/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702645399.jpg)
Murder Accused Shot Dead In Patna Court Complex
ଦିନ ଦ୍ୱିପହରେ କୋର୍ଟ ପରିସରରେ ଓପନ୍ ଫାୟାରିଂ । ଅଭିଯୁକ୍ତଙ୍କୁ କୋର୍ଟ ନେଲା ବେଳେ ପୋଲିସ ଆଗରେ ଗୁଳିମାଡ଼ । ବିହାର ପାଟନାର ଏକ କୋର୍ଟ ପରିସରରେ ବିଚାରଧିନ କଏଦୀଙ୍କୁ ଗୁଳିମାଡ଼ କଲେ ଦୁଇ ଜଣ ବ୍ୟକ୍ତି । ଏହି ଗୁଳିମାଡ଼ରେ ଜଣେ କଏଦୀ ପ୍ରାଣ ହରାଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ବିହାର ପାଟନାର ଦାନାପୁର ସବ୍-ଡିଭିଜନ୍ କୋର୍ଟ ପରିସରରେ ଏହି ଗୁଳିକାଣ୍ତ ଘଟିଛି । ବିଚାରଧିନ କଏଦୀ ଅଭିଷେକ କୁମାର ଓରଫ୍ ଛୋଟେ ସରକାରକୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଘର ସିକନ୍ଦରପୁରରେ । ତାଙ୍କ ନାଁରେ ହତ୍ୟା ସମେତ ଏକାଧିକ ମାମଲା ରହିଛି । ତାଙ୍କୁ ବେଉର ଜେଲ୍ରେ ରଖାଯାଇଥିଲା ।
ପୋଲିସ ସୁରକ୍ଷା ମଧ୍ୟରେ ଆଜି ଅପରାହ୍ଣରେ ତାଙ୍କୁ କୋର୍ଟ ଆଣିବା ବେଳେ ବେପରୁଆ ଗୁଳି ଚାଳନା କରିଥିଲେ ଦୁଇଜଣ ବ୍ୟକ୍ତି । କେହି ବି ଏହାକୁ ଅଟକାଇ ପାରିନଥିଲେ । ଅଭିଷେକଙ୍କ ଉପରେ ସେମାନେ ୪ ରାଉଣ୍ତ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଛୋଟେ ସରକାର ପ୍ରାଣ ହରାଇଥିଲେ । ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି । କେହା ଇସାରାରେ ବା କେଉଁ ଉଦ୍ଦେଶ୍ୟରେ ସେମାନେ ଗୁଳିଚାଳନା କରିଛନ୍ତି, ସେନେଇ ପୋଲିସ ତଦନ୍ତ ଚଳାଇଛି । ସେମାନଙ୍କ ଘର ମୁଜାଫରପୁର ବୋଲି ପୋଲିସ ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)