/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702638508.jpg)
Tripti Dimri animal fees for intimate scene
ରଣବୀର କପୁର, ବବି ଦେଓଲ, ଅନିଲ କପୁର ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ଆନିମଲ’ରେ ତୃପ୍ତି ଡିମ୍ରୀ କିଛି ମିନିଟର ସିନ୍ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ରେ ରଣବୀର କପୁରଙ୍କ ସହ ତାଙ୍କର ଅନ୍ତରଙ୍ଗ ସିନ୍ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ଏତିକି ସିନ୍ ପାଇଁ ତୃପ୍ତି ଡିମ୍ରୀ କେତେ ଟଙ୍କା ନେଇଛନ୍ତି? ଜାଣିଲା ପରେ ଆପଣ ନିଶ୍ଚିତ କହିବେ ଏହା ବହୁତ କମ୍ ବୋଲି।
ଏକ ରିପୋର୍ଟରେ 'ଆନିମଲ୍' ପାଇଁ ତୃପ୍ତିଙ୍କୁ ମିଳିଥିବା ଫିସ୍ ବିଷୟରେ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ' ଆନିମଲ୍'ରେ କୈମିୟୋ ପାଇଁ ତୃପ୍ତିଙ୍କୁ ମାତ୍ର ୪୦ ଲକ୍ଷ ଟଙ୍କା ଦିଆଯାଇଛି। ତେବେ ଏତିକି ଟଙ୍କା ସେ ନେଇଛନ୍ତି କି ନାହିଁ ତାହା ସରକାରୀ ନୁହେଁ। ସୂଚନାଯୋଗ୍ୟ ଯେ ଫିଲ୍ମରେ ତୃପ୍ତିଙ୍କ ଅନ୍ତରଙ୍ଗ ଦୃଶ୍ୟକୁ ନେଇ ଅନେକ ଆଲୋଚନା ହେଉଛି। ଏଥି ସହିତ ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବଲିଉଡ୍ରେ ଏକ ବଡ ନାମ ପାଲଟିଥିବା ରଣବୀର ଏହି ପିଲ୍ମ ପାଇଁ ପ୍ରାୟ ୭୦ କୋଟି ଟଙ୍କା ନେଇଛନ୍ତି। ରଣବୀର କପୁରଙ୍କ ଅନ୍ସ୍କ୍ରିନ ପତ୍ନୀ ଭୂମିକାରେ ଅଭିନୟ କରିଥିବା ରଶ୍ମିକା ମନ୍ଦନାଙ୍କୁ ପ୍ରାୟ ୪ କୋଟି ଟଙ୍କା ଦିଆଯାଇଛି।
ଭିଲେନ୍ ଭୂମିକାରେ ଅଭିନୟ କରିଥିବା ବବି ଦେଓଲଙ୍କୁ ୪ କୋଟି ଏବଂ ଅନିଲ କପୁରଙ୍କୁ ୨ କୋଟି ଟଙ୍କା ଦିଆଯାଇଛି। ତେବେ ଏହିସବୁ ପ୍ରାପ୍ୟକୁ ଦେଖିଲେ ଦେଖାଯାଏ, ‘ଆନିମଲ୍’ରେ ଯାହାଙ୍କୁ ନେଇ ଏତେ ଚର୍ଚ୍ଚା ତାଙ୍କୁ ସବୁଠାରୁ କମ ଟଙ୍କା ଦିଆଯାଇଛନ୍ତି।
ସୂଚନାଯୋଗ୍ୟ ଯେ ‘ପୋଷ୍ଟର ବୟଜ୍’ ସହ ବଲିଉଡ୍ରେ ଡେବ୍ୟୁ କରିଥିବା ତୃପ୍ତି ଡିମ୍ରୀ 'ଆନିମଲ୍' ପରେ IMDBର "ଲୋକପ୍ରିୟ ଭାରତୀୟ ସେଲିବ୍ରିଟି" ତାଲିକାରେ ଏବେ ଶୀର୍ଷରେ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)