ବିଶ୍ୱକପ୍ କ୍ରିକେଟରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ହେବ । ଦିନ ସାଢ଼େ ୧୦ଟାରୁ ଏହି ମ୍ୟାଚ ଆରମ୍ଭ ହେବ ଧର୍ମଶାଳାରେ । କାଗଜ କଲମରେ ଇଂଲଣ୍ଡ ଟିମ୍ ହେଉଛି ବାଂଲାଦେଶଠାରୁ ଶକ୍ତିଶାଳୀ କିନ୍ତୁ ଇଂଲଣ୍ଡ ନିଜର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି ।
ସେପଟେ ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଆଜି ୨ଟାରୁ ଏହି ମ୍ୟାଚ ଆରମ୍ଭ ହେବ ।ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନେଦରଲାଣ୍ଡକୁ ପରାସ୍ତ କରିଛି ।ସେପଟେ ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଯାଇଛି ।ତେଣୁ ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now