ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବ। ଭାରତୀୟ ରେଲ୍ୱେ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।
ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୮୮୦ ଟଙ୍କା ରହିଛି। ଆଜି ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଛି।
ପଞ୍ଜାବରେ ଆମ୍ ଆଦମୀ ପାର୍ଟି(ଆପ୍)ର ସୁପର ଶୋ’ ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ସବୁ ବିରୋଧୀଙ୍କ ଗଡ଼। ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ-ଅକାଳୀ ପାଳି ରାଜ୍କୁ ଖତମ୍ କରି ବିପୁଳ ବିଜୟ ସହ କ୍ଷମତାକୁ ଆସିଛି ଆପ୍।
ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।
ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍। ଚିତ୍ପଟାଙ୍ଗ୍ ମାରିଲେ ବିରୋଧୀ...
ଦିନେ କମେଡ଼ି କିଙ୍ଗ୍ ଥିଲେ ଏବେ ପଂଜାବର ମୁଖ୍ୟମନ୍ତ୍ରୀ ହେବେ। ପରଦା ପଥରେ ରହି ଅଭିନୟ କରୁଥିଲେ ଏବେ ପଂଜାବର ମଙ୍ଗ ଧରି ଲୋକଙ୍କ ଦୁଃଖ ଶୁଣିବେ
ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଦେଲେ ମୋବାଇଲ ଦୋକାନୀ। ଚନ୍ନିଙ୍କ ଚକ ଜାମ୍ କରି ଯାଦୁ ଦେଖାଇଲେ ଲାଭ୍... ହଜାରେ ନୁହେଁ କି ଦୁଇ ହଜାର ନୁହେଁ ୩୭ ହଜାରରୁ ଅଧିକ ଭୋଟ୍ରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ଲାଭ୍
ଉତ୍ତରପ୍ରଦେଶ ସହିତ ବିଜେପି ଉତ୍ତରପ୍ରଦେଶ, ମଣିପୁର ଏବଂ ଗୋଆରେ ଜିତିଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆଜି ହେଉଛି ଭାରତର ଗଣତନ୍ତ୍ରର ପର୍ବ।
ପ୍ରତ୍ୟେକ ନିର୍ବାଚନ ପରେ, ହାରିଯାଉଥିବା ଦଳଗୁଡିକ ଉପରେ ଏପରି କିଛି ପ୍ରଶ୍ନ ଉଠିଥାଏ ଏବଂ ବିଜୟର ଲହରୀ ସାମ୍ନାରେ, ଏପରି କିଛି ଦଳ ପାଇଁ ଅସହାୟ ମନେ ହୋଇଥାଏ। ୟୁପିରେ ବିଜେପିର ବିଜୟ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆପ୍ର ଦବଦବା ବଢି ବଢି ଚାଲିଛି। ଦେଶରେ କଂଗ୍ରେସର ବିକଳ୍ପ ହେବାର ସ୍ୱପ୍ନ ଦେଖୁଛି ଦଳ। ଦଳର ଏହି ସ୍ୱପ୍ନ କ’ଣ ସଫଳ ହେବ? ଜାତୀୟ ଦଳ ହେବା ନେଇ କ’ଣ ସବୁ ସର୍ତ୍ତ ପୂରଣ କରିବାକୁ ହୁଏ। ଦଳ କ’ଣ ଏହା କରିବାରେ ସଫଳ ହେବ?
ଆଜିକାଲି, ୟୁକ୍ରେନ୍-ଋଷ୍ ଯୁଦ୍ଧରେ ଜେଲେନ୍ସ୍କିକୁ ନେଇ ବେଶ୍ ଚର୍ଚ୍ଚା, ଯିଏ ଜଣେ ହାସ୍ୟ ଅଭିନେତା ଥିଲେ। ଏହାରି ଭିତରେ ୟୁକ୍ରେନ୍ ଠାରୁ ୪,୫୦୦ କିଲୋମିଟର ଦୂର ଭାରତର ପଞ୍ଜାବ ରାଜ୍ୟର କମାଣ ଧରିବାକୁ ଯାଉଛନ୍ତି ଭଗୱନ୍ତ ମାନ। ସିଏ ବି ଥିଲେ ଜଣେ ହାସ୍ୟ ଅଭିନେତା। ତେବେ ଆସନ୍ତୁ ଜାଣିବା ଅଧାରୁ ପାଠ ଛାଡିଥିବା ଭଗୱନ୍ତ କିପରି ଏତେ ବାଟ ଗଲେ…
୨୦୧୭ରେ ଗୋଆରେ ଆଗରେ ଥାଇ ବି ସରକାର ଗଠନ କରିପାରିନଥିଲା କଂଗ୍ରେସ। ୨୦୧୭ରେ ୪୦ଟି ଆସନରୁ କଂଗ୍ରେସକୁ ଏକାକୀ ମିଳିଥିଲା ୧୭ଟି ଆସନ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ବାଚନରେ ହାରିଛନ୍ତି। ଆମ୍ ଆଦମୀ ପାର୍ଟି(ଆପ୍) ପ୍ରାର୍ଥୀ ଅଜିତ୍ ପାଲ୍ ସିଂ କୋହଲିଙ୍କ ଠାରୁ ପାରମ୍ପରିକ ପଟିଆଲା ଅର୍ବାନ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ହାରିଛନ୍ତି।
ପଞ୍ଜାବରେ ଏଥର ଜନାଦେଶ ଅଲଗା ପ୍ରକାରର ହୋଇଛି । ଜଣେ ଅଭିନେତା ବସିବେ ମୁଖ୍ୟମନ୍ତ୍ରୀ ଆସନରେ ।
ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍ଘାତରେ ପରଲୋକ ହୋଇଛି।
ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ । 2017 ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରିଛି ।
ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି।
ପ୍ରାରମ୍ଭିକ ଟ୍ରେଣ୍ଡରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି।
ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି।
୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।
ଟ୍ରେଣ୍ଡ୍ ଅନୁସାରେ,ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି।
ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।
ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।
ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି ।