Advertisment

୨୦୧୭ରେ ଗୋଆରେ ଜିତିକି ବି ହାରିଥିଲା କଂଗ୍ରେସ, ଏଥର ଅଳ୍ପକେ କଟିଲା

୨୦୧୭ରେ ଗୋଆରେ ଆଗରେ ଥାଇ ବି ସରକାର ଗଠନ କରିପାରିନଥିଲା କଂଗ୍ରେସ। ୨୦୧୭ରେ ୪୦ଟି ଆସନରୁ କଂଗ୍ରେସକୁ ଏକାକୀ ମିଳିଥିଲା ୧୭ଟି ଆସନ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Goa Election Results

Goa Election Results

ଚଳିତ ଗୋଆ ବିଧାନସଭା ନିର୍ବାଚନରେ ୪୦ଟି ଆସନରୁ ଟ୍ରେଣ୍ଡ୍‌ ଅନୁସାରେ, ବିଜେପି ୧୯ଟି, କଂଗ୍ରେସ ୧୨ଟି, ଟିଏମ୍‌ସି ୩ଟି, ଆମ୍‌ ଆଦମୀ ପାର୍ଟି ୩ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛି। ମ୍ୟାଜିକ୍‌ ନମ୍ବର ୨୧ ଥିବାବେଳେ ବିଜେପି ୧୯ଟି ଆସନରେ ଆଗୁଆ ରହିଛି। ତେବେ ଦୁଇ ସ୍ୱାଧୀନ ସଦସ୍ୟ ବିଜେପିକୁ ସମର୍ଥନ ନେଇ ଘୋଷଣା କରିଛନ୍ତି। ସ୍ୱାଧୀନ ସଦସ୍ୟ ମାନୁଏଲ ଭାଜ୍ ଓ ଆଲେକ୍ସିଓ ରିଗିନାଲ୍ଡୋ ବିଜେପିକୁ ସମର୍ଥନ ଜଣାଇଛନ୍ତି। ଏହାପରେ ଗୋଆରେ ବିଜେପି ସରକାର ଗଠନ କରିବା ନେଇ ଏକ ବାଟ ସଫା ହୋଇଛି। 

Advertisment

୨୦୧୭ରେ ଗୋଆରେ ସଂଖ୍ୟା ଗରିଷ୍ଠତା ଥାଇ ବି ସରକାର ଗଠନ କରିପାରିନଥିଲା କଂଗ୍ରେସ। ୨୦୧୭ରେ ୪୦ଟି ଆସନରୁ କଂଗ୍ରେସକୁ ଏକାକୀ ମିଳିଥିଲା ୧୭ଟି ଆସନ। ସେହିପରି ବିଜେପିକୁ ମିଳିଥିଲା ୧୩ଟି ଆସନ। ଅନ୍ୟାନ୍ୟ ଓ ସ୍ୱାଧୀନ ପ୍ରାର୍ଥୀ ୧୦ଟି ସିଟ୍ ହାସଲ କରିପାରିଥିଲେ। କଂଗ୍ରେସ ଅନ୍ୟ ଦଳଠୁ ଅଧିକ ଆସନ ହାତେଇ ଥିଲେ ମଧ୍ୟ ନିଷ୍ପତ୍ତି ନେବାରେ ଅକ୍ଷମତା ଓ ପାରଦର୍ଶୀ ନେତୃତ୍ୱ ଅଭାବରୁ ବିଜେପି ବାଜି ମାରି ନେଇଥିଲା। 

କଂଗ୍ରେସ ପାଇଁ ଘାତକ ହୋଇଥିଲା ଗୋଆ ଫରଓ୍ୱାର୍ଡ ପାର୍ଟି ନେତା ବିଜୟ ସରଦେଶାଇଙ୍କ ବିରୋଧରେ ପ୍ରାର୍ଥୀ ଦେବା। ସରଦେଶାଇଙ୍କୁ ସମର୍ଥନ ପ୍ରତିଶ୍ରୁତି ସତ୍ତ୍ୱେ ଦଳ ଭିତରେ ବିରୋଧ ଦୃଷ୍ଟିରୁ ତାଙ୍କ ବିରୋଧରେ ଶେଷ ମୁହୂର୍ତ୍ତରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲା। ଦିଲ୍ଲୀରେ ପୁରା ଦିନ ଅପେକ୍ଷା କରି କଂଗ୍ରେସ ନେତୃତ୍ୱକୁ ଭେଟି ନପାରି ସରଦେଶାଇ ନିରାଶ ହୋଇ ଫେରିଥିଲେ।

Advertisment

ରେଜଲ୍ଟ ଘୋଷଣା ପରେ ବି ୩ ଆସନ ଜିତିଥିବା ସରଦେଶାଇଙ୍କ ପାର୍ଟିକୁ ସରକାର ଗଠନ ନେଇ କଂଗ୍ରେସରୁ କୌଣସି ପ୍ରସ୍ତାବ ଯାଇନଥିଲା।ବିଜେପି ପ୍ରସ୍ତାବ ମିଳିବା କ୍ଷଣି ତାକୁ ଗ୍ରହଣ କରିଥିଲେ ସରଦେଶାଇ। କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନରେ ବିଳମ୍ବ ବିଜେପିକୁ ସୁହାଇଥିଲା।୨ ବର୍ଷ ପରେ ବାବୁ କାଭ୍ଲେକରଙ୍କ ନେତୃତ୍ୱରେ ୧୫ ବିଧାୟକ କଂଗ୍ରେସ ଛାଡି ବିଜେପିରେ ମିଶିବା ପରେ ଦଳ ନିଜ ସତ୍ତା ହରାଇଥିଲା। 

Assembly Elections 2022 Election Results 2022 Goa Election Results
Advertisment
Advertisment