/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1696915529.jpg)
PM Modi
ଏସିଆନ୍ ଗେମସରେ ମେଡାଲ ବିଜେତାଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । କ୍ରୀଡ଼ାବିତଙ୍କୁ ଭେଟି କଥାବାର୍ତ୍ତା ହେବା ସହିତ ମୋଦି ସମ୍ବର୍ଦ୍ଧିତ କରିବେ । ଏହାପୂର୍ବରୁ ନୂଆଦିଲ୍ଲୀ ପହଞ୍ଚିଛନ୍ତି ଭାରତୀୟ ହକି ଦଳ ଓ ତାସହ ଅନ୍ୟାନ ଖେଳାଳୀ । ଏସିଆନ ଗେମସରେ ଏଥର ରେକର୍ଡ ସଂଖ୍ୟକ ମେଡାଲ ହାସଲ କରିଛି ।
ପ୍ରଥମ ଥର ପାଇଁ ଶହେ ପାର୍ କରିଛି ମେଡାଲ ସଂଖ୍ୟା । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଚ ସହିତ ମୋଟ ୧୦୭ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ । ଚୀନର ହାଙ୍ଗଝୋରେ ହୋଇଥିବା ଏସୀୟ କ୍ରୀଡ଼ାର ଏହି ସଂସ୍କରଣରେ ଚୀନ ୨୦୧ଟି ସ୍ୱର୍ଣ୍ଣ, ୧୧୧ଟି ରୌପ୍ୟ ଓ ୭୧ ବ୍ରୋଞ୍ଚ ସହିତ ୩୮୩ଟି ମେଡାଲ ପାଇଛି । ଏସିଆନ୍ ଗେମସ୍ ମେଡାଲ ବିଜେତାଙ୍କୁ ଭେଟିବେ ମୋଦି କ୍ରୀଡ଼ାବିତଙ୍କୁ ଭେଟି କଥାବାର୍ତ୍ତା କରିବେ ଖେଳାଳିଙ୍କ ଦମ୍ଭ ବଢ଼ାଇବେ ପ୍ରଧାନମନ୍ତ୍ରୀ ।
ବିଗତ ଏସିଆନ୍ ଗେମ୍ସରେ ଭାରତ କେବେ ବି ଏତେ ସଂଖ୍ୟାରେ ପଦକ ହାସଲ କରି ନଥିଲା । ଭାରତ ପାଇଁ ଗୋଲଡେନ୍ ଡେ ଥିଲା ପ୍ରତିଯୋଗିତାର ଶେଷ ଦିନ । ଆଜି ମୋଟ୍ ୬ଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଭାରତୀୟ ଖେଳାଳି ।ତୀରନ୍ଦାଜୀ କମ୍ପାଉଣ୍ଡ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଶକ୍ତିଶାଳୀ କୋରିଆକୁ ହରାଇ ଗୋଲଡ ମେଡାଲ ଜିତିଥିଲେ ଭାରତର ଜ୍ୟୋତି । ଏହି ଇଭେଣ୍ଟରେ ୧୭ ବର୍ଷୀୟା ଅଦିତି ସ୍ୱାମୀ ବ୍ରୋଞ୍ଜ ହାସଲ କରିଥିଲେ ।
ସେହିପରି କମ୍ପାଉଣ୍ଡର ପୁରୁଷ ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲରେ ମୁକାବିଲା ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ । ତେବେ ଏଥିରେ ଯୁବ ତୀରନ୍ଦାଜ ପ୍ରବୀଣ ଦେଓତଲେ ଭେଟରାନ୍ ଅଭିଷେକ ବର୍ମାଙ୍କୁ ହରାଇ ସ୍ୱର୍ଣ୍ଣପଦକ ହାତେଇଥିଲେ । ଏହାପରେ ମହିଳା କବାଡିରେ ଭାରତୀୟ ଦଳ ଏକ ରୋମାଞ୍ଚକର ମୁକାବିଲାରେ ଚାଇନିଜ୍ ତାଇପେକୁ ହରାଇ ଦେଶ ଲାଗି ୧୦୦ତମ ମେଡାଲ ଜିତିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)