Advertisment

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଆର୍ୟନଙ୍କ ଜାମିନ ଆବେଦନର ରାୟ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କୁ ଜାମିନ ମିଳିବ ନା ଜେଲରେ ତାଙ୍କୁ ରହିବାକୁ ପଡ଼ିବ, ଆଜି ତାହା ସ୍ପଷ୍ଟ ହେବ। ମୁମ୍ବାଇର ସେସନ୍ କୋର୍ଟ ଆଜି ଜାମିନ ଆବେଦନର ରାୟ ଶୁଣାଇବେ । ଗତ ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ । ଗତ ଶୁଣାଣି ବେଳେ ଏନସିବି ଯୁକ୍ତି ଦର୍ଶାଇ ଥିଲା ଯେ, ଆର୍ୟନ ନିୟମିତ ଭାବେ ଡ୍ରଗ୍ସ ନିଅନ୍ତି ।

author-image
Sarbeswar
ଅଦ୍ୟତନ ହୋଇଛି
aryan khan bail

aryan khan bail

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କୁ ଜାମିନ ମିଳିବ ନା ଜେଲରେ ତାଙ୍କୁ ରହିବାକୁ ପଡ଼ିବ, ଆଜି ତାହା ସ୍ପଷ୍ଟ ହେବ। ମୁମ୍ବାଇର ସେସନ୍ କୋର୍ଟ ଆଜି ଜାମିନ ଆବେଦନର ରାୟ ଶୁଣାଇବେ । ଗତ ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ । ଗତ ଶୁଣାଣି ବେଳେ ଏନସିବି ଯୁକ୍ତି ଦର୍ଶାଇ ଥିଲା ଯେ, ଆର୍ୟନ ନିୟମିତ ଭାବେ ଡ୍ରଗ୍ସ ନିଅନ୍ତି ।

Advertisment

କିଛି ବର୍ଷ ହେଲା ତାଙ୍କର ଏହି ଅଭ୍ୟାସ ଅଛି । ରେଡ୍ ବେଳେ ଆର୍ୟନଙ୍କ ସାଙ୍ଗ ଅର୍ବାଜ ମର୍ଚ୍ଚାଣ୍ଟଙ୍କଠାରୁ ଚରସ୍ ମିଳିଥିଲା। ଏବଂ ଉଭୟେ ଡ୍ରଗ୍ସ ନେବାକୁ ଯୋଜନା କରିଥିବା ଅର୍ବାଜ ସ୍ୱୀକାର କରିଥିଲେ ବୋଲି କହିଥିଲେ ଏନ୍ସିବିର ଓକିଲ। ଆର୍ୟନଙ୍କ କ୍ୱାରେଣ୍ଟିନ ସରିଥିବାରୁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ତାଙ୍କୁ ସାଧାରଣ କଏଦୀ ଭାବେ ରଖାଯାଇଛି । ୧୮ ଦିନ ହେଲାଣି ସେ ଜେଲରେ ଅଛନ୍ତି ।

Advertisment
India NCB Aryan Khan
Advertisment
Advertisment