Advertisment

ୟୁପିରେ ମୋଦି-ଯୋଗୀଙ୍କ ହାୱାରେ ବିରୋଧୀ ଚିତ୍‌ପଟାଙ୍ଗ, ଉଡ଼ିଲା ବିଜେପିର ବିଜୟ ବାନା

ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।

author-image
Rajalaxmi Sahoo
PM Modi & Yogi Adityanath

PM Modi & Yogi Adityanath

ଉତ୍ତରପ୍ରଦେଶରେ ପୁଣି ଯୋଗୀ ରାଜ୍। ଦୀର୍ଘ ୩୭ ବର୍ଷ ପରେ ୟୁପିରେ କ୍ରମାଗତ ଦ୍ୱିତୀୟ ଥର ଶାସନ ଗାଦିକୁ ଫେରିଛନ୍ତି କୌଣସି ମୁଖ୍ୟମନ୍ତ୍ରୀ। ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।

Advertisment

୨୦୧୭ ତୁଳନାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଭଲ ପ୍ରଦର୍ଶନ କରିଥିଲେ ବି ବିଜୟଠାରୁ ବହୁ ଦୂରରେ ରହି ଯାଇଛି ସପା। ଅନ୍ୟପକ୍ଷରେ, ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। 

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଲକ୍ଷେରୁ ଅଧିକ ଭୋଟ୍‌ରେ ଜିତିଛନ୍ତି। ୫ଥର ସାଂସଦ ରହିଥିବା ଯୋଗୀ ଆଦିତ୍ୟ ନାଥ ୨୦୧୭ ମସିହାରେ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ। ବିଧାନ ପରିଷଦ ସଦସ୍ୟ ହେବାପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। 

Advertisment

ତେବେ ଚଳିତଥର ବିଧାନସଭା ନିର୍ବାଚନରେ ୪୦୩ ‌ଆସନ ବିଶିଷ୍ଟ ଦେଶରବଡ଼ ରାଜ୍ୟ ୟୁପିରେ ବିଜେପିର ବିଜୟ ସହ ଏକାକି ୨୫୫ ସିଟରେ ବିଜୟୀ ହୋଇଛି। ୧୧୧ଟି ଆସନ ସମାଜବାଦୀ ପାର୍ଟିକୁ ଏବଂ ରାଷ୍ଟ୍ରୀୟ ଲୋକଦଳକୁ ୮ଟି ଆସନ, ଆପ୍‌ନା ଦଳ ୧୨ଟି ସିଟ୍ ହାତେଇ ନେଇଛି। ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିବା ବେଳେ ବିଏସ୍‌ପି ଖାତାକୁ ମାତ୍ର ଗୋଟିଏ ଆସନ ଯାଇଛି।

Assembly Elections 2022 Election Results 2022 UP Election Results
Advertisment
Advertisment