• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ପୁଟିନଙ୍କୁ ହତ୍ୟା ଉଦ୍ୟମ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ । ରାଷ୍ଟ୍ରପତି ନିବାସ କ୍ରେମଲିନ ଉପରେ କରାଯାଇଛି ଡ୍ରୋନ୍ ମାଡ଼ । କ୍ରେମଲିନର ଏକ ଗମ୍ବୁଜ ଉପରେ କ୍ରାସ୍ ହୋଇଛି ଡ୍ରୋନ୍ । ଅନ୍ୟ ୨ଟି ଡ୍ରୋନକୁ ଗୁଳିକରି ଖସାଇଦେଇଛି ରୁଷିଆ ସେନା । ଆକ୍ରମଣରେ କ୍ରେମଲିନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା । ରାଷ୍ଟ୍ରପତି ପୁଟିନ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଲା ରୁଷିଆ । ତେବେ କ୍ରେମଲିନ ଉପରେ ଡ୍ରୋନ୍ ଆକ୍ରମଣ ପରେ ରୁଷିଆ କ୍ଷୁବ୍ଧ । ୟୁକ୍ରେନ ଆକ୍ରମଣ କରିଥିବା ଦାବି କରି ରୁଷିଆ ରାଗିପାଚି ଲାଲ୍ ହୋଇଥିବା ଦେଖାଯାଇଛି । ଆଦୌ ଛାଡ଼ିବୁନି, କଡ଼ା ପ୍ରତିଶୋଧ ନେବୁ କହିଲା ରୁଷିଆ । ରୁଷିଆର ଚେତାବନୀ ପରେ ସାରା ବିଶ୍ୱରେ ହଲଚଲ୍ ।

ତେବେ ଏହା ପ୍ରଥମଥର ନୁହେଁ ବାରମ୍ବାର ପୁଟିନ୍‌ଙ୍କ ଉପରେ ହେଉଛି ଆକ୍ରମଣ । ବାରମ୍ବାର କରାଯାଉଛି ହତ୍ୟା ଉଦ୍ୟମ । ପୁର୍ବରୁ ମଧ୍ୟ ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ହେଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ସେହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା । ନୂତନ ଭାବେ ନିର୍ମିତ ଶିଳ୍ପ ପାର୍କ ପରିଦର୍ଶନ ସମୟରେ ପୁଟିନ ଯିବାବେଳେ ତାଙ୍କୁ ହତ୍ୟା କରାଯିବାକୁ ଯୋଜନା କରିଥିଲା ୟୁକ୍ରେନ୍‌ ।

ମସ୍କୋ ନିକଟ ନୋଜିନସ୍କ ଅଞ୍ଚଳର ଜଙ୍ଗଲରେ UJ-22 ଡ୍ରୋନ୍ ମିଳିଥିଲା । ଯେଉଁଥିରେ ୧୭ କିଲୋଗ୍ରାମ C4 ପ୍ଲାଷ୍ଟିକ୍ ବିସ୍ଫୋରକ ରହିଥିଲା । ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ପଠାଯାଇଥିଲା ବୋଲି ୟୁକ୍ରେନ୍‌ କାର୍ଯ୍ୟକର୍ତ୍ତା ୟୁରୀ ରୋମାନେଙ୍କୋ ଦାବି କରିଥିଲେ ।

ଏହା ପୂର୍ବରୁ ପୁଟିନ୍‌ଙ୍କ କାରେଡ୍‌ ଯାଉଥିବା ବେଳେ ସେଥିରେ ଆକ୍ରମଣ କରାଯାଇଥିଲା । କାର୍‌ର ଆଗ ଚକା ବ୍ଲାଷ୍ଟ ହୋଇଥିଲା । ଧୁଆଁ ମୟ ହୋଇଯାଇଥିଲା ପରିବେଶ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଥିଲେ । ସେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ତାଙ୍କ କାର୍‌ର ଆଗ ଚକା ବ୍ଲାଷ୍ଟ ହୋଇଥିଲା । ପରେ ଚାରିଆଡ଼େ ଧୁଆଁ ବ୍ୟାପି ଯାଇଥିଲା ।