/odishatv-khabar/media/post_attachments/uploadimage/library/16_9/16_9_0/____1696402377.jpg)
Gold Price
ପାର୍ବଣ ପୂର୍ବରୁ ସୁନା କିଣିବାକୁ ଚାହୁଁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଖୁସି ଖବର। ମାସକ ମଧ୍ୟରେ ସୁନା ଦାମ୍ ୨ ହଜାର ଟଙ୍କା ଖସିଛି। ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।
କେବଳ ଅକ୍ଟୋବର ମାସର ୫ ଦିନରେ ସୁନା ଦର ୧ ହଜାର ୧୦୦ ଟଙ୍କା କମିଛି । ଏପରିକି ରୁପା ଦର କିଲୋଗ୍ରାମ ପିଛା ୭ ହଜାର ଟଙ୍କା ଖସି ୭୦ ହଜାର ଟଙ୍କାରେ ପହଞ୍ଚିଛି। ମାସକ ପୂର୍ବେ ସେପ୍ଟେମ୍ୱର ପହିଲାରେ ଏହା ୭୭ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଆଗକୁ ସୁନା ଦର ପୁଣି କମିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୭,୩୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୦,୭୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୫୯୦ ଟଙ୍କା ରହିଛି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
ସୁନାର ଶୁଦ୍ଧତା କିପରି ଜାଣିବେ:
ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ। ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୫୮, ୨୨କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଥାଏ। ପ୍ରାୟତଃ ସୁନା ୨୨ କ୍ୟାରେଟ୍ରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି। କ୍ୟାରେଟ୍ ୨୪ ରୁ ଅଧିକ ନଥାଏ, ଏବଂ କ୍ୟାରେଟ୍ ଯେତେ ଅଧିକ ସୁନା ସେତେ ଶୁଦ୍ଧ ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)