• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟିମ୍ ଇଣ୍ଡିଆର ଆଉ କୌଣସି କ୍ରିକେଟରଙ୍କୁ ସାତ ନମ୍ବର ଜର୍ସିରେ ଦେଖିବାକୁ ମିଳିବ ନାହିଁ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପିନ୍ଧୁଥିବା ସାତ ନମ୍ବର ଜର୍ସିକୁ ରିଟାୟାର୍ଡ କରିବା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ-ବିସିସିଆଇ ।  ଭାରତୀୟ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଧୋନୀଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ।

ସେପଟେ ୭ ନମ୍ବର ଜର୍ସି ପାଇଁ ଅନୁରୋଧ ନ କରିବାକୁ ବର୍ତ୍ତମାନର ଯୁବ କ୍ରିକେଟରଙ୍କୁ ବିସିସିଆଇ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । ସାଧାରଣତଃ ଭାରତ ପାଇଁ ଡେବ୍ୟୁ କରିବା ପରେ ଭାରତୀୟ କ୍ରିକେଟରଙ୍କୁ ନିଜ ପସନ୍ଦର ଜର୍ସି ନମ୍ବର ବାଛିବା ଲାଗି ଅନୁମତି ଦିଆଯାଇଥାଏ । ଆଇସିସି ନିୟମ ଅନୁସାରେ, ଖେଳାଳିମାନେ ୧ରୁ ୧୦୦ ଭିତରେ ଯେ କୌଣସି ନମ୍ବର ବାଛିପାରିବେ ।

ନିଜର ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରେ ଧୋନୀ ୭ ନମ୍ବର ଜର୍ସି ପିନ୍ଧି କ୍ରିକେଟ ଖେଳୁଥିଲେ । ଧୋନୀ ଶେଷ ଥର ଲାଗି ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ୨୦୨୦ ଅଗଷ୍ଟ ୧୫ ତାରିଖ ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଥିଲେ । ସେବେଠାରୁ ଭାରତୀୟ କ୍ରିକେଟ ଟିମର କୌଣସି ଖେଳାଳିଙ୍କୁ ୭ ନମ୍ବର ଜର୍ସିରେ ଦେଖିବାକୁ ମିଳୁନାହିଁ ।  ପୂର୍ବରୁ ୨୦୧୭ରେ ବିସିସିଆଇ ପକ୍ଷରୁ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ରିଟାୟାର୍ଡ ଘୋଷଣା କରାଯାଇଥିଲା ।

ଲେଜେଣ୍ତ କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି ବୋର୍ଡ ଅଫ୍‌ କ୍ରିକେଟ୍‌ କଣ୍ଟ୍ରୋଲ ଇଣ୍ତିଆ(BCCI) । ଧୋନି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଖେଳାଳି, ଯାହାଙ୍କର ଜର୍ସି ନଂ ୭ କୁ ଔପଚାରିକ ଭାବେ ଅବସର ଦେଇଛି BCCI । ଆଗାମୀ ଦିନରେ କୌଣସି କ୍ରିକେଟର୍‌ ଏହି ନଂ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ।

ପ୍ରଥମଥର ପାଇଁ କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକର୍‌ଙ୍କ ଜର୍ସି ନଂ ୧୦ କୁ ଅବସର ଦିଆଯାଇଥିଲା । ଏହାପରେ ଭାରତୀୟ କ୍ରିକେଟ୍‌ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI । ଧୋନିଙ୍କ ଭାରତୀୟ କ୍ରିକେଟ୍‌ରେ ଅତୁଳନୀୟ ଅବଦାନକୁ ଦୃଷ୍ଟିରେ ରଖି BCCI ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

କ୍ରିକେଟ୍‌ ଜଗତର ସବୁଠୁ ସଫଳତମ ଅଧିନାୟକ ଭାବେ ଧୋନି ବେଶ୍‌ ପରିଚିତ । ସେ ଭାରତକୁ ୨୦୦୭ ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨୦୧୧ ରେ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୧୩ ରେ ଚାମ୍ପିଆନ୍ସ ଟ୍ରଫି ଜିତାଇଥିଲେ । ICC ର ସମସ୍ତ ଟ୍ରଫି ଜିତିଥିବା ସେ ଏକମାତ୍ର ଭାରତୀୟ ଅଧିନାୟକ ।

ବିସିସିଆଇର ଏହି ନିଷ୍ପତ୍ତି ପରେ ଆଗକୁ କୌଣସି ବି ପୁରୁଣା କିମ୍ବା ନୂଆ ଖେଳାଳି 7 ନଂ ଥିବା ଜର୍ସି ପିନ୍ଧିପାରିବେ ନାହିଁ । ପୂର୍ବରୁ ଓପନର୍ ଶୁବମନ ଗିଲ୍ 7 ନଂ ଲେଖାଥିବା ଜର୍ସି ପିନ୍ଧୁଥିଲେ । କିନ୍ତୁ ପରେ ସେ ଏଥିରେ ପରିବର୍ତ୍ତନ କରି 77 କରିଥିଲେ । ସେହିପରି ଶାର୍ଦ୍ଦୁଲ ଠାକୁର ମଧ୍ୟ ସଚିନ ତେନ୍ଦୁଲକରଙ୍କ 10 ନଂ ଜର୍ସି ପିନ୍ଧୁଥିଲେ । କିନ୍ତୁ ବିସିସିଆଇର ନିଷ୍ପତ୍ତି କ୍ରମେ ସେ ମଧ୍ୟ ଜର୍ସି ସଂଖ୍ୟାରେ ପରିବର୍ତ୍ତନ କରିଥିଲେ ।