Advertisment

ବନ୍ୟାରେ ଭାସି ଯାଇ ୨୩ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ, ଭାସିଗଲା ଯାନବାହନ

author-image
Prangyan Parimita
ଅଦ୍ୟତନ ହୋଇଛି
flash flood

flash flood

ସିକିମରେ ବାଦଲ ଫଟା ବର୍ଷା । ବନ୍ୟାଯୋଗୁଁ ୨୩ ଜଣ ଯବାନ ଭାସିଯାଇଥିବା ସୂଚନା ମିଳିଛି । ବାଦଲ ଫଟା ବର୍ଷା ପରେ ଲାଚେନ୍ ଉପତ୍ୟକାର ତୀସ୍ତା ନଦୀରେ ଅଚାନକ ୧୫ରୁ ୨୦ ଫୁଟ ଉଚ୍ଚର ପାଣି ମାଡି ଆସିଥିଲା । ଏଥିଯୋଗୁ ନଦୀତଟରେ ଥିବା ଅନେକ ଘର ଭାସିଯାଇଛି । ଶହ ଶହ ଯାନବାହାନ ପାଣି ସୁଅରେ ଭାସି ଯାଇଛି । ନଦୀର ପ୍ରଖର ସ୍ରୋତରେ ୨୩ଜଣ ଯବାନ ଭାସିଯାଇଥିବା ସୂଚନା ମିଳିଛି। ସେନାକ୍ୟାମ୍ପ ମଧ୍ୟ ପ୍ରଭାବିତ ହୋଇଛି । ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ବାଦଲ ଫଟା ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବିପଜ୍ଜନକ ଭାବେ ବଢିବାରେ ଲାଗିଛି । 

Advertisment

ବନ୍ୟା ପରେ ଚୁଙ୍ଗନାଥ ବନ୍ଧରୁ ପାଣି ଛାଡ଼ିବା ପରେ ତଳିଆ ଅଞ୍ଚଳରେ ୧୫-୨୦ ଫୁଟ ପର୍ଯ୍ୟନ୍ତ ଅଚାନକ୍‌ ଜଳସ୍ତର ବଢ଼ିଯାଇଛି । ଫଳରେ ସିଙ୍ଗତମ ନିକଟ ବରଦଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ଗୁଡ଼ିକ ବୁଡ଼ିଯାଇଛି । ଏହା ବ୍ୟତୀତ ୨୩ ଜଣ ସେନା ଯବାନ ନିଖୋଜ ଥିବା ଖବର ରହିଛି । ସିକିମରେ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ହେତୁ ହାଇ ଆଲର୍ଟ ଜାରି କରାଯାଇଛି । ବନ୍ୟା ହେତୁ ସିକିମରୁ ସିଙ୍ଗଥମ ଫୁଟବ୍ରିଜ ଭୁଶୁଡି ପଡିଛି । ଜଲପାଇଗୁରି ପ୍ରଶାସନ ତିସ୍ତା ନଦୀର ତଳିଆ ଅଞ୍ଚଳକୁ ଖାଲି କରିବା ଆରମ୍ଭ କରିଛି ।

ଏତେ ବଡ଼ ଅଘଟଣ ଘଟିଲା କେମିତି ?

ମିଳିଥିବା ସୂଚନା ଅନୁସାୟୀ, ସିକ୍କିମରେ ଲଗାତାର ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି । ଫଳରେ ଚୁଙ୍ଗଥାଙ୍ଗ ଡ୍ୟାମରୁ ପାଣି ଛଡ଼ା ଯାଇଥିଲା । ଫଳରେ ହଠାତ୍ ତିସ୍ତା ନଦୀରେ ବଢ଼ି ଯାଇଥିଲା ଜଳସ୍ତର । ସ୍ୱାଭାବିକଠାରୁ ୧୫ରୁ ୨୦ ଫୁଟ୍ ଉଚ୍ଚ ପାଣି ପ୍ରଭାବିତ ହୋଇଥିଲା । ଇଷ୍ଟର୍ଣ୍ଣ କମାଣ୍ଡଙ୍କ ସୂଚନା ଅନୁସାରେ, ରେସ୍କ୍ୟୁ ଅପରେସନ୍ ପାଇଁ ଯବାନ ନିୟୋଜିତ ହୋଇଥିଲେ । ସେମାନଙ୍କ ଗାଡ଼ି ତିସ୍ତା ନଦୀ କୂଳରେ ଥିଲା । ହଠାତ୍ ପାଣି ଆସିଯିବା ଯୋଗୁଁ ତିସ୍ତା ନଦୀ କୂଳରେ ଥିବା ସେନାର ଗାଡ଼ି ଭାସି ଯାଇଥିଲା । ସେନା ଗାଡ଼ିରେ ଥିଲେ ୨୩ ଯବାନ । ନଦୀର ପ୍ରଖର ସୁଅରେ ଏହି ଗାଡ଼ି ଗୁଡ଼ିକ ଭାସି ଯାଇଥିଲା । ଏପରିକି ଭୂସ୍ଖଳନ ଯୋଗୁଁ ଦୁର୍ଘଟଣାର ଆକାର ବି ବଢ଼ିଥିଲା । ଘଟଣା ପରେ ସିକ୍କିମ୍ ସରକାରଙ୍କ ପକ୍ଷରୁ ଜାରି ହୋଇଛି ହାଇ ଆଲର୍ଟ । ଯେହେତୁ ତିସ୍ତା ନଦୀ ସିକ୍କିମ-ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ପ୍ରବେଶ କରିଛି, ରେସ୍କ୍ୟୁକୁ ଜୋରଦାର କରାଯାଇଛି।...

Advertisment

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଜାରି କଲା ଚେତାବନୀ

ସିକ୍କିମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସଏସଡିଏମଏ) ଚେତାବନୀ ଜାରି କରି କହିଛି, ମଙ୍ଗାନ ଜିଲ୍ଲାର ଉତ୍ତର ଭାଗରେ ବାଦଲ ଫଟା ବର୍ଷା ଯୋଗୁଁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସତର୍କ ରହିବା ସହ ନଦୀ ଅବବାହିକା ନିକଟକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ଆଦର୍ଶଗାଓଁ, ସମରଦୁଙ୍ଗ ଓ ମେଲି ସମେତ ଅନ୍ୟ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସାଧାରଣ ଜନତାଙ୍କୁ ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କରାଯାଇଛି । ରାଜ୍ୟରେ ହଠାତ୍ ବିପର୍ଯ୍ୟୟ ହେତୁ ସୋରେଙ୍ଗରେ ଚାଲୁଥିବା ନର ବାହାଦୂର ଭଣ୍ଡାରୀ ଜୟନ୍ତୀ ଉତ୍ସବକୁ ବାତିଲ କରାଯାଇଛି ।

Sikkim Army Personnel
Advertisment
Advertisment