• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାର୍ବଣ ସମୟରେ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଉପରେ ରହିବ କମିଶନରେଟ୍ ଟ୍ରାଫିକ ପୋଲିସର କଡା ନଜର । ରଙ୍ଗରୁଟ୍ ସହ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ଉପରେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ଏବେ ସିଧା କୋର୍ଟକୁ ମାମଲା ପଠାଯିବ । କୋର୍ଟଙ୍କ ଅନୁମତି ନେଇ ଗାଡ଼ି ଆଣିବେ ମାଲିକ । ପୋଲିସ ପାଖରେ ଆଉ କିଛି କାମ ରହିବ ନାହିଁ ।

ପାର୍ବଣକୁ ଦେଖି ଗତ ୭ ଓ ୮ ତାରିଖରେ ରାଜଧାନୀରେ ଟ୍ରାଫିକ୍ ପୋଲିସ ପକ୍ଷରୁ ଏନେଇ କରାଯାଇଥିଲା ସ୍ପେଶାଲ ଡ୍ରାଇଭ୍ । ମୋଟ ୨ଶହ ୨୦ ଜଣ ଅମାନିଆଙ୍କ ଉପରେ ନିଆଯାଇଥିଲା କଡା କାର୍ଯ୍ୟାନୁଷ୍ଠାନ । ପାର୍ବଣ ଋତୁକୁ ଆଖି ଆଗରେ ରଖି ଏହି ସ୍ପେଶାଲ ଡ୍ରାଇଭ ଜାରି ରହିବା ନେଇ ଟ୍ରାଫିକ୍ ଏସିପି ଜୟନ୍ତ କୁମାର ଦୋରା ସୂଚନା ଦେଇଛନ୍ତି ।

ପାର୍ବଣ ସମୟରେ ଭିଡ଼କୁ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତ କରିଛି କମିଶନରେଟ୍‌ ପୋଲିସ । ମୁଖ୍ୟତଃ ଟ୍ୱିନ୍‌ସିଟିରେ ପାର୍ବଣ ସମୟରେ ସଂଧ୍ୟା ସମୟରେ ଭିଡ଼ ଦେଖିବାକୁ ମିଳିଥାଏ । ଲୋକମାନେ ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ି ଚାଳନା କାରଣରୁ ଦୁର୍ଘଟଣା ମଧ୍ୟ ଘଟିଥାଏ । ସେଥିପାଇଁ ଅମାନିଆ ଡ୍ରାଇଭର୍‌ଙ୍କୁ ଚେତାବନୀ ଦେଇଛି କମିଶନରେଟ୍‌ ପୋଲିସ୍‌ ।