Advertisment

ଶିକ୍ଷକଙ୍କର ସ୍ୱଚ୍ଛତା ମନୋବୃତ୍ତି : ଟିଣରୁ ତିଆରି କରନ୍ତି ଡଷ୍ଟବିନ୍ ଆଉ ବାଣ୍ଟନ୍ତି

ଶିକ୍ଷକର କାମ ଯେ କେବଳ ପିଲାଙ୍କୁ ଭଲ ପାଠ ପଢେଇବା ତାହା ନୁହେଁ, ବରଂ ସମାଜରେ ଏକ ନାଗରିକର କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ମଧ୍ୟ ଜଣେଇବା। ଠିକ ଏହିଭଳି କାମ କରୁଛନ୍ତି ଅଲ୍ମୋଡାରେ କଣ୍ଟରମ୍ୟାନ ଭାବେ ବେଶ ଜଣାଶୁଣା ଜମୁନା ପ୍ରସାଦ ତିୱାରୀ। ତେବେ ଆସନ୍ତୁ ଜାଣିନେବା ଏହି ଭିନ୍ନ ଶିକ୍ଷକ ଓ ତାଙ୍କ ମହାନତା ବିଷୟରେ।

author-image
Pramod Behera
ଅଦ୍ୟତନ ହୋଇଛି
Cunterman

Cunterman

ଅଲ୍ମୋଡା : ଶିକ୍ଷକର କାମ ଯେ କେବଳ ପିଲାଙ୍କୁ ଭଲ ପାଠ ପଢେଇବା ତାହା ନୁହେଁ, ବରଂ ସମାଜରେ ଏକ ନାଗରିକର କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ମଧ୍ୟ ଜଣେଇବା। ଠିକ ଏହିଭଳି କାମ କରୁଛନ୍ତି ଉତ୍ତରାଖଣ୍ଡର ଅଲ୍ମୋଡାରେ କଣ୍ଟରମ୍ୟାନ ଭାବେ ବେଶ ଜଣାଶୁଣା ଜମୁନା ପ୍ରସାଦ ତିୱାରୀ। ତେବେ ଆସନ୍ତୁ ଜାଣିନେବା ଏହି ଭିନ୍ନ ଶିକ୍ଷକ ଓ ତାଙ୍କ ମହାନତା ବିଷୟରେ।

Advertisment
Cuntermanକଣ୍ଟରମ୍ୟାନ୍

ଜମୁନା ପ୍ରସାଦ ତିୱାରୀ ହେଉଛନ୍ତି ଦ୍ୱାରାହାଟର ରାଜକୀୟ୍ ଇଣ୍ଟର କଲେଜ ବଟୁଲିୟାର ଜୀବ ବିଜ୍ଞାନ ଶିକ୍ଷକ। ସେ ଶିକ୍ଷାଦାନ କରନ୍ତି ସତ, କିନ୍ତୁ କଣ୍ଟେନରକୁ ଡଷ୍ଟବିନ୍ କରି ସ୍ଥାନୀୟ ଅଞ୍ଚଳରେ ବିନା ମୂଲ୍ୟରେ ମଧ୍ୟ ବାଣ୍ଟନ୍ତି। ଶିକ୍ଷାଦାନ ପରେ ତାଙ୍କୁ ଯେଉଁ ବାକି ସମୟ ମିଳେ ସେ ବାହାରି ପଡନ୍ତି ବିଭିନ୍ନ ଆଡୁ ଟିଣ ଡବା ସଂଗ୍ରହ କରିବା ନେଇ। ଏହାକୁ ଏକାଠି କଲା ପରେ କେଉଁଠି ଚେପା ଥିଲେ ବାଡେଇକି ସିଧା କରନ୍ତି, ଫଟା ଥିଲେ ମରାମତି କରନ୍ତି। ସେଗୁଡିକୁ ଭଲ ଭାବେ ସଫା କରନ୍ତି ଓ ସେଥିରେ ରଙ୍ଗ ମାରନ୍ତି। ବିଶେଷ କରି ସବୁଜ ରଙ୍ଗକୁ ସେ ବ୍ୟବହାର କରନ୍ତି।

Cuntermanକଣ୍ଟରମ୍ୟାନ୍

ଯିଏ ଦେଖିବ ସିଏ ଭାବିବ ଯେ ସତେ ଯେପରି ଏହା ତାଙ୍କର ବେଉସା। କିନ୍ତୁ ଏସବୁ କେବଳ ସେବା ମନୋବୃତ୍ତି ନେଇ କରନ୍ତି। ଟିଣର ଚାରିପାଖେ ରଙ୍ଗ ମାରିବା ପରେ ସେ ଧଳା ରଙ୍ଗରେ ସୁନ୍ଦର ଭାବେ ସ୍ୱଚ୍ଛତାର ବାତାବରଣ ଲେଖନ୍ତି। ଏହି ଡଷ୍ଟବିନରେ ଦେଖାଯାଏ ଯେ ଗାନ୍ଧୀଙ୍କ ଚଷମାର ଚିତ୍ର ହେବା ସହ ସ୍ୱଚ୍ଛ ଭାରତ ଲେଖାଯାଇଛି। ଏହା ସହିତ ଲେଖାଯାଇଛି ମଧ୍ୟ କଣ୍ଟର ଅଭିଯାନ, ଡଷ୍ଟବିନ୍ ସୋ, ଜେ ପି ତିୱାରୀ(କଣ୍ଟରମ୍ୟାନ୍)। କେତେକରେ ଅଧିକାରୀ ଜେନେରାଲ୍ ଷ୍ଟୋର୍‌ ଘଟଗଡ, ଭାବନା ମଟପାଲ୍ ଧରମଗାଁଓ ମଧ୍ୟ ଲେଖାଯାଇଛି।

Advertisment
Cuntermanକଣ୍ଟରମ୍ୟାନ୍

ଜମୁନା ପ୍ରସାଦ ବିଗତ ୫ ବର୍ଷ ହେଲା ଏହି କାମ କରିଆସୁଛନ୍ତି। ଉଦ୍ଦେଶ୍ୟ ହେଲା ସ୍ୱଚ୍ଛତା ଓ ପର୍ଯ୍ୟାବରଣ ସଂରକ୍ଷଣ। ଏନେଇ ତାଙ୍କୁ ମିଳିଛି ଅନେକ ପୁରସ୍କାର। ତାଙ୍କର ଏହି କାମ ନେଇ ଲୋକେ ତାଙ୍କୁ କଣ୍ଟରମ୍ୟାନ ଭାବେ ମଧ୍ୟ ଜାଣନ୍ତି। ଏହି କାମ ପାଇଁ ତାଙ୍କୁ ୨୦୧୬ରେ ରାଜ୍ୟପାଳ ପୁରସ୍କାର ଓ ୨୦୧୭ରେ ଶୈଳେଶ ମଟିୟାନୀ ପୁରସ୍କାର ମଧ୍ୟ ମିଳିଛି।

Cuntermanକଣ୍ଟରମ୍ୟାନ୍

ସାମାଜିକ କର୍ମୀ ସଞ୍ଜୟ କୁହନ୍ତି ଯେ ଏହି ଶିକ୍ଷକଙ୍କ ପ୍ରେରଣା ଯୋଗୁଁ ଅନେକ ଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ନିଜ ନାମକୁ ଉଜ୍ଜ୍ୱଳ କରିଛନ୍ତି। ଜମୁନା ପ୍ରସାଦ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଡିପାରିଛନ୍ତି।

Uttarakhand Cunterman
Advertisment
Advertisment