Advertisment

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଏଣିକି ୨ ବର୍ଷ ଜେଲ୍, ୧୫୦୦୦ ଫାଇନ୍

କଡ଼ା ନିୟମ ନେଇ ଡିଜିପିଙ୍କୁ ପରିବହନ ସଚିବଙ୍କ ଚିଠି । କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Drink And Drive

ବନ୍ଧା ହେବେ, ଜେଲ୍ ଯିବେ ମଦୁଆ ଗାଡ଼ି ଚାଳକ। ସଡ଼କ ଦୁର୍ଘଟଣା କମାଇବା ଲକ୍ଷ୍ୟରେ ମଦୁଆ ଗାଡ଼ି ଚାଳକଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ପୋଲିସ ଡିଜିଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ ।

Advertisment

ମଦ ପିଇ ଗାଡ଼ି ଚଳାଉଛନ୍ତି କି ? ହୁସିଆର ! ଧରାପଡ଼ିଲେ ଆଉ ଦୟାମାୟା ନାହିଁ। ଖାଲି ଫାଇନରେ ମିଳିବନି ନିସ୍ତାର । ଗିରଫ ହେବେ, ଜେଲ୍ ଯିବେ । ମଦୁଆ ଗାଡ଼ି ଚାଳକଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ରାଜ୍ୟର ସବୁ ଥାନାକୁ ନିର୍ଦ୍ଦେଶ ଜାରି ପାଇଁ କହିଛି ବାଣିଜ୍ୟ ଓ ପରିବହନ ବିଭାଗ । ଏନେଇ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ ଉଷା ପାଢ଼ୀ । ଚିଠିରେ କୁହାଯାଇଛି, ମଦପିଇ ଗାଡ଼ି ଚାଳନା ରାଜ୍ୟରେ ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ । ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ RTOମାନେ ୧୨ଶହ ୫୭ଟି ଓ ପୋଲିସ୍ ୧୩୩ଟି ମଦ୍ୟପାନ କରି ଗାଡ଼ିଚାଳନା ମାମଲା ଚିହ୍ନଟ କରିଥିଲେ ।

ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ମୋଟର ଯାନ ଆଇନରେ ଜେଲ୍ ଦଣ୍ଡ ଓ ଲାଇସେନ୍ସ ବାତିଲ୍ ଭଳି ଦଣ୍ଡବିଧାନ ବ୍ୟବସ୍ଥା ଥିଲେ ବି ସେମାନଙ୍କୁ ଗିରଫ ନକରି ଛାଡ଼ି ଦିଆଯାଇଥିଲା । ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରି ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍‌କୁ ନିରୁତ୍ସାହିତ କରିବା ଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ ପାଇଁ ପୋଲିସ୍ ଡିଜିଙ୍କୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଥାନା ଓ RTO ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ବ୍ରିଦ୍ ଆନାଲାଇଜର ଯୋଗାଇ ଦିଆଯାଇଥିବା ମଧ୍ୟ କହିଛନ୍ତି ବିଭାଗୀୟ ସଚିବ। ଏମିତିକି ପ୍ରତି ମଙ୍ଗଳବାର ଜିରୋ ଟଲେରାନ୍ସ ଡେ’ରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ ।

Advertisment

ମୋଟର ଯାନ ଆଇନ ଧାରା ୧୮୫ ଅନୁସାରେ, ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ପ୍ରଥମ ଥର ଲାଗି ଧରାପଡ଼ିଲେ ୬ ମାସ ଜେଲ୍ ଦଣ୍ଡ ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଅଥବା ଉଭୟ ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି । ଦ୍ୱିତୀୟ ଥର ପରଠାରୁ ଏଭଳି ମାମଲାରେ ଧରାପଡ଼ିଲେ, ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧୫ ହଜାର ଟଙ୍କା ଯାଏଁ ଜରିମାନା ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରିବ । ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରିଆରେ ସଡ଼କ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟକୁ ସ୍ୱାଗତ କରିଛନ୍ତି ଗାଡ଼ି ଚାଳକ । ବିଶେଷଜ୍ଞ କହିଛନ୍ତି, ଏହି ନିୟମ ପୂର୍ବରୁ ରହିଛି। ପୋଲିସ୍ ହେଲମେଟ୍‌ ଓ ସିଟ୍ ବେଲ୍ଟ ଚେକିଂ କରୁଥିଲେ ବି ମାନବ ସମ୍ବଳ ଅଭାବରୁ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ମାମଲାଗୁଡ଼ିକୁ ଅଣଦେଖା କରୁଛି। 

୨୦୨୩ ଏପ୍ରିଲ ୧ରୁ ୭ ତାରିଖ ଯାଏଁ ପାଳନ ହୋଇଥିବା ଜିରୋ ଫାଟାଲିଟି ୱିକରେ ରାଜ୍ୟରେ ସଡ଼କ ଦୁର୍ଘଟଣା ୩୯.୯ ପ୍ରତିଶତ କମିଥିବା ବେଳେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮.୬ ପ୍ରତିଶତ କମିଛି । ୨୦୨୧ରେ ରାଜ୍ୟରେ ୧୦ ହଜାର ୯୮୩ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ପ୍ରାଣ ହରାଇଥିଲେ ୫ ହଜାର ୮୧ ଜଣ। ଏଥିରେ ବ୍ରେକ୍ ଲଗାଇବା ପାଇଁ ଚାହୁଁଛି ପରିବହନ ବିଭାଗ ।

Road Safety Drink And Driving
Advertisment
Advertisment