Advertisment

ଭାରତ ହେବ ବିଶ୍ୱ ସାଟେଲାଇଟ ଉତକ୍ଷେପଣର ଲଞ୍ଚପ୍ୟାଡ୍

ୟୁଏସ୍, ୟୁରୋପ୍ ଉପଗ୍ରହ ଉତକ୍ଷେପଣ ବ୍ୟୟବହୁଳ ..ଭାରତୀୟ ରକେଟ ସହାୟତାରେ ଉତକ୍ଷେପଣ ଅତି ଶସ୍ତା.. ଭାରତୀୟ ରକେଟକୁ ବାଛୁଛନ୍ତି ବିଦେଶୀ ରାଷ୍ଟ୍ର ..ଭାରତୀୟ ସ୍ପେଶ ସେକ୍ଟର ପାଇଁ ସୁବର୍ଣ୍ଣ ସୁଯୋଗ

author-image
Prangyan Parimita
ଅଦ୍ୟତନ ହୋଇଛି
India could become the launch pad for global satellites

India Could Become The Launch Pad For Global Satellites Outbidding US, EU Rivals

ଆମ ଦେଶର ମୋଟ ଜିଡିପି ଏବେ ଯେତିକି ୨୦୪୦ ସୁଦ୍ଧା ଆମ ସ୍ପେଶ ଇଣ୍ଡଷ୍ଟ୍ରି ହେବ ସେତିକି। ଅର୍ଥାତ ୨୦୪୦ ସୁଦ୍ଧା ଦେଶର ସ୍ପେଶ ମାର୍କେଟର ମୂଲ୍ୟାୟନ ୩ ଟ୍ରିଲିୟନ ଡଲାର ଟପିଯିବ। ଅନ୍ୟପକ୍ଷରେ ଆମେରିକା ଓ ୟୁରୋପକୁ ପଛରେ ପକାଇ ଭାରତ ଉପଗ୍ରହ ଉତକ୍ଷେପଣର ପ୍ରମୁଖ କେନ୍ଦ୍ର ହେବ ବୋଲି ଆକଲନ କରାଯାଇଛି। ସ୍ପେଶ ମାର୍କେଟରେ ପ୍ରବେଶ କରିଥିବା ଘରୋଇ ଷ୍ଟାର୍ଟ-ଅପଙ୍କର ଏଥିରେ ପ୍ରମୁଖ ଭୂମିକା ରହିବ।...

Advertisment

ଆମେରିକା ଓ ୟୁରୋପୀୟ ରକେଟ ସାହାଯ୍ୟରେ ଉପଗ୍ରହ ଉତକ୍ଷେପଣ ଅତି ବ୍ୟୟବହୁଳ ହୋଇଥିବା ବେଳେ ୟୁକ୍ରେନ ଯୁଦ୍ଧକୁ ନେଇ ହରଡ଼ଘଣାରେ ପଡିଛି ଋଷିଆ। ଆଉ କନ୍ୟୁନିଷ୍ଟ ଚୀନକୁ ଅନେକ ଦେଶ ଭରସା ନାହିଁ। ଅନ୍ୟପକ୍ଷରେ ଭାରତୀୟ ରକେଟ ସହାୟତାରେ ଉତକ୍ଷେପଣ ଅତି ଶସ୍ତା ହୋଇଥିବା ବେଳେ ଏହା ସଂପୂର୍ଣ୍ଣ ନିର୍ଭରଯୋଗ୍ୟ। ତେଣୁ ବିଦେଶୀ ରାଷ୍ଟ୍ର ଭାରତୀୟ ରକେଟକୁ ବାଛିବା ସ୍ୱାଭାବିକ। ଯାହାକି ଭାରତୀୟ ସ୍ପେଶ ସେକ୍ଟର ପାଇଁ ସୃଷ୍ଟି କରିଛି ସୁବର୍ଣ୍ଣ ସୁଯୋଗ।...

ଅଧିକ ପଢ଼ନ୍ତୁ: NASAର ଭୟଙ୍କର ଭବିଷ୍ୟବାଣୀ; ଏହିଦିନ ଶେଷ ହେବ ପୃଥିବୀ !

ପ୍ରଥମ ଘରୋଇ କଂପାନୀ ଭାବେ ମହାକାଶକୁ ରକେଟ ପ୍ରେରଣ ଓ ମହାକାଶଯାନକୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିବା ଏଲନ ମସ୍କଙ୍କ ସ୍ପେଶ-ଏକ୍ସ ଭାରତୀୟ ବଜାରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଦେଶର ଘରୋଇ ଷ୍ଟାର୍ଟ ଅପଗୁଡିକର ଦ୍ରୁତ ବିକାଶ ହେବା କୁହାଯାଉଛି। ୨୦୦୨ରେ ପ୍ରତିଷ୍ଠା ହୋଇଥିବା ସ୍ପେଶ ଏକ୍ସ ଯେଉଁ ଉଚ୍ଚତା ଛୁଇଁଛି ଭାରତୀୟ କଂପାନୀଗୁଡିକ ଲାଗି ମଧ୍ୟ ସମାନ ସୁଯୋଗ ସୃଷ୍ଟି ହୋଇଛି। କାରଣ କେନ୍ଦ୍ର ସରକାର ୨୦୨୦ରେ ଘରୋଇ କଂପାନୀଙ୍କ ଲାଗି ସ୍ପେଶ ସେକ୍ଟର ଦ୍ୱାର ଖୋଲିବା ପରେ ଦେଶରେ ଶହେରୁ ଅଧିକ ଷ୍ଟାର୍ଟ ଅପ ପ୍ରତିଷ୍ଠା ହୋଇସାରିଲାଣି।

Advertisment

୨୦୨୫ ସୁଦ୍ଧା ଭାରତୀୟ କଂପାନୀ କେବଳ ଉପଗ୍ରହ ଉତକ୍ଷେପଣ ବାବଦକୁ ୧୨ ବିଲିୟନରୁ ଅଧିକ ଡଲାରର କାରବାର କରୁଥିବେ ବୋଲି ଅର୍ନେଷ୍ଟ ଆଣ୍ଡ ୟଙ୍ଗ୍ ଏବଂ ଇଣ୍ଡିଆ ସ୍ପେଶ ଆସୋସିଏସନ ପକ୍ଷରୁ ଆକଳନ କରାଯାଇଛି। ସେହିପରି ୨୦୪୦ ସୁଦ୍ଧା ଭାରତୀୟ ସ୍ପେଶ ବଜାରର ମୂଳ୍ୟ ୩ ଟ୍ରିଲିୟନ ଡଲାରରୁ ବି ଅଧିକ ହେବ।..

Launch Pad
Advertisment
Advertisment