Advertisment

ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବାଉଁଶ ପୋଲ, ନଦୀର ପ୍ରଖର ସୁଅରେ ହୋଇଗଲା ୨ ଖଣ୍ଡ...

ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବିରାଟ ବାଉଁଶ ପୋଲ । ନଈର ପ୍ରଖର ସୁଅରେ ଦୁଇ ଖଣ୍ଡ ହୋଇଗଲା ହାତ ତିଆରି ସେତୁ।

author-image
Rajalaxmi Sahoo
Makeshift bridge washed away due to rain in West Bengal

Makeshift bridge washed away due to rain in West Bengal

ବାଉଁଶ ପୋଲର କେତେ ବା ବଳ ? ବର୍ଷ ବର୍ଷ ଧରି ଅଗଣିତ ଲୋକଙ୍କ ଭାର ସହୁଥିଲା । ପୋଲ ଉପର ଦେଇ ସାଇକେଲ- ମୋଟର ସାଇକେଲ ବି ଯା’ଆସ କରୁଥିଲା । ହେଲେ ଆଉ ସହିପାରିଲାନି ନଈର ସୁଅକୁ । ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବିରାଟ ବାଉଁଶ ପୋଲ ।

Advertisment

ନଈର ପ୍ରଖର ସୁଅରେ ଦୁଇ ଖଣ୍ଡ ହୋଇଗଲା ହାତ ତିଆରି ସେତୁ। ସୌଭାଗ୍ୟବଶତଃ, ଅଳ୍ପକେ ବର୍ତ୍ତିଗଲେ ଲୋକେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, କଂସାବତୀ ନଦୀ ଉପରେ ଥିବା ବାଉଁଶ ପୋଲଟି ଲଘୁଚାପ ଜନିତ ବର୍ଷା ଓ ପ୍ରଖର ଜଳସ୍ରୋତର ସାମ୍ନା କରିନପାରି ଭୁଶୁଡ଼ି ପଡ଼ିଥିଲା । ପୋଲଟି ତମଲୁକ ଜିଲ୍ଲାକୁ ସଂଯୋଗ କରୁଥିଲା।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଦଳ ନଦୀସ୍ରୋତରେ ଭାସିଆସି ପୋଲ ବାଉଁଶ ଭରାରେ ଲାଗିଥିଲା । ଏହାପରେ ଅଳ୍ପ କିଛି ସେକେଣ୍ଡ ଭିତରେ ବାଉଁଶ ପୋଲଟି ଓଲଟି ପଡ଼ିଥିଲା 

Viral Video
Advertisment
Advertisment