Advertisment

Vastu Tips: ବାରମ୍ବାର ହାତରୁ ଖସି ପଡ଼ୁଛି କି ଏହି ଜିନିଷ? ତାହାହେଲେ ସାବଧାନ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ରହୁଥିବା ଲୁଣ ବାରମ୍ବାର ହାତରୁ ଖସି ପଡ଼ିବା ଅଶୁଭ। କାରଣ ଲୁଣ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତିନିଧିତ୍ୱ କରିଥାଏ। ଅଧିକାଂଶ ସମୟରେ ହାତରୁ ଲୁଣ ଖସି ପଡ଼ିବା ଅର୍ଥ ଆପଣଙ୍କ ପରିବାର ଉପରକୁ ବିପଦ ମାଡ଼ି ଆସିପାରେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vastu

Vastu

ଏପରି କିଛି ଜିନିଷ ଅଛି ଯାହା ହାତରୁ ବାରମ୍ବାର ପଡ଼ିଯିବା ହେତୁ ଅଶୁଭ ବୋଲି ବିବେଚନା କରାଯାଏ। ଏପରି ଘଟଣା ବାରମ୍ବାର ଘଟିଲେ ଆପଣଙ୍କ ଆର୍ଥିକ ଉନ୍ନତିରେ ଲାଗିପାରେ ବ୍ରେକ୍‌। ହଠାତ୍‌ ଘରେ ଆର୍ଥିକ ସଙ୍କଟ ଦେଖାଦେଇପାରେ। ଫଳରେ ଘରେ ଅଶାନ୍ତି ଓ କଳହ ଆରମ୍ଭ ହୋଇଯାଏ । ଆସନ୍ତୁ ଜାଣିବା ସେ ବିଷୟରେ।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ରହୁଥିବା ଲୁଣ ବାରମ୍ବାର ହାତରୁ ଖସି ପଡ଼ିବା ଅଶୁଭ। କାରଣ ଲୁଣ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତିନିଧିତ୍ୱ କରିଥାଏ। ଅଧିକାଂଶ ସମୟରେ ହାତରୁ ଲୁଣ ଖସି ପଡ଼ିବା ଅର୍ଥ ଆପଣଙ୍କ ପରିବାର ଉପରକୁ ବିପଦ ମାଡ଼ି ଆସିପାରେ।

ଗ୍ୟାସ୍‌ରେ କ୍ଷୀର ଗରମ କରୁଥିବା ବେଳେ ଯଦି ତାହା ବାରମ୍ବାର ଉତୁରି ଯାଉଛି ତାହା ବି ଶୁଭ ଲକ୍ଷଣ ନୁହେଁ। ଏହାଦ୍ୱାରା ଘରର ଉନ୍ନତି ହୋଇନଥାଏ। କାରଣ କ୍ଷୀରର ସମ୍ପର୍କ ଚନ୍ଦ୍ର ସହ ଥିବା କୁହାଯାଏ । ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଗ୍ରହ ଶକ୍ତିହୀନ ଥିଲେ ଏପରି ହୁଏ ବୋଲି ବିଶ୍ୱାସ ରହିଛି।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ସମୟରେ ସୋରିଷ ତେଲ ଯଦି ତଳେ ପଡ଼ୁଛି ତାହା ବି ଅଶୁଭ । କାରଣ ସୋରିଷ ତେଲର ସମ୍ପର୍କ ଶନି ଦେବତାଙ୍କ ସହ ଥାଏ। ତେଣୁ ହାତରୁ ବାରମ୍ବାର ସୋରିଷ ତେଲ ଯଦି ଖସୁଛି ତା’ ହେଲେ ଶନି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ନାହାନ୍ତି ବୋଲି ଜାଣି ରଖନ୍ତୁ। ତେଣୁ ଆପଣଙ୍କୁ ଶନି ଦେବଙ୍କ କୋପର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଅଧିକ ପଢ଼ନ୍ତୁ:  ଏହି ବାସ୍ତୁଦୋଷ କାରଣରୁ ହୁଏ ମଧୁମେହ; ଜାଣନ୍ତୁ ପ୍ରତିକାରର ୮ଟି ଟିପ୍ସ।

Vastu Tips For Home Vastu Tips
Advertisment
Advertisment