• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନକୁ ଦିନ ଗମ୍ଭୀର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି । ଏହା ଆଗକୁ ଆହୁରି ଗମ୍ଭୀର ହେବା ସହ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ଯୁଏଇ ପକ୍ଷରୁ କୁହାଯାଇଛି । ଯୁଏଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଏହି ଯୁଦ୍ଧ ବିଶ୍ୱକୁ ଭୟଭୀତ କରି ରଖିଛି । ଇସ୍ରାଏଲ ବାସିନ୍ଦାଙ୍କୁ ଘରୁ ବନ୍ଦୀ କରି ନିଆଯାଉଛି । ଏହି ଯୁଦ୍ଧରେ ଯେମିତି ଉଭୟ ଦେଶର ଲୋକେ ବିପଦର ସମ୍ମୁଖୀନ ନ ହୁଅନ୍ତୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । 

ଇସ୍ରାଏଲ୍ ଉପରେ ହମାସ୍ ଆତଙ୍କବାଦୀଙ୍କ ଆକ୍ରମଣର ଗୋଟିଏ ପଟେ ଗୋଟିଏ ଛାତିଥରା ଚିତ୍ର ଆସିବାରେ ଲାଗିଛି । ହମାସ୍ ଆତଙ୍କବାଦୀମାନେ ଏକ ଇହୁଦି ପରିବାର ଉପରେ ଆକ୍ରମଣ କରୁଥିବା ସିସିଟିଭି ଭିଡିଓରେ ଦେଖାଯାଉଛି । ତେବେ ଘରର ମୁରବୀ, ଠିକ୍ ସମୟରେ ଜଣକ ପରେ ଜଣେ ସଦସ୍ୟଙ୍କୁ ଛାତଘର ପଛଦ୍ୱାର ଦେଇ ବାହାର କରିବାରୁ ସକ୍ଷମ ହେଉଛନ୍ତି । ପରିବାର ଛୋଟ ବଡ଼ ସଦସ୍ୟ ଏପରିକି ପିଲାମାନେ ପଛଦ୍ୱାର ଦେଇ ବାହାରି ଆସୁଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ଘରର ମୁରବୀ ଆତଙ୍କବାଦୀଙ୍କ କବଳରୁ ବର୍ତ୍ତି ପାରୁନାହାନ୍ତି । ସେମାନଙ୍କ ଗୁଳିମାଡ଼ରେ ସେ ଟଳି ପଡୁଛନ୍ତି ।

ଇସ୍ରାଏଲ-ହମାସ ସଂଘର୍ଷର ଫସିଛନ୍ତି ବହୁ ଭାରତୀୟ । ଇସ୍ରାଏଲରେ ପଢୁଥିବା ଛାତ୍ରଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ଉଦ୍ୟମ କରିଛନ୍ତି । ଯୁଦ୍ଧରେ କେରଳର ଜଣେ  ମହିଳା ଆହତ ହୋଇଥିବା ଥିବା ସୂଚନା ମିଳିଛି । ସେପଟେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ମୃତ୍ୟୁସଂଖ୍ୟା ୧ ୧ଶହ ଟପିଲା । ଉଭୟ ପକ୍ଷରୁ ୧୧ ଶହ ମୃତ୍ୟୁ ନେଇ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଇସ୍ରାଏଲରେ ୭ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି, ସେହିପରି ଗାଜାରେ ୪ ଶହ ଜଣଙ୍କ ମୃତ୍ୟୁ ହୋଇଛି ।

ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍‌ର ଆକ୍ରମଣ କରିଥିବା ସୂଚନା ମିଳିଛି । ହଜାର ହଜାର ଲୋକ ଫେଷ୍ଟିଭାଲ୍‌ରେ ଥିଲା ବେଳେ ଗୁଳିମାଡ଼ ହୋଇଛି । ୨୬୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ସେନା ଆକଳନ କରିଛି ।