/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739338375.jpg)
Subhadra Yojana
‘ସୁଭଦ୍ରା’ଟଙ୍କା ମିଳିନଥିଲେ ଏବେ ମିଳିବ ଟଙ୍କା । ବାଦ୍ ପଡ଼ିବେନି ଜଣେ ବି ଯୋଗ୍ୟ ହିତାଧିକାରୀ । ଶେଷ ହିତାଧିକାରୀଙ୍କୁ ଲିଷ୍ଟରେ ସାମିଲ୍ କରାଯିବ। ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଖୁବଶୀଘ୍ର ସେମାନଙ୍କୁ ବି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ଆଉ ଭାଗ୍ୟବାନ ୨ ଲକ୍ଷ ମହିଳା ହେବେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ହିତାଧିକାରୀ ।
କୋଟିଏରୁ ଊର୍ଦ୍ଧ୍ବ ମହିଳାଙ୍କ ନିଟରେ ‘ସୁଭଦ୍ରା’ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ୯୮ ଲକ୍ଷ ମହିଳା ଯୋଡ଼ି ହୋଇସାରିଛନ୍ତି । ଆଉ ସେମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇସାରିଛି ଟଙ୍କା । ହେଲେ ଏବେ ବି ରାଜ୍ୟର କିଛି ମହିଳାଙ୍କ ନିକଟରେ ‘ସୁଭଦ୍ରା’ ଟଙ୍କା ପହଞ୍ଚି ପାରିନାହିଁ । ଡିବିଟି ଆକ୍ଟିଭ୍ ହୋଇନଥିବାରୁ ସୁଭଦ୍ରା କିସ୍ତି ସେମାନଙ୍କ ଆକାଉଣ୍ଟକୁ ଯାଇନାହିଁ ।
ଦେଖନ୍ତୁ ଭିଡିଓ | ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀ ସଂଖ୍ୟା
ତେଣୁ ଖୁବ୍ ଶୀଘ୍ର ଯୋଗ୍ୟ ହିତାଧିକାରୀମାନେ ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ୍ କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ ପୂର୍ବରୁ କୋଟିଏ ମହିଳାଙ୍କ ନିକଟରେ ସୁଭଦ୍ରା ପହଞ୍ଚିବାକୁ ଯାଉଛି । ତେଣୁ ଏଥିପାଇଁ ଆଉ ଭାଗ୍ୟବାନ ୨ ଲକ୍ଷ ମହିଳା ହେବେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ହିତାଧିକାରୀ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଡିବିଟି ଆକ୍ଟିଭ୍ ହୋଇନଥିଲେ ସୁଭଦ୍ରା କିସ୍ତି ଆକାଉଣ୍ଟକୁ ଯାଇପାରିବ ନାହିଁ।
ଅଙ୍ଗନବାଡ଼ି କେନ୍ଦ୍ର, ଜିଲ୍ଲା ଓ ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ, ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡ଼ି ହେବ । ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ହିତାଧିକାରୀ ସଂଖ୍ୟା କୋଟିଏ ଛୁଇଁବ ବୋଲି ପ୍ରଭାତୀ କହିଛନ୍ତି । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ଆଣିଛନ୍ତି ‘ସୁଭଦ୍ରା’ ଯୋଜନା । ଏବେ ‘ସୁଭଦ୍ରା’ ଖୋଜୁଛି ତା’ ପ୍ରଥମ କିସ୍ତିର ଶେଷ ଭାଗ୍ୟବତୀ । ତେବେ ପୂର୍ବରୁ ସରକାର ମାର୍ଚ୍ଚ ୮ ତାରିଖରେ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଓ ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ ଘୋଷଣା କରିସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)