Advertisment

ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ; MI ର ମଙ୍ଗ ଧରିବେ ପାଣ୍ତ୍ୟା

ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Hardik Pandya

Hardik Pandya

ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଏବେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା। ଆଇପିଏଲ ୨୦୨୪ ସିଜିନ୍‌ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦେଲା ମୁମ୍ବାଇ ଇଣ୍ଡିଆନ୍ସ। ଆଇପିଏଲ ଇତିହାସରେ ସବୁଠୁ ସଫଳ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। ସେ ମୁମ୍ବାଇ ପକ୍ଷରୁ ୧୦ଟି ଦାୟିତ୍ୱ ତୁଲାଇ ୫ଟି ଆଇପିଏଲ ଟ୍ରଫି ଜିତିଥିଲେ। ଡିସେମ୍ବର ୧୯ରେ ହେବାକୁ ଥିବା ମିନି ଅକ୍ସନ ପୂର୍ବରୁ ଏହି ବଡ଼ ନିଷ୍ପତ୍ତି ନେଇଛି ମୁମ୍ବାଇ। ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସଠାରୁ ଟ୍ରେଡ୍‌ କରି ଆଣିଥିଲା ମୁମ୍ବାଇ। ହାର୍ଦ୍ଦିକ ମୁମ୍ବାଇକୁ ଆସିବା ପରଠାରୁ ତାଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଆଜି ଏହି ଚର୍ଚ୍ଚାର ଅବସାନ ଘଟିଛି।

Advertisment

ସୂଚନା ଅନୁସାରେ ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୧୫୮ଟି ମ୍ୟାଚ୍‌ ଖେଳିଥିବାବେଳେ ୮୭ଟି ମ୍ୟାଚ୍‌ରେ ବିଜୟ, ୬୭ଟି ମ୍ୟାଚ୍‌ରେ ପରାଜୟ ଓ ୪ଟି ମ୍ୟାଚ୍‌ ଡ୍ର’ ରହିଥିଲା। ଏଥିସହ ତାଙ୍କ କ୍ୟାପଟେନ୍ସିରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।

Rohit Sharma India News Mumbai Indians Hardik Pandya
Advertisment
Advertisment