Advertisment

Vastu Tips: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏଣୁ ସର୍ବପ୍ରଥମେ ଆମେ ସ୍ୱାସ୍ଥ୍ୟବାନ ହେବା ଜରୁରୀ। ସେ ଆଧ୍ୟାତ୍ମିକ ଜୀବନଯାପନ ହେଉ କି ଭୌତିକ ଜୀବନଯାପନ ଏ ସମସ୍ତ ସୁଖ ପାଇଁ ପ୍ରମୁଖ ହେଉଛି ସ୍ୱାସ୍ଥ୍ୟ। ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଗୃହବାସୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି। ଆସନ୍ତୁ ଜାଣିବା ଏହାର ପ୍ରତିକାର।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Dosha Nivarana

If there is Vastudosha in the house, there may be incurable disease

ସୁସ୍ଥ ରହିବାକୁ ହେଲେ ଉତ୍ତମ ପରିବେଶରେ ରହିବା ନିହାତି ଆବଶ୍ୟକ। ବାହାର ଓ ଭିତରର ପରିବେଶ ଓ ସାଜସଜ୍ଜାକୁ ନେଇ ଗୃହରେ ଯଦି କୌଣସି ନିର୍ମାଣରେ ଦୋଷ ତୃଟି ରହିଯାଇଥାଏ ତେବେ ଗୃହବାସୀ ଅନେକ ଦୁଃଖ ଦୁର୍ଦ୍ଦଶା ସହିତ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରିଥାନ୍ତି।

Advertisment

‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏଣୁ ସର୍ବପ୍ରଥମେ ଆମେ ସ୍ୱାସ୍ଥ୍ୟବାନ ହେବା ଜରୁରୀ। ସେ ଆଧ୍ୟାତ୍ମିକ ଜୀବନଯାପନ ହେଉ କି ଭୌତିକ ଜୀବନଯାପନ ଏ ସମସ୍ତ ସୁଖ ପାଇଁ ପ୍ରମୁଖ ହେଉଛି ସ୍ୱାସ୍ଥ୍ୟ। ସୁତରାଂ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଏଥିପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ନିଜର ଜୀବନଯାପନର ପ୍ରଣାଳୀକୁ ମଧ୍ୟ ଠିକ୍ ରଖିବାକୁ ପଡିବ। ଏହାସହିତ ବାସ୍ତୁର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଯଦି ରୋଗଗ୍ରସ୍ଥ ହୋଇଛନ୍ତି ତେବେ ବାସ୍ତୁର ନିୟମକୁ ଠିକ୍ କରିନେଲେ ରୋଗୀଙ୍କ ଉପରେ ଔଷଧ କାମକରେ ଓ ରୋଗ ସହଜରେ ଭଲ ହୋଇଯାଏ।

Advertisment

ଆମ ଶରୀରରେ ଥିବା ପଞ୍ଚତତ୍ତ୍ୱ (ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ)ରେ ଅସନ୍ତୁଳନ ହେଲେ ଆମ ଶରୀରରେ ରୋଗ ସୃଷ୍ଟି ହୋଇଥାଏ। ତେବେ ବାସ୍ତୁ ଦ୍ୱାରା ଏହି ପଞ୍ଚତତ୍ତ୍ୱକୁ କିପରି ସନ୍ତୁଳନ କରାଯିବ ଆସନ୍ତୁ ଜାଣିବା।

  • ଗୃହର ଦକ୍ଷିଣ ଦିଗରେ କୂଅ, ଫାଟ, ଅଳିଆଗଦା ଥିଲେ ଗୃହ ସଦସ୍ୟମାନେ ଅଧିକାଂଶ ସମୟ ଅସୁସ୍ଥ ରୁହନ୍ତି।
  • ଦକ୍ଷିଣ ଦିଗରେ ଉତ୍ତର ଅପେକ୍ଷା, ଅଧିକା ଖାଲି ସ୍ଥାନ ଥିଲେ, ନୀଚ ହୋଇଥିଲେ ଗୃହରେ ମହିଳାମାନେ ରୋଗଗ୍ରସ୍ଥ ହୋଇଥାନ୍ତି
  • ଗୃହର ମୁଖ୍ୟଦ୍ୱାର ଉତ୍ତର ପଟେ ଥାଇ ଉତ୍ତର ପଟର ଚଉଡ଼ା ଅନ୍ୟ ଦ୍ୱାର ଅପେକ୍ଷା କମ ହେଲେ ମଧ୍ୟ ମହିଳାମାନେ ଅସୁସ୍ଥ ରୁହନ୍ତି
  • ଗୃହର ଉତ୍ତର ପଟରେ ଉଚ୍ଚ ଚଉଡ଼ା ବାରଣ୍ଡା ଥିଲେ ମଧ୍ୟ ଗୃହବାସୀ ଅଜଣା ରୋଗରେ ପିଡ଼ିତ ହୋଇଥାନ୍ତି
  • ଗୃହର ଅଗ୍ନିକୋଣରେ ରୋଷେଇ ଗୃହ ଥାଇ ମଧ୍ୟ ଯଦି ଅଗ୍ନିକୋଣରେ କାନ୍ଥରେ ଫାଟ ଥିବ ତେବେ ମହିଳାମାନେ ଅସୁସ୍ଥ ରୁହନ୍ତି
  • ଗୃହର ଦକ୍ଷିଣ-ଆଗ୍ନେୟ କୋଣରେ କୂଅ ଥିଲେ ଗୃହର ମହିଳାମାନେ ଅସୁସ୍ଥ ରୁହନ୍ତି
  • ଅଗ୍ନିକୋଣରେ କୂଅ ଥିଲେ, ସନ୍ତାନମାନେ ରୋଗିଣା ହୁଅନ୍ତି
  • ଗୃହର ଐଶାନ୍ୟ କୋଣ ଅପେକ୍ଷା ବାୟବ୍ୟ କୋଣ ନିମ୍ନ ହେଲେ ଗୃହସ୍ୱାମୀଙ୍କୁ ଶାରିରୀକ ଅସୁସ୍ଥତା ଭୋଗ କରିବାକୁ ପଡ଼ିଥାଏ
  • ଗୃହର ଦକ୍ଷିଣ-ଆଗ୍ନେୟ ନିମ୍ନ ହୋଇ ନୈୠତ, ବାୟବ୍ୟ ଓ ଐଶାନ୍ୟ ଦିଗ ଉଚ୍ଚ ହେଲେ ଗୃହର ସଦସ୍ୟମାନେ ଅସୁସ୍ଥ ରୁହନ୍ତି
  • ଗୃହର ନୈଋତ କୋଣରେ ଖାଲ କିମ୍ବା କଣ୍ଟା ଗଛ ଥିଲେ ଗୃହବାସୀ ଅସୁସ୍ଥ ରୁହନ୍ତି
  • ଗୃହର ନୈଋତ କୋଣରେ ରୋଷେଇ ଘର ଥିଲେ ଗୃହର ମହିଳାମାନେ ଅସୁସ୍ଥ ରୁହନ୍ତି

ଯଦି ଆପଣଙ୍କ ଘରେ ଏହିପରି ବାସ୍ତୁ ସମସ୍ୟା ଅଛି ବୋଲି ଜାଣୁଛନ୍ତି ଏବଂ ଏହା ଯୋଗୁଁ ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗ କରୁଛନ୍ତି ତେବେ ଏହାର ତୁରନ୍ତ ପ୍ରତିକାର କରିନେବା ଉଚିତ। ଗୋଟେ ସାଧାରଣ କିନ୍ତୁ ବହୁତ ପ୍ରଭାବୀ ପ୍ରତିକାରଟି ହେଲା- ପ୍ରତ୍ୟେକ ସଂକ୍ରାନ୍ତିରେ ହୋମ କରନ୍ତୁ ଏବଂ ଅଗ୍ନିହୋତ୍ର ନିଜେ କରନ୍ତୁ। ସ୍ୱାସ୍ଥ୍ୟଜନିତ ସମସ୍ୟାର ସମାଧାନ ହେବ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Bichar Vastu Tips Vastu Vichara Vastu Tips For Home
Advertisment
Advertisment