Advertisment

ବିବାହ କାର୍ଯ୍ୟକ୍ରମକୁ ଯାଉଥିଲେ, ବାଟରେ ଜଗିଥିଲା ଯମ...ଅକାଳରେ ଚାଲିଗଲା ୧୦ ଜୀବନ

ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chhattisgarh Accident News Today

10 killed in road accident in Chhattisgarh

ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଛତିଶଗଡ଼ ବାଲୋଦ ଜିଲ୍ଲା ଜଗତାରା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତ ଶିଶୁକୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

Advertisment

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଖୋଜିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ସୂଚନା ଅନୁସାରେ, ଗୋଟିଏ ପରିବାରର ସଦସ୍ୟମାନେ ଏକ ବୋଲେରୋରେ ବାଲୋଦଗହନ ନିକଟରେ ବିବାହ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଜଗତାରା ନିକଟରେ ଟ୍ରକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏଥିରେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। 

ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁଃଖ ପ୍ରକାଶ କରିଛନ୍ତି। 

Advertisment

Road Accident Accident
Advertisment
Advertisment