• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥଶାସ୍ତ୍ରୀ କ୍ଲାଉଡିଆ ଗୋଲ୍ଡିନ ପାଇବେ ନୋବେଲ ପୁରସ୍କାର । ୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ନୋବେଲ ପୁରସ୍କାର ପାଇବେ । ମହିଳା ଶ୍ରମ ବଜାରର ଫଳାଫଳ ବିଷୟରେ ଆମର ଜ୍ଞାନ ବିକାଶ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି । ୨୦୨୩ର ନୋବେଲ ପୁରସ୍କାର ଘୋଷଣା ଶେଷ ହୋଇଛି । ପ୍ରତିବର୍ଷ ପ୍ରଥମେ ଚିକିତ୍ସା ବିଜ୍ଞାନ ବା ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୁଏ ତାହା ଅର୍ଥନୀତିରେ ଶେଷ ହୁଏ । ପୂର୍ବବର୍ଷ ଅର୍ଥନୀତି ପାଇଁ ୩ ଅର୍ଥନୀତିଜ୍ଞ ବେନ୍ ବେର୍ଣ୍ଣାନ୍‌କେ, ଡଗଲାସ୍ ଡାଇମଣ୍ଡ, ଫିଲିପ୍ ଡିଭିଗ୍‌ଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା । 

 

ଚଳିତବର୍ଷ ଫିଜିକ୍ସ ପାଇଁ ନୋବେଲ ପୁରସ୍କାର ପାଇବେ ୩ ଜଣ ବୈଜ୍ଞାନିକ । ସେମାନେ ହେଲେ ପିଅରେ ଏଗୋଷ୍ଟିନି, ଫେରେଙ୍କ୍ କ୍ରଜ୍ ଏବଂ ଏନି ଏଲ୍ ହୁଇଲିୟର । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ୩ ବୈଜ୍ଞାନିକ ଭୌତିକ ପଦାର୍ଥର ଇଲେକ୍ଟ୍ରୋନ୍ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍ ପଲ୍ସ ସୃଷ୍ଟି କରିବାର ଉପାୟ ଉଦ୍ଭାବନ କରିଛନ୍ତି । ବିଶ୍ୱ ବ୍ରହ୍ମାଣ୍ଡର ବୟସ ଯେତେ ସେକେଣ୍ଡ୍, ଯଦି ଗୋଟିଏ ସେକେଣ୍ଡକୁ ସେତିକି ଭାଗ କରାଯାଏ, ତେବେ ତାହାର ଗୋଟିଏ ଭାଗକୁ ଆଟୋସେକେଣ୍ଡ କୁହାଯାଏ । ଏକ ପରମାଣୁରେ ଇଲେକ୍ଟ୍ରୋନ ଏତେ ଦ୍ରୁତ ଗତିରେ ବୁଲୁଥାଏ ଯେ, ତାକୁ ମାପିବା ପାଇଁ ପ୍ରତି ଆଟୋସେକେଣ୍ଡରେ ଥରେ ଲେଖାଏଁ ଜଳୁଥିବା ଆଲୋକରଶ୍ମି ଆବଶ୍ୟକ ହୁଏ ।

 

 ନର୍ଗେସ୍‌ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଇରାନର ୫୧ ବର୍ଷୀୟା ମହିଳା ନର୍ଗେସ ମହମ୍ମଦି । ନର୍ଗେସ ମହମ୍ମଦି ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି । ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାମ କରନ୍ତି ନର୍ଗେସ ।