/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646978403.jpg)
Punjab Election Results 2022
ପଞ୍ଜାବରେ ଆମ୍ ଆଦମୀ ପାର୍ଟି(ଆପ୍)ର ସୁପର ଶୋ’ ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ସବୁ ବିରୋଧୀଙ୍କ ଗଡ଼। ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ-ଅକାଳୀ ପାଳି ରାଜ୍କୁ ଖତମ୍ କରି ବିପୁଳ ବିଜୟ ସହ କ୍ଷମତାକୁ ଆସିଛି ଆପ୍। ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକାକି ୯୨ ଆସନ ହାସଲ କରିଛି।
Advertisment
କ୍ଷମତାରେ ଥିବା କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତି ଥିବାବେଳେ ବିଜେପିକୁ ୨ ଓ ଶିରୋମଣି ଅକାଳୀ ମେଣ୍ଟ ସପକ୍ଷରେ ଯାଇଛି ୩ଟି ସିଟ୍। ସେହିପରି ବିଏସ୍ପିକୁ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ସିଟ୍ ମିଳିଛି। ଧୁରି ଆସନରୁ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ୫୭ ହଜାରରୁ ଅଧିକ ଭୋଟ୍ରେ ଜିତି କମେଡି କିଙ୍ଗ୍ରୁ ହେବାକୁ ଯାଉଛନ୍ତି ପଞ୍ଜାବର ନୂଆ ସିଏମ୍।
ପଞ୍ଜାବରେ ଆପ୍କୁ ୪୨% ଭୋଟ୍ ମିଳିଛି। ସେହିପରି କଂଗ୍ରେସକୁ ୨୩ ଓ ଶିରୋମଣି ଅକାଳି ଦଳକୁ ୧୮.୪% ଭୋଟ୍ ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)