ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଏବେ ଚଳଚଞ୍ଚଳ ରଥଖଳା । ପବିତ୍ର ରଥଯାତ୍ରା ପାଇଁ ନିର୍ମାଣ ଚାଲିଛି ତିନିରଥ। ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ରଥକାମ ।
ବ୍ୟାଙ୍କ ଅଫ୍ ବରୋଦାର MD ଓ CEO ଭାବେ କାମ କରିବେ ଦେବଦତ୍ତ ଚାନ୍ଦ
ବାସ୍ତୁରେ ଯେଉଁ ସବୁ ନିୟମ ରହିଛି ସେଥିରୁ ସୂର୍ଯ୍ୟଙ୍କ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ପୁଣି ଗ୍ରହମଣ୍ଡଳର ମୁଖ୍ୟ। ଘରେ ସୂର୍ଯ୍ୟ କିରଣ ପଡିବା ଜରୁରୀ କି ନାହିଁ ଜାଣିବା ପାଇଁ ପଢନ୍ତୁ।
ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘ
କୂଅ ସମାନ୍ତରାଳରେ ଗାତ ଖୋଳି ରାସ୍ତା କରାଗଲା . .ତା’ପରେ . .
୧୭୧ ଟଙ୍କା ଶସ୍ତା ହେଲା କମର୍ସିଆଲ LPG ଗ୍ୟାସ୍ ସିଲିଣ୍ଡର । ହେଲେ ଘରୋଇ ବ୍ୟବହାର ସିଲିଣ୍ଡର ଦାମ୍ ଅପରିବର୍ତ୍ତିତ ରହିଥିବା ସୂଚନା ।
ଦିନେ ନକ୍ସଲ ବସି ରଣନୀତି କରୁଥିଲେ, ଆକ୍ରମଣର ନକ୍ସା ପ୍ରସ୍ତୁତ କରୁଥିଲେ..ଏବେ ସେଇଠି ଚାଲିଛି କମ୍ପ୍ୟୁଟର ଶିକ୍ଷା...ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଲାଲଗୃହର ଠିକଣା
ଶ୍ରମିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ପ୍ରତିବର୍ଷ ମେ ୧କୁ ସେମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ। ଶ୍ରମିକମାନଙ୍କ ଅଧିକାର ପ୍ରତି ମଧ୍ୟ ସ୍ୱର ଉତ୍ତୋଳନ କରାଯାଏ। ହେଲେ ଏହିଦିନ କାହିଁକି ଆରମ୍ଭ ହେଲା ଆସନ୍ତୁ ଜାଣିବା।
ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ
ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା ।
ଖୋର୍ଦ୍ଧା ଡାଳତୋଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଛନ୍ତି, ହେଲେ ଫାର୍ମାସିଷ୍ଟ ଆସୁନାହାନ୍ତି । ଫଳରେ ତାଙ୍କ ସ୍ଥାନ ନେଇଛନ୍ତି, ଜଣେ ସୁଇପର । ଏମିତିକି ରୋଗୀଙ୍କ ରକ୍ତଚାପ ମାପିବା କାମକୁ ବି ରୀତିମତ ତୁଲାଇ ଦେଉଛନ୍ତି ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ।
ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ... ନେତାଙ୍କଠୁ ବୁଦ୍ଧିଜୀବୀ, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କମନମ୍ୟାନ୍... ଦିଗ-ବର୍ଗ ନିର୍ବିଶେଷରେ ସାରା ଦେଶ ଶୁଣିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍'ର ୧୦୦ତମ ଏପିସୋଡ୍ ।
ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଘଟିପାରେ ଅଘଟଣ । ଆୟୋଜିତ ବାଇକ ଶୋଭାଯାତ୍ରାବେଳେ ଦେଖାଦେଇପାରେ ସାମ୍ପ୍ରଦାୟିକ ପରିସ୍ଥିତି । ୧୨ ତାରିଖ ରାଲି ପୂର୍ବରୁ ଏଭଳି ଠୋସ୍ ସୁରାଗ ପାଇଥିଲା ଗୁଇନ୍ଦା ବିଭାଗ । ଆଉ ୧୧ ତାରିଖରେ ହିଁ ଚିଠି ଲେଖି ସମ୍ବଲପୁର ଏସପିଙ୍କ ସହ ଗୃହ ବିଭାଗ ACS, ଆଇନ୍ ଶୃଙ୍ଖଳା ଏଡିଜି ଓ ସମ୍ବଲପୁର ରେଞ୍ଜ ଆଇଜିଙ୍କୁ ଚେତାଇ ଦେଇଥିଲା ।
ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ, ସେ ମହିଳାଙ୍କ ଝିଅକୁ ପାଠପଢ଼ାଇବେ । ତେଣୁ ସେ ତାଙ୍କୁ ଘରେ ରଖିଛନ୍ତି । ହେଲେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି
ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଉଥିବା ବେତାର କାର୍ଯ୍ୟକ୍ରମ ମନ୍ କି ବାତ୍ର ଆଜି ପୂରଣ ହୋଇଛି ଶହେ ତମ ସଂସ୍କରଣ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆଜିକୁ ଦୀର୍ଘ ୯ ବର୍ଷ ତଳେ ଏକ ମହତ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏ ଅଭିନବ ଅଭିଯାନ ଏବେ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି ।
ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।
ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ । କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ । ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ । ବିଏମସି ଆଣିଛି ଏପରି ନୂଆ ନିୟମ ।
କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି।
୧୯୭୨ ମସିହାରେ ଏନ.ଏ.ସିର ମାନ୍ୟତା ପାଇଲା ବାଣପୁର । ୫୦ ବର୍ଷ ପୂରିଲା ପରେ ବି ବିଭିନ୍ନ ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତା ସହ ବିଭିନ୍ନ ସାହି ଓ ଗାଁ ଭିତରେ ଜମି ରହୁଛି ପାଣି । ଯେଉଁଥି ଲାଗି ରୋଗ ବଢିବା ସହିତ ନାନାପ୍ରକାର ସମସ୍ୟା ଭୋଗୁଛନ୍ତି ଲୋକେ
ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ SBI ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ।
ଶନିଦେବଙ୍କ ପୂଜାର୍ଚ୍ଚନା ଲାଗି ପୂରା ପ୍ରସ୍ତୁତି ହେବା ସହିତ ହୋମଯଜ୍ଞ, ଭଜନ ସହ କୀର୍ତ୍ତନ ବି ହୋଇଥିଲା । ବିଶ୍ୱାସ ରହିଛି ଏଇ ମେଳାରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ସେଇଥି ଲାଗି ତ ଭକ୍ତଙ୍କର ଲାଗିଥିଲା ଗହଳି । ଖାଲି ଦିଅଁ ଦର୍ଶନ ନୁହେଁ ବରଂ ଠାକୁରଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।
ଭୁବନେଶ୍ୱରର ୬୭ଟି ଯାକ ୱାର୍ଡର ମ୍ୟାପ, ସୀମା, କେଉଁ ୱାର୍ଡରେ କେତେ ଲୋକ କାମ କରୁଛନ୍ତି, ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱରର କେଉଁ ରୁଟରେ କେତେ ସିଟି ବସ୍ ଚାଲୁଛି, କେତେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି, କେଉଁଠି କେତେ ଷ୍ଟପେଜ ଅଛି, କେଉଁ ଅଞ୍ଚଳରେ ଲୋକ ଅଧିକ ସିଟି ବସ୍ ବ୍ୟବହାର କରୁଛନ୍ତି, ଭବିଷ୍ୟତରେ ଆଉ କେଉଁଠି ମୋ ବସ୍ ଚାଲିବ, ଏସବୁର ବିସ୍ତୃତ ରିପୋର୍ଟ ମାଗିଛି DMRC ।