ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।
ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ତା’ପରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ । ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଛନ୍ତି ସଂଘ ସଂପାଦକ ।
ଏକ ବିଜ୍ଞାପନ କରି ପୁଣି ଫସିଛନ୍ତି ଅକ୍ଷୟ କୁମାର। ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।
ମହିଳାଙ୍କ ଘର ଛତିଶଗଡ଼ ତପକରା ଥାନା ଖାରିବାହାଲରେ ବୋଲି ଜଣାପଡ଼ିଛି । ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅକୁ ଜେରା କରଛି ପୋଲିସ ।
ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କ ବିବାହ ବିଷୟରେ ଆଲୋଚନା ହୋଇଛି। ଏହା ପଛର କାରଣ ହେଲା ଏହି ଫଟୋରେ ତାଙ୍କ ସହିତ ଏକ ‘ମିଷ୍ଟ୍ରୀ ଗାର୍ଲ’ ଅଛି। ଏହି ‘ମିଷ୍ଟ୍ରୀ ଗାର୍ଲ’ କିଏ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି।
କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଇଛି । ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ।
ରବିବାର ରାତିରେ ଏହି ଘଟଣା ଘଟିଛି । ହଠାତ୍ କୌଣସି କାରଣରୁ ଫ୍ରିଜ୍ର କମ୍ପ୍ରେସର ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି ।
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ । ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ମଞ୍ଚା କରି ରାତିରେ ଶୋଇଥିଲେ ।
ଭାରତୀୟ ଡାକ ବିଭାଗର ଗ୍ରାମ ସୁରକ୍ଷା ନାମକ ଏକ ବହୁତ ଭଲ ଯୋଜନା ରହିଛି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଯୋଜନାରେ ଯଦି ଆପଣ ୧୯ ବର୍ଷ ବୟସରେ ଆବେଦନ କରିବା ସହ ୧୦ ଲକ୍ଷ ଟଙ୍କାର ସ୍କିମ୍ କରନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ପ୍ରାୟ ୫୦ ଟଙ୍କା ସଞ୍ଚୟ କରିବାକୁ ହେବ ।
ଶାହରୁଖଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Y+ ସୁରକ୍ଷା ଦିଆଯାଇଛି । ସୂଚନା ଥାଉ କି, ଆଗକୁ ଶାହରୁଖଙ୍କ ଆଉ ଏକ ମୁଭି ଆସିବାକୁ ଯାଉଛି ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର
ଇସ୍ରାଏଲ ସେନାର ଆକ୍ରମଣ ଯୋଗୁଁ ହମାସର ବ୍ୟାପକ କ୍ଷତି ହୋଇଛି । ତେବେ କେତେ ଇସ୍ରାଏଲ ନାଗରିକଙ୍କୁ ହମାସ ମୁଣ୍ଡଜାମିନ ରଖିଛି ଏବେବି ଅସ୍ପଷ୍ଟ ରହିଛି । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଆକ୍ରମଣ କରିଥିବା ସୂଚନା ମିଳିଛି ।
ଆଜି ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ନିର୍ବାଚନ ଆୟୋଗ । ଏଥିରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।
ସନ୍ଧ୍ୟା ହେଲେ ଅନ୍ଧାର ରାଜ୍ । ରାୟଗଡ଼ା ଜିଲ୍ଲାରେ ଆଜି ବି ଲୋକ ବିଜୁଳି ଯୋଗାଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ , ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାସଭବନ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଚାଞ୍ଚଡ଼ାମୁଣ୍ଡୀ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢା ସାରି ଦିଅନ୍ତି ।
ଖେଳ ଛୁଟି ପରେ ବିଦ୍ୟାଳୟର ଅଫିସ୍ କୋଠରୀରେ ଦଶମ ଶ୍ରେଣୀର ଛାତ୍ର ସୁମନ କୁମାର ଦାସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗତକାଲି ସୁମନ ଓ ଶିକ୍ଷକ ମନୋରଂଜନଙ୍କ ପୁତୁରା ସୂର୍ଯ୍ୟକାନ୍ତଙ୍କ ସହ ଗଣ୍ଡଗୋଳ ହୋଇଥିଲା ।
ଲକ୍ଷ୍ମୀ ବସ୍ ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖରେ ବୈଠକ କରି ରାଜ୍ୟ ସରକାର ସେମାନଙ୍କ ଦାବି ନଶୁଣିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ରଖିବାକୁ ଧମକ ଦେଇଥିଲେ ।
ଭାରତରେ ଆରମ୍ଭ ହୋଇଯାଇଛି ୨୦୨୩ ଦିନିକିଆ ବିଶ୍ୱକପ୍। ଏଥର ମୁକୁଟର ଦାବିଦାରମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବି ରହିଛି ଦୌଡ଼ରେ।
ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ମଧ୍ୟରେ ୧୬୫ ରନ୍ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା।
ଅଷ୍ଟ୍ରେଲିଆ ଜର୍ସି ପଛରେ ଥିବା ପୂରା କାହାଣୀ ଏହାର ଜାତୀୟ ଫୁଲ ସହ ଜଡ଼ିତ। ଅଷ୍ଟ୍ରେଲିଆର ଜାତୀୟ ଫୁଲ ହେଉଛି ’ଦି ଗୋଲ୍ଡେନ୍ ୱେଟଲ୍’। ’ଦି ଗୋଲ୍ଡେନ୍ ୱେଟଲ୍’ ଫୁଲର ପତ୍ର ସବୁଜ ରଙ୍ଗ ଓ ଏହାର ଫୁଲ ହଳଦିଆ ରଙ୍ଗର ହୋଇଥାଏ।
ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?
ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।
ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।
ଝାଡ଼ଖଣ୍ଡର କଳଙ୍କ । ସୁନ୍ଦରଗଡ଼ରେ କମ୍ପନ। ଦୋହଲାଇଦେଇଛି ସାରା ରାଜ୍ୟକୁ। ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଛି ଉଲଗ୍ନ ଅବସ୍ଥାରେ ୨ ମହିଳା ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଯେ ଫୋପାଡ଼ିଲେନି ତା’ନୁହେଁ, ବରଂ ଲୁଟ୍ ହୋଇଛି ୨ ମହିଳାଙ୍କ ଇଜ୍ଜତ୍, ମହତ୍।
ଆଜି ଗାଜା ପଟ୍ଟି ସମେତ ପାଲେଷ୍ଟାଇନର ବିଭିନ୍ନ ଅଞ୍ଚଳରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ରକ୍ତମୁଖା ଇସ୍ରାଏଲ୍ । ବଦଲା ନେବାକୁ ଆରମ୍ଭ ହୋଇଛି ଅପରେସନ୍ ଆଇରନ୍ ସୋର୍ଡ ।