Advertisment

ବଢ଼ିପାରେ ତୈଳ ଓ ଗ୍ୟାସ୍ ଦର

ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତୈଳ ଓ ଗ୍ୟାସ୍ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରୋ ଗତକାଲି ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୩ ଡଲାର୍ ବଢ଼ି ୧୦୦ ଡଲାରରେ ପହଞ୍ଚିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Oil prices rise following Hamas attack on Israel

World Oil Market likely to get impacted by ongoing Israel war

ସମୟ ଯେତେ ଗଢ଼ୁଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି ଅଧିକ ବିଗୁଡ଼ୁଛି। ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଇସ୍ରାଏଲ୍ ଜୋରଦାର କରିଛି। ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛି। 

Advertisment

ଗତକାଲି ରାତିରୁ ଇସ୍ରାଏଲ୍ ସେନା ଗାଜାରେ ପ୍ରବେଶ କରିବା ସହ ଏନକାଉଣ୍ଟର୍ ଆରମ୍ଭ କରିଛି।  ହମାସ୍‌ର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି।ଏହାସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି।

ଗୋଟିଏପଟେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଅନ୍ୟପଟେ ବିଶ୍ୱ ତୈଳ ବଜାର ଉପରେ ଯୁଦ୍ଧର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଏଭଳି କିଛି ଆକଳନ କରିଛନ୍ତି। 

Advertisment

ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତୈଳ ଓ ଗ୍ୟାସ୍ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରୋ ଗତକାଲି ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୩ ଡଲାର୍ ବଢ଼ି ୧୦୦ ଡଲାରରେ ପହଞ୍ଚିଛି। ଯଦି, ଏପରି ଯୁଦ୍ଧ ଚାଲେ ତା’ହେଲେ ଆହୁରି ଦର ୧୦ ପ୍ରତିଶତ ବଢ଼ିପାରେ।

ସେପଟେ ଭାରତ ସରକାର ଏଥିପ୍ରତି ବେଶ୍ ଯତ୍ନବାନ ଅଛନ୍ତି। ପୁରା ପ୍ରକ୍ରିୟା ଓ ବିଶ୍ୱ ବଜାର ଉପରେ ନଜର ରଖାଯାଇଛି। ଅଭିଜ୍ଞତା ସହ ଏହି ସ୍ଥିତିର
ମୁକାବିଲା କରାଯିବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।

Oil Price
Advertisment
Advertisment