/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646985676.jpg)
Indian Railways
ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବ। ଭାରତୀୟ ରେଲ୍ୱେ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଏନେଇ ସମସ୍ତ ରେଲ୍ୱେ ଜୋନ୍ର ଜେନେରାଲ୍ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।
Advertisment
ମହାମାରୀ କରୋନା ଏବଂ କୋଭିଡ୍ ପ୍ରୋଟୋକଲ୍କୁ ଦୃଷ୍ଟିରେ ରଖି ଟ୍ରେନ୍ରେ ଯାତ୍ରୀଙ୍କ ସୁବିଧା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଥିଲା। ଏହାଦ୍ୱାରା ଟ୍ରେନ୍ ଭିତରେ ଯାତ୍ରୀମାନଙ୍କ ପାଇଁ ଚାଦର, କମ୍ବଳ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ତେବେ କରୋନା ସଂକ୍ରମଣ ହ୍ରାସ ପରେ ରେଳବାଇ ପକ୍ଷରୁ ଏହିସବୁ ସେବା ଯୋଗାଣ ଉପରେ ପ୍ରତିବନ୍ଧକ ହଟାଇବା ସହ ପୁନର୍ବାର ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ପୂର୍ବ ଅବଧି ଭଳି ଆବଶ୍ୟକ ଅନୁସାରେ, ଗତକାଲିଠୁ ଏହି ସେବା ପୁନର୍ବାର ପ୍ରଦାନ କରାଯାଇଛି। ପୂର୍ବରୁ କରୋନା କଟକଣା ଯୋଗୁ ରେଲ୍ୱେ ଏସବୁ ସେବା ବନ୍ଦ ରଖିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)