ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କୁ ଜାମିନ ମିଳିବ ନା ଜେଲରେ ତାଙ୍କୁ ରହିବାକୁ ପଡ଼ିବ, ଆଜି ତାହା ସ୍ପଷ୍ଟ ହେବ। ମୁମ୍ବାଇର ସେସନ୍ କୋର୍ଟ ଆଜି ଜାମିନ ଆବେଦନର ରାୟ ଶୁଣାଇବେ । ଗତ ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ । ଗତ ଶୁଣାଣି ବେଳେ ଏନସିବି ଯୁକ୍ତି ଦର୍ଶାଇ ଥିଲା ଯେ, ଆର୍ୟନ ନିୟମିତ ଭାବେ ଡ୍ରଗ୍ସ ନିଅନ୍ତି ।
ଆର୍ୟନ ଖାନ ଗିରଫ ହୋଇ ଏବେ ଜେଲରେ ଥିବା ବେଳେ ଖାଁ ଖାଁ ମନ୍ନତ। ଉଦାସ ହୋଇ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ମାଆ ଗୌରୀ ଖାନ୍। ପୁଅ ନ ଆସିବା ଯାଏଁ ଘରେ କୌଣସି ସେଲିବ୍ରେସନ ହେବନାହିଁ। ଏପରିକି ଘରେ କୌଣସି ସ୍ୱାଦିଷ୍ଟ ଖାଇବା ମଧ୍ୟ ପ୍ରସ୍ତୁତ ନ କରିବାକୁ ହାଉସ୍ ଷ୍ଟାଫଙ୍କୁ କହିଛନ୍ତି ଗୌରୀ।
କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଭୟ ବଢ଼ାଉଛି ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ ହେଲାଣି
କମିଲା ସୁନା ଦର। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୭,୦୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଛି। ଦେଶରେ ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୪୫୦ ଟଙ୍କା ଓ ୫୦,୬୭୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଯଥାକ୍ରମେ ୪୪,୬୨୦ ଟଙ୍କା ଓ ୪୮,୦୭୦ ଟଙ୍କା ରହିଛି ।
ଅଚାନକ ନଦୀରେ ପାଣି ବଢ଼ିଯିବାରୁ ଅନେକ ସ୍ଥାନରେ ଭୁସ୍ଖଳନ। ବଦ୍ରିନାଥ ହାଇୱେର ଲାମ୍ବାଡ଼ରେ ଫସି ଯାଇଥିଲା କାର୍। ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଭାସି ଯାଇଥିଲା। ତେବେ ସୌଭାଗ୍ୟବଶତଃ କାର ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କାର୍କୁ ବି ସୁରକ୍ଷିତ ଭାବେ ବାହାର କରାଯାଇଛି।
ତିଥି ଫିଟିଥିଲା..ନିଷ୍ପତ୍ତି ସରିଥିଲା.. ହେଲେ ଏ ବର୍ଷା ସବୁ ବିଗାଡ଼ିଦେଲା..ପ୍ରବଳ ବର୍ଷା ସାଙ୍ଗକୁ ଜଳାର୍ଣ୍ଣବ ପରିସ୍ଥିତି.. ହେଲେ ବାହା ତ ହେବାର ଅଛି.. ଯେଣ ତେଣ ପ୍ରକାରେଣ ମନ୍ଦିରରେ ବାହାଘର ସରିଲା...
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା..ଭୂସ୍ଖଳନ ଯୋଗୁ ୩ଟି ବଡ଼ ବଡ଼ ରାଜରାସ୍ତା ବନ୍ଦ ହୋଇଯାଇଛି.. ଯୋଗାଯୋଗ ଓ ପରିବହନରେ ବାଧା ସୃଷ୍ଟି ହୋଇଛି.. ଏକାଧିକଙ୍କ ମୃତ୍ୟୁ ହେଲାଣି..
କିଛି ଦିନ ତଳେ ଦଳ ପକ୍ଷରୁ ନୂଆ କରି ରାଷ୍ଟ୍ରୀୟ ପଦାଧିକାରୀ କମିଟି ଗଠନ ହୋଇଥିଲା। ଏହାପରେ ଆଜି ଥିଲା କମିଟିର ପ୍ରଥମ ବୈଠକ। ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବଂ କୋଭିଡ ସ୍ଥିତି ଉପରେ ଆଲୋଚନା ହୋଇଥିଲା।
କେରଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଅବସ୍ଥା ସାଂଘାତିକ। ଏବେବି ଜଳବନ୍ଦୀ ଅବସ୍ଥାରେ ଅନେକ ସହର। ତଥାପି ବାହାଘର ରୋକିପାରିନି ବର୍ଷା ଓ ବନ୍ୟା ବିତ୍ପାତ।
ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ । ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କଲେ ଜାମ୍ମୁକାଶ୍ମୀର ସରକାର । ଦୁବାଇ ସରକାରଙ୍କ ସହ ହୋଇଥିବା ଏହି ଏମଓୟୁ କାଶ୍ମୀରରେ ଶିଳ୍ପାନୁଷ୍ଠାନର କଲଚର ହୋଇଛି ।
ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ଏହା ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ରାମ ରହିମ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅକ୍ଟୋବର ୮ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା
ପାର୍ବଣ ଋତୁରେ ଅପମିଶ୍ରିତ ସାମଗ୍ରୀର ଭୟ ଅଧିକ ଥାଏ । ଏହି ସମୟ ମଧ୍ୟରେ ମଇଦା ଏବଂ ଅଟା ପରି ଖାଦ୍ୟ ସାମଗ୍ରୀ ଅଧିକ ମାତ୍ରାରେ କିଣନ୍ତି ଜନତା । ମିଠା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରିବାରେ ସେଗୁଡିକ ବ୍ୟବହୃତ ହୁଏ
LACରେ ଚୀନ ସେନାକୁ ତ୍ରିଶୁଳ ଓ ବଜ୍ରରେ ଜବାବ ଦେବ ଭାରତୀୟ ସେନା । ସୀମାନ୍ତରେ ସେନାର ମୁକାବାଲି ପାଇଁ ପ୍ରସ୍ତୁତ ହୋଇଛି ଅତ୍ୟାଧୁନିକ ଅଣ ଘାତକ ତ୍ରିଶୁଳ ଓ ବଜ୍ର ।
’ପିଲାଙ୍କୁ ଛାଡ଼ି, ଝିଅ ବୁଲଉଛୁ । ମୁଁ ଘରେ କାମ କରିବି, ତୁ ବାହାରେ ରାତି ରଙ୍ଗୀନ୍ କରିବୁ ।’ବ୍ୟାୟାମ କରିବାକୁ ଜିମ ଯାଇଥିବା ଯୁବକ ଅନ୍ୟ ଯୁବତୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଆଉ ଠିକ୍ ସମୟରେ ଜିମ୍ରେ ପହଞ୍ଚି ସ୍ୱାମୀ ଓ ତା’ର ପ୍ରେମିକାକୁ ଉତ୍ତମ ମଧ୍ୟମ ଦେଲେ ସ୍ତ୍ରୀ । ଭୋପାଳ ସହରର କୋହେଫିଜା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ।
ଦିଲ୍ଲୀ ସରକାର ଆଜି ଠାର ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଫଳ ସ୍ୱରୂପ ରାଜଧାନୀରେ 'ରେଡ୍ ଲାଇଟ୍ ଅନ୍ କାର୍ ଅଫ୍' ଅଭିଯାନ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରେଡ୍ ଲାଇଟ୍ ଜଳିଳେ ତଥା ଟ୍ରାଫିକ୍ରେ ଅଟକିଲେ ଗାଡି ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।
ସୁରତରେ ଏକ ପ୍ୟାକେଜିଂ କମ୍ପାନିରେ ବଡଧରଣର ଅଗ୍ନିକାଣ୍ଡଘଟି ବିପୁଳ କ୍ଷତି । ପାଖାପାଖି ଶହେ ଉର୍ଦ୍ଦ ଲୋକେ ଆହାତ ହୋଇଥିବା ସୂଚନା ମିଳିଛି।
ଗୁଜରାଟର ସୁରଟସ୍ଥିତ କଡ଼ୋଦରାର ଗୁଜୁରାଟ ୱଦ୍ୟୋଗିକ ବିକାଶ ନିଗମରେ ଭୟବହ ଅଗ୍ନିକାଣ୍ଡ । ବିବା ପ୍ୟାକେଜିଂ ମିଲ୍ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁରୁ ବଞ୍ଚିବା ପାଇଁ କିଛି ଶ୍ରମିକ ୫ ମହଲା ଉପରୁ ତଳକୁ ଡେଇଁପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି ।
କେରଳର କିଛି ଜିଲ୍ଲାରେ ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି । ଏହି ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପ୍ରାୟ ଏବେ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।
ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୁଲଗାମ୍ ଆକ୍ରମଣରେ ୨ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଚିନ୍ତା ପ୍ରକାଶ କରିଛନ୍ତି।
କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।
ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭଲ ପାଠ ପଢ଼ୁନଥିଲେ । ନବମ, ଦଶମ ଏବଂ ଏକାଦଶରେ ତୃତୀୟ ଶ୍ରେଣୀରେ କୌଣସି ମତେ ପାସ୍ କରିଥିଲେ । ହେଲେ ଦ୍ୱାଦଶରେ କପି କରିପାରିଲେନି ବୋଲି ତାଙ୍କୁ ବିଫଳ ହେବାକୁ ପଡ଼ିଥିଲା । ପାଢ଼ ପଢ଼ି ଚାକିରି କରିବା ଆଶା ନଥିଲା ତାଙ୍କ
କେରଳରେ ବର୍ଷା ବିତ୍ପାତ । ୧୮ ଜଣଙ୍କ ଜୀବନ ଯିବା ସହ ୨୦ ଜଣ ନିଖୋଜ ଅଛନ୍ତି । ଭାଙ୍ଗିଲା ଘର, ଉପୁଡ଼ିଲା ଗଛ I ରେସ୍କୁ ଅପରେସନରେ NDRF ଟିମ୍ I ଇଡୁକି ଜିଲ୍ଲାରେ ବିଗିଡ଼ିଛି ସ୍ଥିତି I ଜଳ ଘେରରେ ଅନେକ ଲୋକI ରିଲିଫ ଯୋଗାଣରେ ଲାଗିଛି ନୌସେନାର ହେଲିକପ୍ଟର ।
ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାମାୟଣର ଚରିତ୍ରମାନଙ୍କୁ ପରିହାସ କରିବା ତଥା ଅଭଦ୍ରତା କରିଥିବା ଅଭିଯୋଗ ହୋଇଛି
ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି