ଆସନ୍ତାକାଲି ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ। ଆଜି ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ପ୍ରାର୍ଥୀବ ଶରୀର ରଖାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।
ଟେନ୍ସନ୍ ଦେଉଛି କରୋନା। ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ ସ୍ଥିର ରହୁଛି ସତ କିନ୍ତୁ ସଂକ୍ରମଣକୁ ନେଇ ନୀତି ଆୟୋଗ ଯେଉଁ ତଥ୍ୟ ଦେଇଛି ତାହାକୁ ନେଇ ପୁଣି ଏବେ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଯେଉଁ ସଂକ୍ରମଣ ହେବ ଅର୍ଥାତ୍ ଯଦି କରୋନାରେ ୧୦୦ ଜଣ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ମେଡ଼ିକାଲରେ ଭର୍ତ୍ତି ହେବେ
ଦେଶରେ ସ୍ଥିର ରହୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ମହମାରୀ ଦୋଳି ଖେଳିବା ପରେ ପ୍ରାୟ ୩ ଦିନ ହେବ ସଂକ୍ରମଣ ସ୍ଥିର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୩୦,୯୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୪,୨୪,୨୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୪,୩୬୭ରେ ପହଞ୍ଚିଛି ସୁସ୍ଥଙ୍କ ସଂଖ୍ୟା
ପେଟ୍ରୋଲ ଦର ସ୍ଥିର ଥିବାବେଳେ ଲଗାତାର ତିନି ଦିନ ହେବ କମିଆସୁଥିଲା ଡିଜେଲ ଦର । ହେଲେ ୪ ର୍ଥ ଦିନରେ ଆଜି ଡିଜେଲ ସହ ପେଟ୍ରୋଲ ଦର ମଧ୍ୟ କମିଛି। ଭାରତୀୟ ତୈଳ କମ୍ପାନୀ ତଥା ଇଣ୍ଡିଆନ ଅଏଲ ପକ୍ଷରୁ ଆଜି ପେଟ୍ରୋଲ ଓ ଜିଜେଲର ନୂଆ ଦର ଲାଗୁ ହୋଇଛି ।
ଆଫଗାନିସ୍ତାନର ଦୁର୍ଦ୍ଦଶା ବର୍ଣ୍ଣନା କରିହେବ ନାହିଁ । ଆଖିରେ ନଦେଖିଲା ଲୋକ କାବୁଲ ସ୍ଥିତି ସମ୍ପର୍କରେ ହୃଦୟଙ୍ଗମ କରିପାରିବ ନାହିଁ । କେତେବେଳେ ବି ଜୀବନ ଚାଲିଯାଇପାରେ । ତେବେ ଏହାରି ଭିତରେ କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି । ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କ ମଧ୍ୟରେ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି ଭାରତ ସରକାର ।
କାବୁଲରୁ ଫେରୁଛନ୍ତି ୧୩୫ ଭାରତୀୟ । କାତାର ଦୋହା ଦେଇ ସମସ୍ତ ଭାରତୀୟ ସ୍ୱଦେଶ ଫେରୁଛନ୍ତି । ଭାରତୀୟମାନେ ଘରକୁ ଫେରୁଥିବା ନେଇ କାତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୧୩୫ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ୍ ଆଜି ରାତିରେ ଭାରତରେ ପହଞ୍ଚିବ ।
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ । ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମୁମ୍ବାଇ ଏୟାରପୋର୍ଟରେ ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର। ଏୟାରପୋର୍ଟ ଏଣ୍ଟ୍ରି ବେଳେ ସିକ୍ୟୁରିଟି ଯାଂଚ୍ ସମୟରେ ଭାଇଜାନଙ୍କୁ ଅଟକାଇ ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ ଅଫିସର
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପଟେନ ଅମରିନ୍ଦର ଶୁକ୍ରବାର ଦିନ 2.85 ଲକ୍ଷ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ 520 କୋଟି ଟଙ୍କା ଋଣ ଛାଡ ଯୋଜନା ଆରମ୍ଭ କରିଛନ୍ତି ।
ଦେଖୁ ଦେଖୁ ଆଖି ଆଗରେ ଧସିଲା ପାହାଡ଼ । ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ । ଏମିତି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ନୈନିତାଲରେ । ସେଠାକାର ପାହାଡ଼ିଆ ରାସ୍ତାରେ ଏକ ବସ୍ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍ ଧସିଲା ପାହାଡ଼ ।
ରାଜନୀତିରେ ନବୀନ ପଟ୍ଟନାୟକ ପ୍ରବେଶ ସମୟରେ ସେ 'ବିଜୁ ବାବୁଙ୍କ ପୁଅ' ଭାବରେ ସମ୍ମାନିତ ହେବା ସହ ପରିଚୟ ପାଇଥିଲେ । ହେଲେ ବିଗତ ୨୪ ବର୍ଷ ମଧ୍ୟରେ ସେ ନିଜ ପାଇଁ ଏକ ସାମାଜ୍ର୍ୟ ଗଢ଼ିଦାଇଛନ୍ତି । ଲୋକମାନେ ସାଧାରଣତଃ କ୍ଷମତା ଏବଂ ସମୟ ସହିତ ପରିବର୍ତ୍ତନ ହୋଇଯାଆନ୍ତି । କିନ୍ତୁ ସେ ଜଣେ ନିଆରା ଓ ଅତି ସରଳ ମଣିଷ
ସୁଧୁରୁନି ଭୂମାଫିଆ ଚୀନ । ପୁଣି ଭାରତ ଉପରେ ଡ୍ରାଗନର ଆଖି । ଭାରତ ସୀମାରେ ଚୀନ ବର୍ତ୍ତମାନ ସୁଦ୍ଧା ୫୦୦ ଗାଁ ତିଆରି କରିସାରିଲାଣି । ଗାଁ ତିଆରି କରିବା ବାହାନାରେ ଚୀନ ସୀମା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନିର୍ମାଣ କରି ସାରିଲାଣି
ଜାମ୍ମୁ ଓ କାଶ୍ମୀରର ଅବନ୍ତିପୋରା ଟ୍ରାଲ ସେରର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆଙ୍କବାଦୀ ମୃତ। ନିହତ ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ବୋଲି କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକ ନାଁ ଓ୍ୱକିଲ ଶାହ ବୋଲି ଜଣାପଡ଼ଛି। ସେମାନଙ୍କ ପାଖରୁ ୩ଟି ରାଇଫଲ୍ ଜବତ ହୋଇଛି।
ଦୀର୍ଘ ୨୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଜଣେ ପାକିସ୍ଥାନୀ ମହିଳା ,କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ ଅଟେ । ଏହି ପାକିସ୍ଥାନୀ ମହିଳା ଜଣକ ହେଲେ କମର ଜହାଁ । କମର ଜହାଁ ପ୍ରତିବର୍ଷ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ।
ଗୁଜରାଟର କଚ୍ଛରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।
ACP ସତ୍ୟେନ୍ଦ୍ର କୁମାର ଶୁକ୍ଳ କହିବାନୁସାରେ ୪ଜଣକୁ ଗିରଫ ହେବା ସହ ୬ଜଣକୁ ଖୁବ ଶୀଘ୍ର ପୋଲିସ୍ ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଛି। ଏହି ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିହଂ କହିଛନ୍ତି।
ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଜାରି ରହିଛି ଲଗାଣ ବର୍ଷା। ଚାରିଆଡ ଜଳାର୍ଣ୍ଣବ। ଯେମିତି ଜଳବନ୍ଦୀ ଅବସ୍ଥାରେ ଅଛି ଦେଶର ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି।
ସାରା ବିଶ୍ୱjl ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି । ଆତଙ୍କବାଦ ପ୍ରସଙ୍ଗରେ ଏହା କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆତଙ୍କବାଦକୁ ନେଇ ସେ କହିଛନ୍ତି, ଭାରତ ବହୁ ବର୍ଷ ହେଲା ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି ।
ଆମ ଗାଲାକ୍ସି ମିଲ୍କି ୱେର ଆକୃତି ସର୍ପିଳ ଏବଂ ଏହାର ଅନେକ ଅଂଶ ଆମ ବୈଜ୍ଞାନିକମାନଙ୍କ ପାଇଁ ଅଜ୍ଞାତ। ଆମ ପୃଥିବୀ ଗାଲାକ୍ସି ଭିତରେ କେଉଁଠି ଅବସ୍ଥିତ ତାହା ଅଧ୍ୟୟନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଏହି ବିସ୍ତୃତ ସ୍ତରର ଗଠନ ବିଷୟରେ ନୂତନ ସୂଚନା ହାସଲ କରିଛି। ବୈଜ୍ଞାନିକମାନେ ମିଲ୍କି ୱେର ସର୍ପିଳ ବାହୁରେ କିଛି ଯୁବ ତାରକା ଏବଂ ତାରକା ସୃଷ୍ଟି କରୁଥିବା ମେଘର ଏକ କ୍ଲଷ୍ଟରକୁ ଚିହ୍ନଟ କରିଛନ୍ତି ଯାହା ଏଥିରୁ ବାହାଆସିବା ସହିତ ଭାଙ୍ଗିଯିବାର ସୂଚନା ଦେଇଛି।
ବ୍ୟାଙ୍କ୍ ଲକର୍ରେ ରଖାଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ୍ କର୍ତ୍ତୃପକ୍ଷ। ଲକରର ବାର୍ଷିକ ଦେୟ ଯେତେ ଥିବ, ତା’ର ଶହେ ଗୁଣା କ୍ଷତିପୂରଣ ଗ୍ରାହକକୁ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ୍। ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅବହେଳାରୁ କ୍ଷତି ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଦାୟୀ ହେବେ ନାହି। ତା ଛଡ଼ା ଲକର୍ ସାମଗ୍ରୀ ପାଇଁ ସଂପୃକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବୀମା ବିକ୍ରି କରି କରିପାରିବେ ନାହିଁ ।
ଖୁବ୍ ଶୀଘ୍ର ଖାଇବା ତେଲ ଦର କମିବ। ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍ ଅଏଲସ୍ (ଅଏଲ ପାମ୍) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।
ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି।
ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ପୃଥିବୀ ଏବଂ ଆମର ସୌର ପ୍ରଣାଳୀର ଜନ୍ମ ରହସ୍ୟ ଜାଣିବା ପାଇଁ ଆମ ଜ୍ୟୋତିର୍ବିଜ୍ଞାନୀମାନଙ୍କର ବହୁତ ଆଶା ଅଛି। ଏଥିରୁ ସେମାନେ ଏହିପରି ଅନେକ ପ୍ରଶ୍ନର ଉତ୍ତର ପାଇପାରିବେ ଯାହା କେବଳ ଜୀବନର ଉତ୍ପତ୍ତି ବିଷୟରେ କହିପାରିବ ତାହା ନୁହେଁ ବରଂ ଆମର ବର୍ତ୍ତମାନ ଜୀବନର ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରିବ।
ଅଲିମ୍ପିକ୍ସ ହିରୋଙ୍କୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଅନ୍ୟ ଅଲିମ୍ପିଆନ୍ସଙ୍କୁ ଭେଟିଥିଲେ । ତେବେ ଏହାରି ଭିତରେ ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ବାର୍ତାଳାପର କିଛି ଅଂଶ ।