• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Lunar Eclipse
କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; ଜାଣନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ..

ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ ।

Croplands Destroyed
ଆଖି ଆଗରେ ପଚିଗଲା ହାଡ଼ଭଙ୍ଗା ପରିଶ୍ରମ, ପଚ ପଚ କାଦୁଅରେ ସଢୁଛି ଫସଲ

ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା ।

World Mental Health Day
କର୍ମକ୍ଷେତ୍ର ହେଉ କି ପାଠ ପଢ଼ା ପ୍ରେସର, ବିସ୍ଫୋରକ ରୂପ ନେଉଛି ବାରଆଡୁ ବଢୁଥିବା ମାନସିକ ଚାପ

ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି।

vijay fans broke all the seats in the cinema hall after watch leo trailer
‘ଲିଓ’ର ଟ୍ରେଲର୍ ଦେଖି ସିନେମା ହଲ୍‌ର ଚୌକି ଭାଙ୍ଗିଦେଲେ ଦର୍ଶକ; ହେଲେ କାହିଁକି…

‘ଲିଓ’ର ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଚେନ୍ନାଇର ଏକ ସିନେମା ହଲ୍‌ରେ ଏପରି ହଙ୍ଗାମା ସୃଷ୍ଟି କଲେ ଯେ ସେଠାରେ ଥିବା ସବୁ ସିଟ୍ ଭାଙ୍ଗିଦେଲେ।

Ama Odisha Naveen Odisha
ଗ୍ରାମାଞ୍ଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି, ଆରମ୍ଭ ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍

ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ ।

Dress Code for Srimandira
ଶ୍ରୀମନ୍ଦିରକୁ କେମିତି ଡ୍ରେସ୍ ପିନ୍ଧି କି ଯିବେ ? ମାର୍ଜିତ ପରିଧାନ ବିନା ପ୍ରବେଶ କଟକଣାକୁ ନେଇ ଚର୍ଚ୍ଚା

ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା ।

Narendra Modi
ଏସିଆଡ୍ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଡ୍ରଗ୍ ମୁକ୍ତ ଭାରତ ପାଇଁ ଖେଳାଳିଙ୍କୁ ଆହ୍ୱାନ

ପୂର୍ବରୁ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଥିଲେ ବି ପ୍ରଶିକ୍ଷଣ ଅଭାବରୁ ପଦକ ସଂଖ୍ୟା କମ୍ ରହୁଥିଲା। ଏବେ ଖେଲୋ ଇଣ୍ଡିଆ ଅଭିଯାନ ଦ୍ୱାରା ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ଦ୍ୱାରା ପଦକ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Bahanaga Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡି: ୧୩୦ ଦିନ ପରେ ହେଲା ଶବ ସତ୍କାର

ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା ।

Indian Postal Day Postal service is running under the tree
Indian Postal Day: ଗଛ ମୂଳେ ବସି ଲୋକଙ୍କୁ ଡାକ ସେବା ଯୋଗାଉଛନ୍ତି, ପାହାଡ ଚଢି ଚିଠି ବାଣ୍ଟୁଛନ୍ତି

ଆଜିର ଡିଜିଟାଲ୍ ଦୁନିଆରେ ଡାକସେବା ମଧ୍ୟ ପଛରେ ପଡିନି। ଆଧୁନିକତାର ଢାଞ୍ଚାରେ ଅନେକ ଆଗକୁ ଯାଇଛି। ସରକାର ଜନମଙ୍ଗଳ ପାଇଁ ଯୋଗାଇଦେଉଥିବା ସମସ୍ତ ଯୋଜନା ଡିଜିଟାଲ୍‌ରେ ଚାଲିଛି। ହେଲେ ଦୁର୍ଗମ ଅଞ୍ଚଳରେ ଏହି ସବୁ ସେବା କିଭଳି ଚାଲିଛି ତା’ର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।

Hamas
କୁକୁରକୁ ଗୁଳି କରି ମାରିଲେ, ଘରକୁ ନିଆଁ ଲଗାଇ ଜାଳି ଦେଲେ

ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନିର୍ମମ ସହ ହତ୍ୟା କରୁଛନ୍ତି। ଇସ୍ରାଏଲର ଏକ ଘରକୁ ଜଗିଥିବା କୁକୁରକୁ ଗୁଳି କରି ହତ୍ୟା କରିଛି ହମାସ୍ ।

Supreme Court
ହାଇକୋର୍ଟ ବିଚାରପତି ପାଇଁ ୭୦ ନାମ ଦେଲା କେନ୍ଦ୍ର, ୧୨ ଜଜ୍‌ଙ୍କ ହେବ ବଦଳି

ଦେଶର ସମସ୍ତ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପାଇଁ ୭୦ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଇଲା କେନ୍ଦ୍ର ।

Atal Bihari Vajpayee
ଇସ୍ରାଏଲ ବିପକ୍ଷରେ, ପାଲେଷ୍ଟାଇନ ସମର୍ଥନରେ ବାଜପେୟୀ ଦେଇଥିଲେ ଭାଷଣ, ଭାଇରାଲ ହେଉଛି ଭିଡିଓ...

ବାସ୍ତବରେ ଏହି ଭାଇରାଲ ଭିଡିଓ ୧୯୭୭ ମସିହା ଜନତା ପାର୍ଟିର ବିଜୟ ସମାବେଶର। ଏହି ଭିଡିଓରେ ବାଜପେୟୀ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ବାଜପେୟୀ କହୁଛନ୍ତି ’ ଆରବର ଯେଉଁ ଜମିକୁ ଇସ୍ରାଏଲ ଅଧିକୃତ କରି ରଖିଛି ତାହାକୁ ଖାଲି କରିବାକୁ ପଡ଼ିବ’। 

Life at the railway station even after 77 years of independence
Homeless Day: ସ୍ୱାଧୀନତାର ୭୭ ବର୍ଷ ପରେ ବି ରେଳଷ୍ଟେସନରେ ଜୀବନ

ଆଜି ବିଶ୍ୱ ପାଳୁଛି ‘ଆନ୍ତର୍ଜାତୀୟ ବାସହୀନ ଦିବସ’ l ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ଚାଲିଗଲାଣି। ଅନେକ ସରକାର ଆସିଛନ୍ତି ଆଉ ଯାଇଛନ୍ତି। ବାସହୀନ ଲୋକଙ୍କ ପାଇଁ ଅନେକ ଯୋଜନା ମଧ୍ୟ ହୋଇଛି। କିନ୍ତୁ ଘଟଣା ‘ଯୋଉ ତିମିରେକୁ ସେହି ତିମିରେ’।

Return After 35 years
ନିଖୋଜର ୩୫ ବର୍ଷ ପରେ ଘରକୁ ଫେରିଲା ହଜିଲା ଭାଇ

ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ସଂଗଠନ ଯାମିନୀଙ୍କଠୁ ଠିକଣା ଖୋଜି ତାଙ୍କୁ ଗାଁରେ ପହଞ୍ଚାଇଛନ୍ତି । ଯଦିଓ ଅସୁସ୍ଥତା କାରଣରୁ ଯାମିନୀ କଥାବାର୍ତ୍ତା କରିପାରୁ ନାହାନ୍ତି, କିନ୍ତୁ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି ।

Shubman Gill
ହସ୍ପିଟାଲରୁ ଡିସଚାର୍ଜ ହେଲେ ଗିଲ୍‌, ଖେଳିବେ କି ପାକିସ୍ତାନ ବିପକ୍ଷ ମ୍ୟାଚ୍ ?

ଅକ୍ଟୋବର ୬ରେ ଶୁଭମନ୍‌ଙ୍କୁ ଏକ ଖବର ସାମ୍ନାକୁ ଆସିଥିଲା ଯେ, ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ମଧ୍ୟ ଖେଳିନଥିଲେ। ତେବେ ଡେଙ୍ଗୁରେ ପୀଡିତ ଶୁଭମନ ଗିଲ୍‌ଙ୍କ ପ୍ଲେଟଲେଟ୍ କମ୍‌ ହେବା ଯୋଗୁଁ ତାଙ୍କୁ ଗତକାଲି ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Chennai Man
ଆକାଉଣ୍ଟରେ ଥିଲା ୩ହଜାର; ହଠାତ୍‌ ଆସିଗଲା ୭୫୩ କୋଟି

ଯୁବକଙ୍କ ନାଁ ମହମ୍ମଦ ଇଡ୍ରିସ୍ । ତାଙ୍କ ବୟସ ୩୦ ବର୍ଷ । ସେ ତିରୁନେଲଭେଲି ଜିଲ୍ଲାରୁ ଚେନ୍ନାଇକୁ ଚାକିରି କରିବାକୁ ଆସିଥିଲେ । ଏକ ଫାର୍ମାସିରେ ମହମ୍ମଦ କାମ କରୁଥିଲେ ।

Anubhab Mohanty
ସୋସିଆଲ୍ ମିଡିଆରେ ଅନୁଭବଙ୍କ ଅପିଲ୍‌; ଛାଡ଼ପତ୍ର ସ୍ୱୀକାର କର ବର୍ଷା

ଆଜି ସକାଳେ ସୋସିଆଲ୍ ମିଡିଆରେ ନୂଆ ଭିଡ଼ିଓ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଚରିତ୍ର ସଂହାର କରିବା ମୋ ଉଦ୍ଦେଶ୍ୟ ନୁହେଁ ବୋଲି ଅନୁଭବ କହିବା ସହ କୋର୍ଟଙ୍କ ଐତିହାସିକ ରାୟକୁ ଆମେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଛନ୍ତି ।

Chandra Grahana
ଆସନ୍ତା ୨୮ରେ ଚନ୍ଦ୍ରଗ୍ରହଣ; ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ ।

padmapur jail warder prostitution
ଦେହ ବ୍ୟବସାୟରେ ଲିପ୍ତ ଜେଲ୍ ୱାର୍ଡର

ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ଖାକି ପୋଷାକଧାରୀ ବାବୁ। ପଦ୍ମପୁର ଉପ କାରାଗାରରେ ସେ ଜେଲ ୱାର୍ଡର ଭାବେ କାର୍ଯ୍ୟ କରୁଛନ୍ତି।

Lootera dulhan
ଡାକୁଥିଲା ପାଖକୁ , ଫସାଉଥିଲା ପ୍ରେମରେ; ପରେ ସମ୍ପତ୍ତି ନେଇ ମାରୁଥିଲା ଚମ୍ପଟ...

ଫସାଉଥିଲେ, ବିବାହ କରୁଥିଲେ, ପରେ ଟଙ୍କା ପଇସା ସୁନା ରୂପା ଧରି ଚମ୍ପଟ ମାରୁଥିଲେ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶରୁ । ନିଜର ଅନେକ ନାମ ଧରି ବୁଲୁଥିଲେ । ଭଲ ଘରର ପୁଅଙ୍କୁ ଫସାଇ ବିବାହ କରୁଥିଲେ । ପରେ ସମସ୍ତ ସମ୍ପତ୍ତି ନେଇ ଫେରାର ହୋଇ ଯାଉଥିଲେ ।

Mother-Son Duo
ଚଢ଼ିଗଲା ଟ୍ରକ୍‌; ଚାଲିଗଲା ମା’ ପୁଅଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ୪ଜଣ

ପରିବାରର ସମସ୍ତ ସଦସ୍ୟ ଗାଁ ଯାତ୍ରା ପଡ଼ିଆ ନିକଟରେ ଶୋଇଥିବାବେଳେ ବାଘମୁଣ୍ଡା ଗାଁରୁ ବାଲି ଅନଲୋଡ଼ କରି ଆସୁଥିବା ଏକ ଟ୍ରକ ମାଡି ଯାଇଥିଲା ।

Accident
ପୋଲରୁ ଖସି ଝୁଲିଲା ୧୬ ଚକିଆ ଟ୍ରଲର; ଡେଇଁ ପଡିଲେ ଡ୍ରାଇଭର ଓ ହେଲପର

ଉଭୟ ଡ୍ରାଇଭର ଓ ହେଲପର ଉତ୍ତର ପ୍ରଦେଶ ରାମପୁରର ବୋଲି ଜଣାପଡିଛି । ପୂର୍ବରୁ ଏହି ସ୍ଥାନରେ କିଛି ମାସ ତଳେ ଏକ ବସ୍ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Taraprasad Bhajanpati
ତାରାଙ୍କୁ ଠକିଥିଲା ସାଇବର ଠକ; ବିହାରରୁ ବାନ୍ଧିଲା ପୋଲିସ

ସାଇବର କ୍ରାଇମ୍‌କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।

Hamas terrorists,
ଇସ୍ରାଏଲରୁ ଆସିଲା ଛାତିଥରା ଦୃଶ୍ୟ, ନାତୁଣୀ ସାମ୍ନାରେ ଜେଜେମା ହତ୍ୟାର ଲାଇଭ୍ ଷ୍ଟ୍ରିମିଂ

ଆତଙ୍କବାଦୀମାନଙ୍କ ପାଶବିକ ଅତ୍ୟାଚାର ସୀମା ଲଙ୍ଘିଛି । ଗାଜାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ ଚାଲିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆତଙ୍କବାଦୀଙ୍କ ଛାତିଥରା କାହାଣୀ ସାମ୍ନାକୁ ଆସୁଛି ।

Maa Biraja
ଆସୁଛି ମା’ ବିରଜାଙ୍କ ରଥଯାତ୍ରା; ଶେଷ ପର୍ଯ୍ୟାୟରେ ସିଂହଧ୍ୱଜ ପ୍ରସ୍ତୁତି

ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ ।ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ।