ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ ।ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ।
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୦ ତାରିଖ ମଙ୍ଗଳବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ହାତରେ ବ୍ୟାଗ୍, କାନ୍ଧରେ ବାପାର ଶୁଦ୍ଧି ପାଇଁ ପଡ଼ିଥିବା ଗାମୁଛା । ସକାଳୁ ଭାଇ, ଭଉଣୀ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି । ବାପା ନାହାନ୍ତି...ତାଙ୍କ ଅନ୍ତେ ସବୁ ଦାୟିତ୍ୱ ଭାଇ, ଭଉଣୀଙ୍କ ଉପରେ...ଶୁଦ୍ଧି ତ କରିବାକୁ ପଡ଼ିବ, କ୍ରିୟା ତ ସାରିବାକୁ ହେବ ।
ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ ।
ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ପ୍ରଥମ ଥର ପାଇଁ ଶହେ ପାର୍ କରିଛି ମେଡାଲ ସଂଖ୍ୟା । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଚ ସହିତ ମୋଟ ୧୦୭ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ ।
ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତୈଳ ଓ ଗ୍ୟାସ୍ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରୋ ଗତକାଲି ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୩ ଡଲାର୍ ବଢ଼ି ୧୦୦ ଡଲାରରେ ପହଞ୍ଚିଛି।
ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛି ।
ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି । ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ ।
ଆଜିର ଧାଁ ଧପଡ ଜୀବନରେ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ। ତେବେ ମାନସିକ ଅବସ୍ଥାକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଆସନ୍ତୁ ସେ ବିଷୟରେ କେତେକ ଟିପ୍ସ ଉପରେ ନଜର ପକେଇ ନେବା।
ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ଏହାକୁ ପାଳନ କରାଯାଏ।
ଆଜି ସାରା ବିଶ୍ୱ ପାଳୁଛି ‘ବିଶ୍ୱ ଗୃହହୀନ ଦିବସ’। ଏହି ଆନ୍ତର୍ଜାତୀୟ ଦିନ ଉନ୍ନତ ନୀତି ଏବଂ ପାଣ୍ଠି ଦାବି କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଯାହା ଭୂମିହୀନଙ୍କୁ ସହାୟତା ଦେଇଥାଏ।
ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ ।
ଆଖି ପିଛୁଳାକେ ବିସ୍ଫୋରଣ, ଆଉ ଆଖି ଖୋଲିବା ବେଳକୁ ସବୁକିଛି ଛାରଖାର, ଏକାକାର ।
ଇସ୍ରାଏଲ ନିଜର ଲକ୍ଷ ଲକ୍ଷ ରିଜର୍ଭ ଫୋର୍ସକୁ ଡକାଇବା ପରେ ଯୁଦ୍ଧ ଆଗକୁ ଆହୁରି ଭୟାନକ ହୋଇପାରେ ଆଶଙ୍କା କରାଯାଉଛି ।
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ସମେତ ୫ ରାଜ୍ୟରେ ଭୋଟ୍ ବିଗୁଲ୍ । ନଭେମ୍ବର ୭ରୁ ୩୦ ଭିତରେ ହେବ ବିଧାନସଭା ମତଦାନ ।
୧୨ରେ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କରିବେ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ । ବିରୋଧୀ କହିଲେ ଗାଁ ଲୋକଙ୍କୁ ଭୋଟ୍ ଥୋପ ।
ଜାନୁଆରୀ 1 ତାରିଖରୁ ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ କରିବେ ତଦାରଖ ।
ଖାଲି ଶ୍ରୀମନ୍ଦିର ପାଖ ନୁହେଁ, ପୁରୀ ବସଷ୍ଟାଣ୍ଡରୁ ମନ୍ଦିର ଯାଏଁ ରାସ୍ତା ମଝିରେ ବି କୌଣସି ଜାଗାରେ ସାଧାରଣ ଭକ୍ତଙ୍କ ପାଇଁ ଟୟଲେଟ୍ ଟିଏ ନାହିଁ ।
ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା ।
ରଙ୍ଗରୁଟ୍ ସହ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ଉପରେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ ।
ଦିନକୁ ଦିନ ଗମ୍ଭୀର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ହମାସ୍ ଆତଙ୍କବାଦୀମାନେ ଏକ ଇହୁଦି ପରିବାର ଉପରେ ଆକ୍ରମଣ କରୁଥିବା ସିସିଟିଭି ଭିଡିଓରେ ଦେଖାଯାଉଛି ।
୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ।
୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ନୋବେଲ ପୁରସ୍କାର ପାଇବେ ।
ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।