯାଇଛି। ତେବେ ପରିବର୍ତ୍ତୀତ ବିଶ୍ୱ ଅର୍ଥନୈତିକ ସ୍ଥିତି ସହିତ ଅଜୟଙ୍କ ଆଗରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। 

ମହାରାଷ୍ଟ୍ର ପୁଣେରେ ୧୯୫୯ ମସିହାରେ ଜନ୍ମିତ ଅଜୟ ବଙ୍ଗା ଶିମଲା, ଦିଲ୍ଲୀ ଓ ଅହମ୍ମଦାବାଦରେ ଶିକ୍ଷା ଗ୍ରହଣ କରିଛନ୍ତି। ୨୦୦୭ରେ ସେ ଆମେରିକୀୟ ନାଗରିକତ୍ୱ ଗ୍ରହଣ କରିଥିଲେ। ଗତ ମାର୍ଚ୍ଚରେ ଭାରତକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଅଜୟ। 

Advertisment
World Bank
Advertisment
Advertisment