• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଗିଲେ ପୁଟିନ୍‌ । ଏଥର ଆଉ ନିସ୍ତାର ନାହିଁ ! ୟୁକ୍ରେନ୍‌ରେ ଯାହାକୁ ଦେଖିଲେ ତାକୁ ମାର କହିଲେ ! ତାଙ୍କ ଘର ଉପରେ ବାରମ୍ବାର ଡ୍ରୋନ୍ ଆଟାକ୍‌ ସହ ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଥିବାରୁ ଏବେ ଭୀଷଣ ରାଗି ଯାଇଛନ୍ତି ପୁଟିନ୍‌ । ଏହି ସବୁ ଆକ୍ରମଣ ପଛରେ ୟୁକ୍ରେନ୍‌ର ହାତ ଥିବା ସନ୍ଦେହ କରି ସେ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଯାହାଫଳରେ ପୁଟିନ୍‌ ସେନା ଏବେ ରକ୍ତମୁଖା ପାଲଟିଛି । ଗତକାଲି ପୁଟିନ୍‌ଙ୍କ ବାସଭବନ କ୍ରେମ୍‌ଲିନ୍‌ ଗମ୍ବୁଜ ଉପରେ ଡ୍ରୋନ୍ ବିସ୍ଫୋରଣ ପରେ, ପୁଟିନ୍‌ ସେନା ଖେରସନ୍‌ରେ ତାଣ୍ଡବ ରଚିଛି ।

ଋଷ ପକ୍ଷରୁ ଖେରସନ୍‌ ସହରର ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୋଟିଏ ସୁପର ମାର୍କେଟ, ରେଲୱେ ଷ୍ଟେସନ୍‌ ଓ କିଛି ସାଧାରଣ ଲୋକଙ୍କ ଉପରେ ଋଷ ସେନା ଆଖିବୁଜା ଗୁଳି ଚଳାଇଛି । ଯେଉଁଥିରେ ଏବେ ସୁଦ୍ଧା ୨୧ ଜଣଙ୍କ ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପ୍ରାୟ ୪୮ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସ୍ଥାନୀୟ କିଭ୍‌ ପୋଷ୍ଟ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ, ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସହରରେ ଦୁଇଟି ଭୟଙ୍କର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।

ତେବେ ପୁଣି ଥରେ କିଭ୍‌ରେ ଏଭଳି ସ୍ଥିତି ଉପୁଜିବା ପରେ, ବାୟୁ ସେନାକୁ ଆଲର୍ଟ କରାଯାଇଛି । ଆହୁରି ଏୟାର ଆଟାକ୍‌ ହେବା ଆଶଙ୍କା ଥିବାରୁ ଲୋକଙ୍କୁ ନିଜ ଘର ଭିତରେ ସୁରକ୍ଷିତ ରହିବାକୁ କୁହାଯାଇଛି । ବାୟୁସେନା ପକ୍ଷରୁ କିଭ୍, ଚେରନିହିଭ୍, ସୁମି, ପୋଲଟାଭ, ଖାରକିଭ୍, ମିକୋଲାଇଭ୍, ଓଡ଼େଶା ଭଳି ଅଞ୍ଚଳରେ ଏୟାର ରେଡ୍‌ ଆଲର୍ଟ ଜାରି କରାଯାଇଛି ।

ଗତକାଲି ପୁଟନ୍‌ଙ୍କ ବାସଭବନ କ୍ରେମ୍‌ଲିନ୍‌ର ଗମ୍ବୁଜ ଉପରେ ଏକ ଡ୍ରୋନ୍‌ ବ୍ଲାଷ୍ଟ ହେବା ପରେ ରୂଷ ସେନା ଏଭଳି ରକ୍ତମୁଖା ପାଲଟିଛି । ଆଉ ଘନ ଘନ ଆକ୍ରମଣ କରିଛି । ଜୋରଦାର ଏୟାର ଷ୍ଟ୍ରାଇକ୍‌ ସହ ୟୁକ୍ରେନ୍‌ର ବିଭିନ୍ନ ସହରରେ ମୃତ୍ୟୁର ତାଣ୍ଡବ ଲୀଳା ରଚିଛି ।

ତେବେ ଗତକାଲିର ଡ୍ରୋନ୍‌ ଆଟାକ୍‌ ପଛରେ ୟୁକ୍ରେନ୍‌ର କୌଣସି ହାତ ନଥିବା କଥା କହିଛନ୍ତି, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି । ସେ କହିଛନ୍ତି କ୍ରେମ୍‌ଲିନ୍‌ ଉପରେ ହୋଇଥିବା ଡ୍ରୋନ୍‌ ଆକ୍ରମଣରେ ତାଙ୍କର କୌଣସି ହାତ ନାହିଁ । ଏମିତିକି ମସକୋରେ ହୋଇଥିବା ଆକ୍ରମଣରେ ମଧ୍ୟ ତାଙ୍କର କୌଣସି ଭୂମିକା ନାହିଁ ।

ସୂଚନାଯୋଗ୍ୟ, ଋଷିଆ ରାଷ୍ଟ୍ରପତି ନିବାସ କ୍ରେମଲିନ ଉପରେ କରାଯାଇଥିଲା ଡ୍ରୋନ୍ ମାଡ଼ । କ୍ରେମଲିନର ଏକ ଗମ୍ବୁଜ ଉପରେ କ୍ରାସ୍ ହୋଇଥିଲା ଗୋଟିଏ ଡ୍ରୋନ୍ । ଅନ୍ୟ ୨ଟି ଡ୍ରୋନକୁ ଗୁଳିକରି ଖସାଇଦେଇଥିଲା ରୁଷିଆ ସେନା । ଆକ୍ରମଣରେ କ୍ରେମଲିନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା । ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ଦାବି କରି ରୁଷିଆ ରାଗିପାଚି ଲାଲ୍ ହୋଇଥିବା ସୂଚନା ରହିଥିଲା । ଆଦୌ ଛାଡ଼ିବୁନି, କଡ଼ା ପ୍ରତିଶୋଧ ନେବୁ କହିଥିଲା ରୁଷିଆ ।