• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ଘୋଷଣା ଦାବି । ଭୁବନଶ୍ୱରରେ ଥିବା ଖଣ୍ଡଗିରି ଓ ଉଦୟଗିରି ସ୍ମାରକକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି । ଏହାର ରକ୍ଷଣାବେକ୍ଷଣ କରୁଛି ASI । ଖଣ୍ଡଗିରି ଓଉଦୟଗିରି ଗୁମ୍ଫାରେ ଜୈନ ଧର୍ମକୁ ନେଇ ଅନେକ ପଥର ଖୋଦିତ ସ୍ମାରକ ରହିଛି । ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି ।

ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ହୋଇଥିବା ପଥର ଖୋଦେଇ କଳା ଗ୍ରୀକ ଏବଂ ରୋମର ଭାସ୍କର୍ଯ୍ୟ କଳା ସହ ସାମଞ୍ଜସ୍ୟ ରହିଛି । ଏଥିପ୍ରତି ଗୁରୁତ୍ୱ ଦେଇ ଦୁଇ ଐତିହ୍ୟକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କଲେ ଏହି ଦୁଇ ଐତିହ୍ୟର ସୁନ୍ଦର ଭାବେ ରକ୍ଷଣାବେକ୍ଷଣ ହୋଇପାରିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।