ଏଇ ଗେଷ୍ଟ ହାଉସରେ ଅଟକ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ହେଲେ ବସିବା ବଦଳରେ ଗେଷ୍ଟହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା। ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।
ଦିନେ ସେ ଥିଲେ ଡାଟା ଏଣ୍ଟ୍ରି ଅପରେଟର। କମ୍ପୁଟରରେ ଡିଟିପି କରି କରି ମାସକୁ ପାଉଥିଲେ ୮ ହଜାର ଟଙ୍କା ଦରମା। ହଠାତ ଖୋଲି ଗଲା ତାଙ୍କର ଭାଗ୍ୟ। ରାତାରାତି ହୋଇଗଲେ କୋଟିପତି।
ନିଶା କାରବାର ଅଭିଯୋଗରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି। ଆର୍ୟନଙ୍କ ସହ ଏଜେନ୍ସି ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହାପୂର୍ବରୁ ଏନସିବି ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ ଧାମଚାଙ୍କୁ ଗିରଫ କରିଥିଲା
ପଞ୍ଜାବରେ ସିଏମ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବ ରାଜନୀତିରେ କଂଗ୍ରେସ ଦଳ ଦିନକୁ ଦିନ ଦୁର୍ବଳ ହେଉଥିବାର ଦେଖାଯାଉଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ପତ୍ନୀ ତଥା ସାଂସଦ ପ୍ରୀତି କୋର୍ କଂଗ୍ରେସ ହାଇକମାଣ୍ଡ ଉପରେ ନିଜର କ୍ରୋଧ ଦେଖାଇଛନ୍ତି।
ମେଡିସିନ୍ କ୍ଷେତ୍ରରେ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନଜନକ ପରସ୍କାର ମିଳିବ। ଏହି ଦୁଇ ଜଣ ନୋବେଲ ବିଜେତା ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ଭବ୍ୟ ପୁରସ୍କାର ମିଳି
ଡ୍ରଗ୍ସ ମାମଲାରେ ଫସିଥିବା ପୁଅ ଆର୍ୟନଙ୍କ ସହ ୨ ମିନିଟ ପାଇଁ କଥା ହୋଇଛନ୍ତି ଶାହରୁଖ ଖାନ୍। ସେପଟେ ତାଙ୍କର ପୋଲିସ କଷ୍ଟଡି ଅବଧି ସରୁଥିବାରୁ ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲିଠାରୁ ଆର୍ୟନଙ୍କୁ ଗିରଫ ପରେ ଏନ୍ସିବି ପଚରାଉଚରା ଜାରି ରଖିଥିଲା। ଜେରାବେଳେ ଆର୍ୟନଙ୍କ ପାଖରୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି।
ପାନାମା ପେପର୍ସ ପରେ ଏବେ ପାଣ୍ଡୋରା ପେପର୍ସରେ ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ ଗୁପ୍ତ ଆର୍ଥିକ କାରବାର ଓ ବ୍ୟବସାୟ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ ରହିଛି। ଯେଉଁଥିରେ ୩୦୦ ଭାରତୀୟଙ୍କ ନାଁ ରହିଛି।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ମୃତ ୪ ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କାର ସହାୟତା । ଏହାସହ ପରିବାରର ଜଣକୁ ଚାକିରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ହିଂସା ସମୟର ହୃଦୟବିଦାରକ ଦୃଶ୍ୟ । ପୁଅ ସାମ୍ନାରେ ଗାଡ଼ି ଚଢ଼ାଇ ବାପାର ଜୀବନ ନେଇଗଲେ । ମୃତକ ଦଲଜିତଙ୍କ ସିଂଙ୍କ ପରିବାର ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ହିଂସାକାଣ୍ଡ ସମୟରେ ଦଲଜିତଙ୍କ ୧୫ ବର୍ଷର ପୁଅ ଘଟଣାସ୍ଥଳରେ ଥିଲା । ଆଉ ତା’ରି ଆଖି ସାମ୍ନାରେ ସବୁ କିଛି ଘଟିଗଲା ।
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ନିଜ ବାସଭବନ ଆଗରେ ଧାରଣା ଦେଇଥିବା ଅଖିଳେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଅଟକ ରଖିଛି।
ଲଖିମପୁର ଖେରିରେ ହିଂସା ପରେ ପୂରା ୟୁପି ଏବେ ରାଜନଅତିକ ଅଖାଡ଼ାରେ ପରିଣତ ହୋଇଛି । ବିରୋଧୀଦଳ ନେତାମାନେ ଲକ୍ଷ୍ମୀପୁର ଯାଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସେହିପରି ଲଖିମପୁର ହିଂସା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଦାୟୀ କରିଛନ୍ତି କୃଷକ ।
ମୁମ୍ବାଇରେ କ୍ରୁଜ୍ ଜାହାଜରେ ହୋଇଥିବା ଡ୍ରଗ୍ସ ପାର୍ଟି ମାମଲାରେ କିଙ୍ଗଖାନ୍ ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ଏନ୍ସିବି ଗତକାଲି ତାଙ୍କୁ ହେପାଜତକୁ ନେବା ସହ ଡ୍ରଗ୍ସ ମାମଲାରେ ପଚରାଉଚରା ଚଳାଇଛି। ପଚରାଉଚରା ବେଳେ ଆର୍ୟନ ଦୁଃଖରେ ପୁରାପୂରି ଭାଙ୍ଗି ପଡ଼ିବା ସହ କାନ୍ଦି ପକାଇଥିବା ଜଣାପଡ଼ିଛି।
ଓଭର ବ୍ରିଜ୍ ତଳେ ଫସିଗଲା ପ୍ଲେନ୍ । ରାଜଧାନୀ ଦିଲ୍ଲୀରୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ଏକ ଓଭର ବ୍ରିଜ୍ ତଳେ ଗୋଟେ ପ୍ଲେନ୍ ଅଟକିଯା ରହିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୪୦ ସେକେଣ୍ଡର ଏହି ଭିଡିଓରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ଓଭରବ୍ରିଜ୍ ତଳେ ଏହି ବିମାନଟି ଫସି ରହିଥିବାର ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।
ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ମଡ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ସେଠାରେ ଅନେକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଦେଖନ୍ତୁ ଖବର।
ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।
କାଶ୍ମୀରର ସୁନ୍ଦର ଉପତ୍ୟାକା, ଉଚ୍ଚ ପାହାଡ, ହ୍ରଦ, ସବୁଜିମା ଭରା ଜଙ୍ଗଲ ପ୍ରତ୍ୟେକ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଭିଡ ଜମାନ୍ତି ।
ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନ୍ ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ଓଗାଳିବାକୁ ଏନ୍ସିବି ଚେଷ୍ଟା କରିବ। ଗତକାଲି ଆର୍ୟନଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେମାନଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି।
ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।
ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ହତ୍ୟା ଅଭିଯୋଗ ପରେ ହିଂସାକାଣ୍ଡ । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ସହ ପଞ୍ଜାବ ସରକାରଙ୍କ ଚାଷୀଙ୍କୁ ଅଣଦେଖା ନେଇ ବର୍ଷିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ପଞ୍ଜାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଣ୍ଡିରେ ଧାନ କିଣା ଅବଧି ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ବଢିବା ପରେ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ରେଡ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇ ଏନସିବି ଜୋନାଲ୍ ଡିରେକ୍ଟର ସମୀର ୱାଙ୍ଖଡେ । କାରଣ ସେ ହିଁ ଏହି ରେଡର ନେତୃତ୍ୱ ନେଇଥିଲେ। ଗତ ୧୫ ଦିନ ପୂର୍ବରୁ ଏହି କ୍ରୁଜରେ ପାର୍ଟି ସମ୍ପର୍କରେ ଆଗୁଆ ସୂଚନା ପରେ ସେ ଏହି ଟିମର ନେତୃତ୍ୱ ନେଇ ରେଡ୍ କରିଥିଲେ ଏବଂ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ସମେତ ୮ ଜଣଙ୍କୁ ଗିରଫ କରିଥିଲେ।
ଏଣିକି ଅଫଲାଇନ୍ରେ ମିଳିବନି ସିମ୍ କାର୍ଡ । ଜାଲ ସିମ୍ କାର୍ଡ ଘଟଣାକୁ ନେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ନିୟମ ଅନୁଯାୟୀ ସିମ୍ ବ୍ୟବହାରକାରୀଙ୍କୁ ନୂଆ ନିୟମକୁ ମାନିବାକୁ ପଡିବ । ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆ ଯାଇଛି । ଗ୍ରାହକ ମାନେ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ନିଉ ସିମ୍ ଇନ୍ସୁରାନ୍ସ ରୁଲ୍ସ କରାଯାଇଛି ।