Advertisment

Viral Video: ବାଃ… କି ସ୍ୱର; ମନ ମୋହୁଛି ପୋଲିସ୍‌କର୍ମୀଙ୍କ ସୁରିଲା କଣ୍ଠର ଯାଦୁ

ଭାଇରାଲ୍ ହେଉଛି ପୋଲିସ୍ କର୍ମୀଙ୍କ ସୁରିଲା କଣ୍ଠର ଗୀତ। ଏହା ଲୋକଙ୍କୁ ପାଗଳ କରୁଛି। ଜଣେ ପୋଲିସ୍ କର୍ମୀ ହୋଇ ଏତେ ସୁନ୍ଦର ଗୀତ କିପରି ବୋଲିପାରୁଛନ୍ତି ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଆପଣ ବି ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Police officer singing Viral Video

Police officer sing tera hone laga hoon and play guitar viral

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଚାକିରିକୁ ନାପସନ୍ଦ କରିବା ଅନ୍ୟମାନଙ୍କ ଚାକିରିକୁ ବହୁତ ପସନ୍ଦ କରନ୍ତି। ଅନେକ ସମୟରେ କାମର ଚାପ, ରିସ୍କ, ଚାଲେଞ୍ଜ୍ ଲୋକଙ୍କୁ ନିଜ ଚାକିରି ପ୍ରତି ବିତୃଷ୍ଣା ଆଣିଥାଏ। ତେବେ ଥରେ ଭାବନ୍ତୁ ତ ଜଣେ ପୋଲିସ କର୍ମୀଙ୍କ ଜୀବନ ଏ ସବୁରେ କେତେ ମାତ୍ରାରେ ପ୍ରଭାବିତ।

Advertisment

ଆପଣ ନିଶ୍ଚିତ ଭାବୁଥିବେ ସେମାନଙ୍କ ବ୍ୟସ୍ତତା ଭିତରେ ସେମାନେ ଟିକେ ବି ମନୋରଂଜନ କରିବାକୁ ସମୟ ପାଉ ନଥିବେ। ସେମାନଙ୍କ ପାଖରେ ଥିବା ପ୍ରତିଭା ମଉଳି ଯାଉଥିବ।

କିନ୍ତୁ ଏହା ପ୍ରକୃତରେ ସେପରି ନୁହେଁ। କାରଣ ଏପରି ଅନେକ ଲୋକ ଲୋକ ଅଛନ୍ତି ଯେଉଁମାନେ ପୋଲିସ୍ ଚାକିରି କରି ମଧ୍ୟ ନିଜର ପ୍ରତିଭା ଓ ଶୌକ୍‌କୁ ମଧ୍ୟ ଜୀବିତ ରଖିଥାନ୍ତି। ଏହା ସହିତ ନିଜ କାମକୁ ମଧ୍ୟ ଭଲ ପାଆନ୍ତି।

Advertisment

ଅଧିକ ପଢ଼ନ୍ତୁ: ୟାଙ୍କ ଗୀତ ଥରେ ଶୁଣିଲେ ଅରିଜିତ୍‌ ସିଂଙ୍କୁ ଭୁଲି ଯିବେ..!

ନିକଟରେ ଦିଲ୍ଲୀ ପୋଲିସର ଏପରି ଜଣେ କର୍ମଚାରୀ ତାଙ୍କ ସ୍ୱରର ଯାଦୁରେ ସମସ୍ତଙ୍କ ହୃଦୟ କିଣିନେଇଛନ୍ତି। ଗୀତ ମାଧ୍ୟମରେ ସେ ଲୋକଙ୍କୁ ସେମାନଙ୍କ ଚାକିରିକୁ ଭଲ ପାଇବାକୁ ପ୍ରେରଣା ଦେଇଛନ୍ତି।

ଇନଷ୍ଟାଗ୍ରାମ ବ୍ୟବହାରକାରୀ ରଜତ ରାଠୋର ହେଉଛନ୍ତି ଦିଲ୍ଲୀ ପୋଲିସ କର୍ମଚାରୀ। ଏହା ସହିତ ସେ ମଧ୍ୟ ଜଣେ ଗାୟକ। ଚାକିରି ସହିତ ସେ ନିଜର ସୁନ୍ଦର ସ୍ୱର ସହିତ ଲୋକଙ୍କୁ ଆକର୍ଷିତ କରନ୍ତି। ଇନଷ୍ଟାଗ୍ରାମରେ ୭୦ ହଜାରରୁ ଅଧିକ ଲୋକ ତାଙ୍କୁ ଅନୁସରଣ କରନ୍ତି। ପୋଲିସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ତାଙ୍କ ସ୍ୱରର ଯାଦୁରେ ଲୋକଙ୍କ ହୃଦୟ ଜିତନ୍ତି।

ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ରଣବୀର ଏବଂ କ୍ୟାଟ୍ରିନାଙ୍କ ଚଳଚ୍ଚିତ୍ର 'ଅଜବ ପ୍ରେମ କି ଗଜବ କାହାନୀ'ର ପାକିସ୍ତାନୀ ଗାୟକ ଅତିଫ ଅସଲମଙ୍କ ଗୀତ 'ତେରା ହୋନେ ଲଗା ହୁଁ' ଗାଉଛନ୍ତି। କୌତୁହଳର ବିଷୟ ହେଉଛି ସେ ନିଜେ ଗିଟାର ବଜାଉଛନ୍ତି ଏବଂ ଗୀତ ମଧ୍ୟ ଗାଉଛନ୍ତି।

ତାଙ୍କ ସହିତ ଅନ୍ୟ ପୋଲିସ୍ କର୍ମଚାରୀମାନେ ମଧ୍ୟ ଅଛନ୍ତି ଯେଉଁମାନେ ଅନ୍ୟ ବାଦ୍ୟଯନ୍ତ୍ର ବଜାଉଥିବାର ଦେଖାଯାଏ। ରଜତଙ୍କ ସ୍ୱର ଖୁବ୍ ଚମତ୍କାର ଏବଂ ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଦିୱାନା ହେବାରେ ଲାଗିଛନ୍ତି।

ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ୪୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିଲେ। ଭିଡିଓଟିକୁ ୫ ଲ‍କ୍ଷରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ପାଖାପାଖି ୨ ହଜାର ଲୋକ ସେମାନଙ୍କ ମତ ଦେଇଛନ୍ତି। ଜଣେ ମଜ୍ଜାଳିଆ ଢଙ୍ଗରେ କହିଛନ୍ତି “ତାଙ୍କ ଗୀତ ଶୁଣି ଚୋର ବି ଚୋରି କରିବା ଛାଡିଦେବ।”

Viral Video Police Officers
Advertisment
Advertisment