/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702661106.jpg)
Dheeraj Sahu
ମଦ ସାମ୍ରାଜ୍ୟ ଉପରେ ଆୟକର ଚଢ଼ାଉ ଏବଂ ୩ ଶହ କୋଟିରୁ ଅଧିକ ଟଙ୍କା ଜବତ ଘଟଣା । ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ । ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇ, ନିଜ ପକ୍ଷ ରଖିଲେ ଧୀରଜ । କହିଲେ ଜବତ ହୋଇଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ଟଙ୍କା । ସେଗୁଡ଼ିକ ମୋ ପାରିବାରିକ ବ୍ୟବସାୟର ଟଙ୍କା ଏବଂ ମୁଁ ଏବେ ବ୍ୟବସାୟରେ ନାହିଁ । ଆୟକର ବିଭାଗ ଆଗରେ ମୋ ପରିବାର ଲୋକେ ଜବାବ ରଖିବେ ।
Advertisment
ମୋ ପରିବାର ଶହେ ବର୍ଷ ହେବ ମଦ ପ୍ରସ୍ତୁତି ଓ ବ୍ୟବସାୟରେ ସମ୍ପୃକ୍ତ ରହିଛି। ମଦ ବ୍ୟବସାୟରେ ସବୁ ନେଣଦେଣ ନଗଦ ଟଙ୍କା ବା କ୍ୟାଶ୍ ଆକାରରେ ହୋଇଥାଏ । ତେଣୁ ଏସବୁ ସେହି ଟଙ୍କା । ଏହା ନିଶ୍ଚିତ ଯେ, ଏହି ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ସଂପର୍କ ନାହିଁ । ବିଜେପିର କଳାଧନ ଠୁଳ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା କଳା ଟଙ୍କା ନା ଧଳାଟଙ୍କା ତାହା ଆୟକର ବିଭାଗକୁ କହିବାକୁ ଦିଆଯାଉ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)