• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal


ଓପନଏଆଇ କିଣିବାକୁ ଚାହାଁନ୍ତି ଏଲନ ମସ୍କ । ଟେସଲା ମୁଖ୍ୟ ମସ୍କ ପ୍ରଥମେ ଓପନଏଆଇ ବିରୋଧରେ କେସ୍ କରିବା ପରେ ଏବେ ଏହି ଏଆଇ କମ୍ପାନୀ କିଣିବାକୁ ପ୍ରସ୍ତାବ ଦେଇଛନ୍ତି । ମସ୍କ ଏକ ନିବେଶକ ସମୂହ ସହ ମିଶି ଓପନଏଆଇକୁ ୯୭ ବିଲିୟନ ଡଲାରରେ କିଣିବାକୁ ଏହାର ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ଅଫର୍ କରିଛନ୍ତି । ଯାହାକୁ ନେଇ ମସ୍କ ଓ ଅଲ୍ଟମ୍ୟାନଙ୍କ ମଧ୍ୟରେ ତେଜିଛି ବିବାଦ । ଅଲ୍ଟମ୍ୟାନ ତୁରନ୍ତ ମସ୍କଙ୍କ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ପାଲଟା ଜବାବ ଦେଇଛନ୍ତି ।

ଅଧିକ ପଢନ୍ତୁ: ଭାରତ ସହ ମିଶି ଗୁଗୁଲ୍ କରିବ ଏହି କାମ; ମୋଦିଙ୍କୁ ଭେଟି ଏମିତି କହିଲେ ସୁନ୍ଦର ପିଚାଇ

ୱାଲ୍ ଷ୍ଟ୍ରିଟ ଜର୍ନାଲ ରିପୋର୍ଟ ଅନୁସାରେ, ଏଲନ ମସ୍କ ଓ ତାଙ୍କର ନିବେଶ ଗ୍ରୁପ ଓପନଏଆଇ ବୋର୍ଡକୁ  କମ୍ପାନି କିଣିବାକୁ ଔପଚାରିକ ପ୍ରସ୍ତାବ ଦେଇଥିଲେ । ମସ୍କଙ୍କ ଓକିଲ କହିଥିଲେ, ଯଦି ସାମ୍ ଅଲ୍ଟମ୍ୟାନ ଓ କମ୍ପାନୀ ବୋର୍ଡ ଚାହିଁବେ ତାହେଲେ ଓପନଏଆଇ ସମ୍ପୂର୍ଣ୍ଣ ଭାବେ ଏକ ଲାଭଜନକ କମ୍ପାନୀ ହୋଇପାରିବ । 

ଅଲ୍ଟମ୍ୟାନ ସଙ୍ଗେ ସଙ୍ଗେ ଏହି ପ୍ରସ୍ତାବ ପ୍ରତ୍ୟାଖାନ କରିବା ସହ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ (ପୂର୍ବର ଟ୍ବିଟର) ଏକ ପୋଷ୍ଟ କରିଥିଲେ । ଏଥିରେ ସେ ମସ୍କଙ୍କ ପ୍ରସ୍ତାବକୁ ନା କହି ଧନ୍ୟବାଦ ଜଣାଇବା ସହିତ ୯.୭୪ ବିଲିୟନ ଡଲାରରେ ତାଙ୍କ ଟ୍ବିଟର କମ୍ପାନୀ କିଣିବାକୁ ପାଲଟା ଅଫର୍ କରିଛନ୍ତି । 

ଏପରିକି ପ୍ୟାରିସରେ ଅନୁଷ୍ଠିତ ଏଆଇ ଶିଖର ସମ୍ମିଳନୀରେ ଏକ ଇଣ୍ଟରଭ୍ୟୁରେ ଅଲ୍ଟମ୍ୟାନ ଏଲନ ମସ୍କଙ୍କୁ ଜଣେ ଅସୁରକ୍ଷିତ ବ୍ୟକ୍ତି ବୋଲି କହିଛନ୍ତି । ଅଲ୍ଟମ୍ୟାନ କହିଛନ୍ତି, ତାଙ୍କର (ମସ୍କ) ପୁରା ଜୀବନଟା ଅସୁରକ୍ଷିତ (insecurity) । ସେ ଜଣେ ସୁଖୀ ବ୍ୟକ୍ତି ବୋଲି ମୁଁ ଭାବୁ ନାହିଁ । ଏଥିସହ ସେ କେବେ ବି ଓପନଏଆଇ ବିକ୍ରି କରିବେ ନାହିଁ ବୋଲି ଦୋହରାଇଛନ୍ତି ।

ମସ୍କ ୨୦୨୪ରେ ଦୁଇ ଥର ଓପନଏଆଇ ବିରୋଧରେ ମାମଲା ଦାୟର କରିଥିଲେ । ପ୍ରଥମେ ୨୦୨୪ ଜୁଲାଇରେ ଏହି ଏଆଇ କମ୍ପାନୀ ନିଜ ମୂଳ ସିଦ୍ଧାନ୍ତକୁ ଭୁଲି କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲେ । ଏହାପରେ ଅଗଷ୍ଟରେ ଓପନଏଆଇ ଅଧିକ ଲାଭ କମାଇବାକୁ ପାୱାରଫୁଲ ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ ବିକଶିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ । ଏଭଳି ଭାବେ ଦୁଇ ଥର କେସ୍ କରିବା ପରେ ଏବେ ମସ୍କ ଏହି କମ୍ପାନୀ କିଣିବାକୁ ପ୍ରସ୍ତାବ ଦେଇଥିବାରୁ ଅଲ୍ଟମ୍ୟାନଙ୍କ ସହ ବଢିଛି ବିବାଦ । 

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୫ରେ ଅଲ୍ଟମ୍ୟାନ ଓ ମସ୍କ ମିଳିତ ଭାବେ ଓପନଏଆଇ ପ୍ରତିଷ୍ଠା କରିଥିଲେ । ହେଲେ ୨୦୧୯ରେ ମସ୍କ କମ୍ପାନୀ ଛାଡି ଚାଲି ଯାଇଥିଲେ ।

ଅଧିକ ପଢନ୍ତୁ: ଫୋର୍ବସ ପ୍ରସ୍ତୁତ କଲା ବିଶ୍ୱର ୧୦ ଶକ୍ତିଶାଳୀ ମହିଳାଙ୍କ ତାଲିକା, କେତେ ତମ ସ୍ଥାନରେ ଅଛନ୍ତି ଜର୍ଜିଆ ମେଲୋନୀ ?

 

OTV is now on Whatsapp

Join and get latest news update delivered to you via whatsapp

Join Now