ଓମ୍ ରାଓତଙ୍କ 'ଆଦିପୁରୁଷ' ଲୋକଙ୍କ ଭାବନାକୁ ଧକ୍କା ଦେଇଥିବା ବେଳେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି 'ଦଙ୍ଗଲ' ଫେମ୍ ନିର୍ଦ୍ଦେଶକ ନୀତେଶ ତିୱାରୀ। ସେ ‘ରାମାୟଣ’ର ସିନେମା ରୂପ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବାଛିସାରିଲେଣି ରାମ ଓ ସୀତା।
ଭାରସାମ୍ୟ ହରାଇ ନଦୀ ଭିତରକୁ ପଶିଗଲା କାର୍। ଫଳରେ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଭିତରେ ଥିବା ଯୁବତୀ କାର୍ ଡୋର୍ ଖୋଲି ପାଣିକୁ ଡେଇଁ ପଡ଼ିଥିଲେ।
ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।
ବିପିନଙ୍କ ସମର୍ଥକଙ୍କ ବିଜୟ ଯୋଗୁଁ ବିପ୍ଳବ ପାତ୍ର ଗୋଷ୍ଠୀକୁ ଝଟ୍କା ଲାଗିଛି । ନିକଟରେ ବିଜେଡିରୁ ବିପିନ ପ୍ରଧାନ ନିଲମ୍ବିତ ହୋଇଥିଲେ । ଦଳବିରୋଧୀ କାର୍ଯ୍ୟ ଦର୍ଶାଇ ବିପିନଙ୍କୁ ନିଲମ୍ବିତ କରାଯାଇଥିଲା।
ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।
ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।
ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲ୍ମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି।
ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
‘ଗ୍ରାମସଭାରେ ଯୋଗ୍ୟ ହିତାଧିକାରୀ, ତାଲିକାରେ କିନ୍ତୁ ଅଯୋଗ୍ୟ’..ରାଜ୍ୟରେ ପିଏମ୍ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ସିଏଜିଙ୍କ ସନ୍ଦେହ ..‘୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ’
ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ଆର୍ଥ୍ରାଇଟିସ୍ ସୃଷ୍ଟି କରେ, ଯେଉଁଥିରେ ରୋଗୀକୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ। କିନ୍ତୁ ଆମ ପାଖରେ ଏମିତି କିଛି ପ୍ରାକୃତିକ ଜିନିଷ ଅଛି ଯାହା ଆର୍ଥ୍ରାଇଟିସ୍ର ଯନ୍ତ୍ରଣାକୁ ହ୍ରାସ କରିପାରେ।
ପାକିସ୍ତାନରେ ଏକାଧିକ ଆତଙ୍କୀଙ୍କୁ ହତ୍ୟା..କାନାଡ଼ା ଓ ବ୍ରିଟେନରେ ବି ଆତଙ୍କୀଙ୍କୁ ହତ୍ୟା
ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବିରାଟ ବାଉଁଶ ପୋଲ । ନଈର ପ୍ରଖର ସୁଅରେ ଦୁଇ ଖଣ୍ଡ ହୋଇଗଲା ହାତ ତିଆରି ସେତୁ।
ଆମେ ଦିନକୁ ଦିନ ଯେତେ ନୂଆ ସଭ୍ୟତା ଆଡକୁ ଯାଉଥିଲେ ମଧ୍ୟ ଆମ ଭିତରେ କେଉଁଠି ନା କେଉଁଠି ସେହି ପ୍ରାଚୀନ ଅନ୍ଧବିଶ୍ୱାସ ରହିଯାଉଛି। ଆଜି ବି ଅନେକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ବିଭିନ୍ନ ପର୍ବପର୍ବାଣୀରେ ପଶୁ ବଳି ଦେଇଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଏ ଦିଗରେ ରୋକ ଦେବାକୁ ପଡିବ। କିପରି ସେମାନଙ୍କୁ ଏହି ମାନସିକତାରୁ ଦୂର କରିହେବ ଆସନ୍ତୁ ଜାଣିବା।
ୟୁଏସ୍, ୟୁରୋପ୍ ଉପଗ୍ରହ ଉତକ୍ଷେପଣ ବ୍ୟୟବହୁଳ ..ଭାରତୀୟ ରକେଟ ସହାୟତାରେ ଉତକ୍ଷେପଣ ଅତି ଶସ୍ତା.. ଭାରତୀୟ ରକେଟକୁ ବାଛୁଛନ୍ତି ବିଦେଶୀ ରାଷ୍ଟ୍ର ..ଭାରତୀୟ ସ୍ପେଶ ସେକ୍ଟର ପାଇଁ ସୁବର୍ଣ୍ଣ ସୁଯୋଗ
ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି।
ଅଭିନେତ୍ରୀ ନିଶା ମହାରଣାଙ୍କ ପାଇଁ ଗଣ୍ଡଗୋଳ.. ଷ୍ଟେଜ୍ ଉପରକୁ ନିଶା ପହଞ୍ଚିବା କ୍ଷଣି ଦର୍ଶକଙ୍କ ମଧ୍ୟରେ ହଟ୍ଟଗୋଳ ..
ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ, ଭାସିଗଲା ଯାନବାହନ
ଖୁବ୍ଶୀଘ୍ର ଭାରତୀୟ ରେଲ୍ୱେ ଏକ କନ୍ସେପ୍ଟ ଟ୍ରେନ୍ ଆଣିବାକୁ ଯାଉଛି। ଏଣିକି ଅତ୍ୟାଧୁନିକ ସ୍ଲିପର କୋଚ୍ର ସୁବିଧା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ରେ ଯାତ୍ରୀଙ୍କୁ ମିଳିବ।
ଦିଲ୍ଲୀ ବାସଭବନରେ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ... ମଦ ଦୁର୍ନୀତି ମାମଲାରେ ଚଢ଼ଉ ଚାଲିଥିବା ସୂଚନା ...
ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ବି ରହିବ ନଜର..୧୫ ଗୋଲ୍ଡ ସହ ୬୯ ମେଡାଲ ପାଇ ଚତୁର୍ଥ ସ୍ଥାନରେ ଭାରତ
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ...
କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...
ଦିନେ ପ୍ରତି ଘରେ ପରିଚିତ ଥିବା ମିଲେଟ୍ ବା ମାଣ୍ଡିଆକୁ ଆମେ ସହଜରେ ଭୁଲିଯାଇଛେ। ସିମେଇ, ଚାଉମିନ୍, ବର୍ଗର, ମୋମୋ ଆଦିକୁ ଆପଣେଇ ନେଇଛେ। ମିଲେଟ୍ ଗୁଣବତ୍ତା, ଔଷଧୀୟ ଗୁଣ ସବୁ କିପରି ଆମ ପାଇଁ ଉପଯୋଗୀ ତାହା ଏବେ ଏବେ ଆମ ନଜରକୁ ଆସିଛି। ଆସନ୍ତୁ ଜାଣିବା।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।