Advertisment

ଏସିଆନ୍ ଗେମ୍ସ: ଆଜି ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା

ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍‌କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Kishore Jena

Kishore Jena

ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ଚମତ୍କାର ପ୍ରଦର୍ଶନ । ଏପର୍ଯ୍ୟନ୍ତ ଭାରତ ୧୬ଟି ସ୍ୱର୍ଣ୍ଣ ପଦକ ପାଇଛି । ଆଜି ଜ୍ୟୋତି ଭେନ୍ନାମ ଓ ଓଜାସ ଦେଓତାଲେ ଆର୍ଚେରୀର ମିକ୍ସଡ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୭୧ରେ ପହଞ୍ଚିଛି। ୧୬ ସ୍ୱର୍ଣ୍ଣ, ୨୬ ରୌପ୍ୟ, ୨୯ ବ୍ରୋଞ୍ଜ ସହ ଭାରତ ୭୧ଟି ପଦକ ପାଇଛି। ୨୦୧୮ ଜାକର୍ତ୍ତା ଏସିଆନ୍ ଗେମ୍ସରେ ଭାରତ ୭୦ଟି ପଦକ ପାଇଥିଲା ।

Advertisment

ଅନ୍ୟପଟେ ଆଜି ଏସିଆନ୍ ଗେମ୍ସରେ ସମସ୍ତଙ୍କ ନଜରରେ ରହିବେ ଅଲିମ୍ପିକ୍ସ ଓ ୱାର୍ଲଡ ଚାମ୍ପିୟନ୍ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା। ଆଜି ସେ ଟ୍ରାକକୁ ଓହ୍ଲାଇବେ । ୨୦୧୮ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତିସାରିଥିବା ନୀରଜ କ୍ରମାଗତ ଦ୍ୱିତୀୟ ଥର ଲାଗି ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିବେ। ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅର୍ଶଦ ନଦୀମ ଆହତ କାରଣରୁ ଓହରିଯିବା ପରେ ନୀରଜଙ୍କ ବିଜୟ ସମ୍ଭାବନା ଅଧିକ ରହିଛି ।

ସେହିପରି ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍‌କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର । ସେ ୮୪.୭୭ ମିଟର ଥ୍ରୋ’ କରି ଏହି ଟୁର୍ଣ୍ଣାମେଣ୍ଟର ପଞ୍ଚମ ସ୍ଥାନରେ ରହିଥିଲେ। ତେଣୁ ଏହି ଫର୍ମ ଏସିଆନ୍ ଗେମ୍ସରେ ଜାରି ରଖି ମେଡାଲ ଆଣିବା ଲକ୍ଷ୍ୟରେ ଅଛନ୍ତି ଓଡ଼ିଆ ପୁଅ କିଶୋର ଜେନା।

Advertisment

ସେହିପରି ଆଥଲେଟିକ୍ସରେ ଭାରତୀୟ ଖେଳାଳିଙ୍କଠାରୁ ଅନେକ ଗୁଡିଏ ପଦକ ଆଶା କରାଯାଉଛି ।ଗତକାଲି ମଧ୍ୟ ଆଥଲେଟିକ୍ସରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ୬ଟି ପଦକ ମିଳିଥିଲା । ଏଥିସହ ବକ୍ସିଂରେ ୨ଟି ଏବଂ କାନୋଇଂରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଭାରତୀୟ ଖେଳାଳିମାନେ । ମହିଳା ଜାଭଲିନ ଥ୍ରୋରେ ଅନୁ ରାଣୀ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ଥର ଲାଗି କୌଣସି ଭାରତୀୟ ମହିଳା ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ଗୋଲଡ ମେଡାଲ ପାଇଛନ୍ତି ।

ସେହିପରି ମହିଳା ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ପାରୁଲ ଚୌଧୁରୀ। ଚଳିତ ଏସିଆନ୍ ଗେମରେ ଏହା ତାଙ୍କର ଦ୍ୱିତୀୟ ପଦକ । ପୂର୍ବରୁ ସେ ୩୦୦୦ ମିଟର ମହିଳା ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ପୁରୁଷ ୮ଶହ ମିଟର ଦୌଡ଼ରେ ମହମ୍ମଦ ଅଫସଲ୍, ଡେକାଥ୍ଲନରେ ତେଜସ୍ୱିନ୍ ଶଙ୍କର ରୌପ୍ୟ ପାଇଥିବା ବେଳେ ପୁରୁଷ ଟ୍ରିପଲ୍ ଜମ୍ପରେ ପ୍ରବୀଣ ଚିତ୍ରାଭେଲ୍ ଓ ୪ଶହ ମିଟର ମହିଳା ହର୍ଡଲ୍ସରେ ଭିତ୍ୟ ବ୍ରୋଞ୍ଜ ପାଇଛନ୍ତି । ୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦରଙ୍କୁ ଏବଂ କାନୋଇଂ ଅର୍ଜ୍ଜୁନ ସିଂ ଓ ସୁନୀଲ ସିଂ ଯୋଡିଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।

India Asian Games Neeraj Chopra
Advertisment
Advertisment