• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାଗ୍ୟରେ ଥିଲେ ଏମିତି ଉପହାର ମିଳେ। ଏହି ଦିନଟି ତାଙ୍କ ପାଇଁ ସାରା ଜୀବନ ମନେ ରହିବ । ବୋଧହୁଏ ଖୁବ୍‌ କମ୍‌ ଲୋକଙ୍କ ଭାଗ୍ୟରେ ଏମିତି ସୁଯୋଗ  ଆସିଥିବ । ଯେଉଁମାନଙ୍କୁ ଜନ୍ମଦିନରେ ଏତେ ବଡ଼ ଉପହାର ମିଳିଥିବ । ଆମ କହୁଛୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ କଥା । ଜନ୍ମଦିନରେ ସେ ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଯାହାକି ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୀୟା କୁମାରୀ ଓ ପ୍ରେମଚନ୍ଦ୍ର ବୈରୱା । ଭଜନଲାଲ ସାଙ୍ଗନୌର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିଛି ବିଜେପି । ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ​​ନିର୍ବାଚନ ଲଢ଼ିଥିଲା । ୨୦୦୩ ରୁ ରାଜସ୍ଥାନରେ ବସୁନ୍ଧରା ରାଜେ ହିଁ ବିଜେପିର ଚେହେରା ରହିଆସିଛନ୍ତି । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଥିଲା । ତେଣୁ ଏଥର ଦଳ ରାଜ୍ୟରେ ନୂଆ ମୁହଁ ଆଣିବ ବୋଲି ଚର୍ଚ୍ଚା ହେଉଥିଲା ।

ପୂର୍ବରୁ ଭଜନଲାଲ ରାଜ୍ୟ ସାଧାରଣ ସମ୍ପାଦକଭାବେ ଦଳର ଗୁରୁ ଦାୟିତ୍ବ ତୁଲାଉଥିଲେ । ଜୟପୁରରେ ତାଙ୍କ ବାସ ଭବନ ରହିଥିବା ବେଳେ ସେ ଭରତପୁରର ମୂଳ ବାସିନ୍ଦା । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ସାଙ୍ଗାନୋର ଆସନରେ ପ୍ରଥମଥର ପାଇଁ ତାଙ୍କୁ ଟିକେଟ ଦିଆଯାଇଥିଲା ।

ଏହି ଆସନ ବିଜେପିର ଗଡ଼ଭାବେ ପରିଚିତ ଥିଲା । ବରିଷ୍ଠ ନେତାଙ୍କ ଟିକେଟ କାଟି ଭଜନଲାଲଙ୍କୁ ଏଠାରେ ଦାୟିତ୍ୱ ଦିଆ ଯାଇଥିଲା । ଯାହାକୁ ସେ ଭଲ ଭାବେ ତୁଲାଇ ଥିଲେ । ସେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ।