ମଧ୍ୟପ୍ରାଚ୍ୟରେ ପୁଣି ଥରେ ମାନବୀୟ ସଂକଟ...ଘର ଛାଡୁଛନ୍ତି ଇସ୍ରାଏଲ ଯୁଦ୍ଧ ବିପନ୍ନ...ରିଲିଫ କ୍ୟାମ୍ପରେ ବିତୁଛି ଲୋକଙ୍କ ଜୀବନ..ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ
ସମ୍ପତ୍ତି ପାଇଁ ପର ହୋଇଗଲା ମା’ର ମମତା । ମା’ର ଜୀବନ ନେବାକୁ ପଛାଇଲାନି ଝିଅ ।
ସିଦ୍ଧାନ୍ତଙ୍କ ପାଦ ତଳେ ଲୋଟିଗଲେ ବୈରାଗୀ...ଭୋ ଭୋ କାନ୍ଦି ଉଠିଲେ, କୁଣ୍ଢାଇ ପକାଇଲେ..ସିଦ୍ଧାନ୍ତଙ୍କ ବହୁ ପୁରୁଣା ସାଥି କଳାକାର ବୈରାଗୀ
ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି
ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର
ଅଣ୍ଡା ଦୁନିଆର ସବୁଠାରୁ ସାଧାରଣ ତଥା ବହୁଳ ଭାବରେ ବ୍ୟବହାର କରାଯାଉଥିବା ପ୍ରୋଟିନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଶରୀରର ଅନ୍ୟ ଅଙ୍ଗ ବ୍ୟତୀୟ ହୃଦୟ ପାଇଁ ଖୁବ ଉତ୍ତମ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ୱ ପ୍ରତିବର୍ଷ ଅକ୍ଟୋବରର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ଭାବରେ ପାଳନ କରିଥାଏ।
ପୂର୍ବରୁ ତାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯାଇଥିଲା, ଏଥର Z ସୁରକ୍ଷାରେ ରହିବେ ଜୟଶଙ୍କର। ବର୍ତ୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆରପିଏଫ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଯାଇଛି।
୨୦୨୮ ଅଲମ୍ପିକ୍ସ ଲସ୍ ଏଞ୍ଜଲ୍ସେରେ ହେବାକୁ ଯାଉଛି। ଏହା ପୂର୍ବରୁ ଲସ୍ ଏଞ୍ଜେଲ୍ସ ଆୟୋଜନ ସମିତି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ୍ କରିବାକୁ IOCକୁ ପ୍ରସ୍ତାବ ଦେଇଥିଲା। କ୍ରିକେଟ୍ ସହ ଫ୍ଲାଗ୍ ଫୁଟବଲ୍, ବେସ୍ବଲ୍, ସ୍କ୍ୱାସ୍ ଓ ଲାକ୍ରୋସ୍ ଭଳି ଖେଳ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍ ଅଲ୍-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।
ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ । ଭାତ ସହିତ ଖାଲି ଡାଲମା ଗୋଳାଇ ଖାଉଛନ୍ତି ଛାତ୍ରଛାତ୍ରୀ । ପିଲାମାନେ କେଉଁଠୁ ପାଇବେ ପୁଷ୍ଟିସାରର ପୋଷଣ
ବିଧାୟକଙ୍କ ଘର ପାଖରେ ତାଙ୍କ ଅନୁପସ୍ଥିତିରେ ସମାବେଶ କରି, ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ।
ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ୨୪ ପାଇଁ ପୁରୀ ରହିଛି କି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଜୋର ଧରିଲା ଚର୍ଚ୍ଚା ।
ବାହାଘର ପାଇଁ ରାଜସ୍ଥାନରେ ବଦଳିଛି ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। କେବଳ ଭୋଟ୍ ଗ୍ରହଣକୁ ଛାଡ଼ି ଦେଲେ ଆଉ ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ଦିନ ବଢିଲେ ଚିନ୍ତା ବଢୁଛି। ଆଶ୍ୱିନ ମାସ ଖରା ଟାଇଁ ଟାଇଁ ଲାଗୁଛି। ଦିନରେ ଖରା, ସଞ୍ଜ ନଇଁଲେ ଗୁଳୁଗୁଳି। ଠିକ ଏମିତି ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଲାଗି ରହିଛି।
ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍।
ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ।
‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।
୧୯ ନିର୍ବାଚନରେ ନବୀନ ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ କିଛି ବର୍ଷ ହେବ ବିଜେଡି ସରକାରର ଫୋକସରେ ରହି ଆସିଛି ପୁରୀ।
ଗତକାଲି ବସ୍ତା ନିର୍ବାଚନମଣ୍ଡଳୀର ଚନ୍ଦନ ପଡ଼ିଆରେ ବିଜେଡି ପଦଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ଏବଂ ଗୃହକୁ ଆବାହନ କରାଯାଏ।
ହିନ୍ଦୁ ଧର୍ମରେ ମହାଳୟାଙ୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ପର୍ବରୁ ଦୁର୍ଗାପୂଜା ଆରମ୍ଭ ହୁଏ। ଏହି ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନ ମାତା ଦୁର୍ଗାଙ୍କୁ ବନ୍ଦନା କରାଯାଏ ଏବଂ ନିଜ ଘରକୁ ଆଗମନ ପାଇଁ ପ୍ରାର୍ଥନା କରାଯାଏ। ଏହି ଦିନ ପିତୃପୁରୁଷମାନଙ୍କୁ ମଧ୍ୟ ସ୍ମରଣ କରାଯାଏ।
ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହି ପର୍ବ କେବେ ଆରମ୍ଭ ହେଲା, କିଏ ଏହାକୁ ପ୍ରଥମେ ଓ କାହିଁକି ପାଳନ କଲେ ସେ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ।
ପିତୃପୁରୁଷଙ୍କ ଶାନ୍ତି ପାଇଁ ପ୍ରତିବର୍ଷ ପିତୃପକ୍ଷରେ ଶ୍ରାଦ୍ଧ, ତର୍ପଣ ଇତ୍ୟାଦି କରାଯାଏ। ଗରୁଡ଼ ପୁରାଣରେ ଶ୍ରାଦ୍ଧ ଦେବାର ନିୟମ ଏବଂ ବିଧି ଉପରେ କୁହାଯାଇଛି। ଆସନ୍ତୁ ଜାଣିବା ତର୍ପଣ ନିୟମ ଓ ଶ୍ରାଦ୍ଧ ଭୋଜନ ବିଷୟରେ।