• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଲେ ରାଷ୍ଟ୍ରପତି । ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ । ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।

ହେଲିପ୍ୟାଡରେ ଓହ୍ଲାଇବା ପରେ ପାହାଡ଼ପୁର ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି । ସ୍ୱତନ୍ତ୍ର କାର୍‌କେଡ୍‌ରେ ପାହାଡ଼ପୁର ଅଭିମୁଖେ ରାଷ୍ଟ୍ରପତି ଯାଇଛନ୍ତି । ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ ପରେ ବାହାରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ସଜେଇ ହୋଇଛି ମୟୂରଭଞ୍ଜ । ଦିନ ୧୦ଟା ୪୦ରେ ନିଜ ଗାଁ ମୟୂରଭଞ୍ଜର ପାହାଡପୁରରେ ରାଷ୍ଟ୍ରପତି ପହଞ୍ଚିବେ । ପରେ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ତାପରେ ଗୋଷାଣୀ ନୂଆଗାଁ ଗସ୍ତରେ ଯିବେ ଦ୍ରୌପଦୀ ।

ଗୋଷାଣୀ ନୂଆଗାଁରେ ପହଞ୍ଚିବା ପରେ ନାବାର୍ଡ ଦ୍ୱାରା ତିଆରି ହେଉଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ରହିଛି । ପରେ L and T ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ଉଦଘାଟନ କରିବେ । ଏହାସହ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବାର ରହିଛି କାର୍ଯ୍ୟକ୍ରମ । ୧୨ଟା ୩୦ ରେ ପାହାଡପୁରରୁ ବାହାରି ୧୨.୪୫ରେ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିବା ପରେ ନିଶାମୁକ୍ତି ଓଡିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ ।

ଖାଲି ସେତିକି ନୁହେଁ ପ୍ରାୟ ୧୨୦ ଜଣ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟିବା ସହ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ମହୁଲଡିହାରେ ଥିବା PWD ବଂଗଳାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷୀକି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହେଲିକପ୍ଟରରେ ସିଧା ଯିବେ ଶିମିଳିପାଳ ଅଭୟାରଣ୍ୟ । ସ୍ୱତନ୍ତ୍ର ଗାଡ଼ିରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟର ବରେହିପାଣି ଓ ଚହଲା ବୁଲିବା କାର୍ଯ୍ୟକ୍ରମ ରହିଛି ।