• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

How Gandhi became father of nation
Gandhi Jayanti 2023: ଦେଶ ପାଇଁ ବଳିଦାନ ଦେଇ ଗାନ୍ଧୀ ହୋଇଗଲେ ଜାତିର ପିତା

ଦେଶ ସ୍ୱାଧୀନତା ପଛରେ ମହାତ୍ମା ଗାନ୍ଧୀଙ୍କ କେତେ ଯେ ଥିଲା ଭୂମିକା ତାହା ସମସ୍ତଙ୍କୁ ଜଣା। ସ୍ୱାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ତାଙ୍କର ଥିଲା ଏକ ପ୍ରମୁଖ ଭୂମିକା। ଦେଶ ପାଇଁ ବଳିଦାନ ଦେଇ ସେ କିପରି ହୋଇଗଲେ ଜାତିର ପିତା ଆସନ୍ତୁ ଜାଣିବା।

PM Modi
ତେଲେଙ୍ଗାନାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି; ୧୩ ହଜାର କୋଟି ପ୍ରକଳ୍ପର ହେଲା ଲୋକାର୍ପଣ ଓ ଶିଳାନ୍ୟାସ

ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର କଚେଗୁଡା-ରାୟଚୁର ଟ୍ରେନ ସେବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲେଙ୍ଗାନା ଦେଇ ଯାଉଛି ।

Women ASI
ଆଇନଶୃଙ୍ଖଳା ସ୍ଥିତିର ନିୟନ୍ତ୍ରଣ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ ମହିଳା ASI

ଦୁର୍ଘଟଣା ପରେ ଉତ୍ତେଜନାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ମହିଳା ଥାନା ASI ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ।

Fire In Night Club
ସ୍ପେନର ମୁର୍ସିଆ ସହରରେ ଭୟଙ୍କର ଅଗ୍ନିକାଣ୍ଡ, ନାଇଟ୍ କ୍ଲବରେ ନିଆଁ ଲାଗି ଚାଲିଗଲା ୧୩ ଜଣଙ୍କ ଜୀବନ

ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।

kandhamal news
୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳିଦେଲା ପୁଅ

ପୂର୍ବରୁ କୌଣସି ଏକ ମାମଲାରେ ସଜା କାଟୁଥିଲା ଅଭିଯୁକ୍ତ ପୁଅ । ଗତ ୮ ଦିନ ତଳେ ଜେଲ୍‌ରୁ ଘରକୁ ଫେରିଥିଲା । ହେଲେ କେଉଁ କାରଣକୁ ନେଇ ଅଭିଯୁକ୍ତ ପୁଅ ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ିନାହିଁ ।

Liquor Revenue
ମଦ ବିକି ସରକାର ମାଲେମାଲ୍, ନବୀନଙ୍କ ତୃତୀୟରୁ ପଞ୍ଚମ ପାଳିରେ ବଢିଛି ୩୬୮ ପ୍ରତିଶତ ଆୟ

ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି।

Bharati Singh
ଭାରତୀଙ୍କ ସମର୍ଥନରେ ବାହାରିଲେ ବିଶ୍ୱେଶ୍ୱର ଟୁଡୁ, କହିଲେ, ଓଡ଼ିଶାରେ ୪ ବର୍ଷ ହେଲା ଚାଲିଛି ସାଉଥ୍ ଇଣ୍ଡିଆ କଂପାନୀ ଶାସନ

ସହରଠାରୁ ଅପହଞ୍ଚ କୁସୁମଘାଟର ଭୂମିଜ ସମ୍ପ୍ରଦାୟର ଭାରତୀ ଜଣେ ଉଚ୍ଚଶିକ୍ଷିତା । ଓଡ଼ିଆରେ ପିଜି କରିଛନ୍ତି । ଭଲ ଚାକିରି ପଛରେ ନପଡ଼ି ଗାଁ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ବ୍ୟାଙ୍କ ମିତ୍ର ସାଜି ମଙ୍ଗ ଧରିଥିଲେ ୪ ବର୍ଷ ହେଲା ।

'Swachhata Hi Seva'
ଦେଶ ପାଳିଲା ସ୍ୱଚ୍ଛତା ହିଁ ସେବା ଅଭିଯାନ; ସବୁଠି ଶୁଭିଲା ସ୍ୱଚ୍ଛତା ହିଁ ସେବାର ମନ୍ତ୍ର

ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ରାଜଧାନୀ ସ୍ଥିତ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ନୟାପଲ୍ଲୀ ଇନ୍ଦ୍ରଧନୁ ହାଟକୁ ବର୍ଜ୍ୟମୁକ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

5T Secretary
ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ କରି ଯାଇଥିଲେ ପାଣ୍ଡିଆନ୍, ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି

ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ।

Remuna MLA
ରେମୁଣା ବିଧାୟକଙ୍କୁ ବିଦା କରିଥିଲେ ନବୀନ, ବହିଷ୍କାରର ୧୦ ଦିନ ନ ଯାଉଣୁ ବିଜେଡି ମଞ୍ଚକୁ ଡାକିଲା କିଏ ?

ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନିର୍ଦ୍ଦେଶରେ ସୁଧାଂଶୁଙ୍କୁ ବୈଠକକୁ ଡକାଯାଇଛି ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ଉପ ସଭାପତି ପ୍ରଭାତ ବିଶ୍ୱାଳ । ବହିଷ୍କାର ହେବା ପରେ ପ୍ରଥମଥର ପାଇଁ ବିଜେଡି ମଂଚକୁ ଆସି ବେଶ୍ ଭାବବିହ୍ୱଳ ବି ଥିଲେ ସୁଧାଂଶୁ ।

SCB Medical
SCBରେ ଉଡୁଛି ବିଶ୍ୱସ୍ତରୀୟ ବାହସ୍ଫୋଟ ଧଜିଆ, ବିନା ବିଜୁଳିରେ କଲବଲ ହେଉଛନ୍ତି ରୋଗୀ

ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍‌ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ ।

Fake Doctor
ପାଠ ଯୁକ୍ତ ଦୁଇ ହେଲେ ପରିଚୟ ଡାକ୍ତର, ରୋଗୀ ବେଶରେ ଆସି ନକଲି ଡାକ୍ତରଙ୍କୁ ଧରିଲା ପୋଲିସ୍

ଯୁକ୍ତ ଦୁଇ ବିଜ୍ଞାନ ପରେ ପଶ୍ଚିମବଙ୍ଗରୁ MBBS କରିଥିଲେ ହେଲେ ତାହା ଫେକ୍ ବୋଲି ଜାଣିବା ପରେ ବି ଡାକ୍ତରୀ ପ୍ରାକ୍ଟିସ୍ ଜାରି ରଖିଥିଲେ ପ୍ରଦୀପ। ଆଜି ଧରାପଡ଼ିବା ପରେ ଏନେଇ ଖୋଦ୍ ସେ ସ୍ୱୀକାର କରିଛନ୍ତି ।

IAF Advanced Light Helicopter Dhruv makes precautionary landing in MP’s Bhopal
ଦୁର୍ଘଟଣାରୁ ବର୍ତ୍ତିଲା ସେନା ହେଲିକପ୍ଟର; ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ଷେତରେ କଲା ଜରୁରୀ ଅବତରଣ

ରବିବାର ସକାଳେ ଭୋପାଳର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା । ହେଲିକପ୍ଟରରେ ୬ଜଣ ସେନା କର୍ମଚାରୀ ଥିଲେ ।

Triple Murder
ଜୁନାଗଡ଼ ଥାନା ଶଙ୍କରପଲା ଗାଁରେ ହତ୍ୟାକାଣ୍ଡ ! ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ

ମୃତ ମହିଳାଙ୍କ ସ୍ୱାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି । ତେଣୁ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଓ ସନ୍ଦେହ ବଢ଼ିଛି । କିଏ ଓ କାହିଁକି ଏତେ ବଡ଼ କାଣ୍ଡ ଭିଆଇଲା ସେ ନେଇ ଏବେ ଜୁନାଗଡ଼ ପୋଲିସ୍ ଛାନ୍‌ଭିନ୍ କରୁଛି ।

Avinash Salve
Asian Games: ଷ୍ଟିପଲଚେଜ୍‌ ଓ ସଟ୍‌ପୁଟ୍‌ରେ ସ୍ୱର୍ଣ୍ଣ ଜିତିଲା ଭାରତ

ଏସିଆନ୍ ଗେମ୍ସରେ ସଟପୁଟ୍‌ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟ୍‌ପୁଟ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍‌ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତଜିନ୍ଦର ।

Baijayant Panda
ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ସଫେଇ କଲେ ବୈଜୟନ୍ତ..

ଆଜି ଦେଶ ପାଳୁଛି ମେଗା ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ(Swachhata Hi Seva) ।

Murder
ଗୁଣି ଗାରେଡ଼ିର ଚରମ ପରିଣାମ, ବଡ଼ ବାପାଙ୍କୁ ହତ୍ୟା କଲା ପୁତୁରା !

ପୂର୍ବରୁ ଗୁଣି କରୁଥିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା। ତେବେ ଏହା ଆଜି ଉଗ୍ର ରୂପ ନେବାରୁ ଏତେ ବଡ଼ କାଣ୍ଡ ଘଟିଛି। ହତ୍ୟା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Manmohan Samal
5T ସଚିବଙ୍କ ଚପର୍ ଗସ୍ତ ଖର୍ଚ୍ଚ ପ୍ରସଙ୍ଗ, 'ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ’:ମନମୋହନ ସାମଲ

ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସେଥିରେ ସଚିବ ବୁଲୁଛନ୍ତି । ତେଣୁ ଏହାର ତନ୍ନତନ୍ନ ତଦନ୍ତ ହେବା ଦରକାର । ଯେହେତୁ ରାଜ୍ୟ ସରକାର ଏହାର ତଦନ୍ତ କରିବେନି, ତେଣୁ କେନ୍ଦ୍ରୀୟ ତଦନ୍ତ ଆଡ଼କୁ ଇଶାରା ଦେଇ ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ।

mohana tahasildar
ତହସିଲଦାର ହେବ ତ ଏମିତି ! ଦୁର୍ଗମ ଅଞ୍ଚଳକୁ ଯାଇ ଯୋଗାଉଛନ୍ତି ସେବା

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା ।

Chilika Boat Stuck
ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସିଛନ୍ତି ୬୦ ଯାତ୍ରୀ

ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଏମିତି ଡଙ୍ଗା ଫସି ରହିଛି । ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିବା ଯୋଗୁଁ ଆଗକୁ ଆଉ ବଢ଼ି ପାରୁନି।

Divyang
ଭିନ୍ନକ୍ଷମ ପୁଅକୁ ମିଳୁନି ସରକାରୀ ସହାୟତା, ଚିନ୍ତାରେ ବାପା ମାଆ

ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅବିନାଶ...

Accident
ନୂ‍ଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଏହି ଦୁର୍ଘଟଣାର ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ହିଁ ୨ ଜଣଙ୍କ ମୢତ୍ୟୁ ହୋଇଥିଲା।

know the purpose and history of celebrating world vegetarian day
World Vegetarian Day 2023 : କାହିଁକି ପାଳନ ହେଲା ‘ବିଶ୍ୱ ଶାକାହାରୀ ଦିବସ’

ପର୍ଯ୍ୟାବରଣ ବିଚାର, ପଶୁ କଲ୍ୟାଣ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପଶୁ ଜାତୀୟ ଖାଦ୍ୟ ଛାଡିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ‘ବିଶ୍ୱ ଶାକାହାରୀ ଦିବସ’ ପାଳନ କରାଯାଏ। ପଶୁମାନଙ୍କ ଜୀବନ ରକ୍ଷା କରିବା ଏବଂ ପୃଥିବୀକୁ ବଞ୍ଚାଇବାରେ ସାହାଯ୍ୟ କରିବା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ କରାଯାଏ।

Fake Kidnapping Case
ଟଙ୍କା ପାଇଁ ମିଛ ଅପହରଣ ନାଟକ: ରାସ୍ତାକଡ଼ରେ ବାଇକ୍, ଚପଲ ଫିଙ୍ଗି ଫେରାର ହୋଇଗଲେ, ପରେ ଜଣାପଡ଼ିଲା...

ଟଙ୍କା ପାଇଁ ମିଛ ଅପହରଣ ନାଟକ ରଚିଲେ ଫାଇନାନ୍ସ କର୍ମଚାରୀ। ନିଜ ବାଇକ୍, ଚପଲ ରାସ୍ତାକଡ଼ରେ ଫିଙ୍ଗି ସେ ଫେରାର ହୋଇଯାଇଥିଲେ।

World Vegetarian Day 2023 these vegetarian food have more nutrients than meat and eggs
World Vegetarian Day 2023 : ହାଡ ଏବଂ ମାଂସପେଶୀକୁ ମଜବୁତ କରେ ଶାକାହାର ଖାଦ୍ୟ

ଅନେକ ଭାବନ୍ତି ମାଂସ, ମାଛ ଏବଂ ଅଣ୍ଡାରେ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ଏବଂ କ୍ୟାଲୋରୀ ଭରପୂର ପରିମାଣରେ ଥାଏ। ଡାଏଟିସିଆନ୍‌ଙ୍କ ମତରେ କିନ୍ତୁ ତାହା ନୁହେଁ। ସେମାନେ କୁହନ୍ତି ଯେ ଶାକାହାରୀମାନେ ଏମାନଙ୍କ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ପାଆନ୍ତି। ତେବେ ଆସନ୍ତୁ ଆଜି ‘ବିଶ୍ୱ ଶାକାହାରୀ ଦିବସ’ରେ ଶାକାହାରର ଉପକାର ବିଷୟରେ ଜାଣିନେବା।