Advertisment

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

କମିଲା ସୁନା ଦର।‌ ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୭,୦୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଛି। ଦେଶରେ ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୪୫୦ ଟଙ୍କା ଓ ୫୦,୬୭୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଯଥାକ୍ରମେ ୪୪,୬୨୦ ଟଙ୍କା ଓ ୪୮,୦୭୦ ଟଙ୍କା ରହିଛି ।

author-image
Pallipuspa Samal
Gold rate today

Gold rate today

 ନୂଆଦିଲ୍ଲୀ: କମିଲା ସୁନା ଦର।‌ ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୭,୦୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଛି। ଦେଶରେ ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୪୫୦ ଟଙ୍କା ଓ ୫୦,୬୭୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଯଥାକ୍ରମେ ୪୪,୬୨୦ ଟଙ୍କା ଓ ୪୮,୦୭୦ ଟଙ୍କା ରହିଛି ।

Advertisment

ରାଜଧାନୀ ଭୁବନେଶ୍ୱରରେ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୧୮୦ ଟଙ୍କା ଓ ୪୮,୭୧୦ ଟଙ୍କା ରହିଛି ।

Advertisment

ଏହାଛଡା ଦେଶରେ ସୁନାର ଦରଦାମ୍ ବିଭିନ୍ନ ସହରରେ ଭିନ୍ନ ଭନ୍ନ ରହିଛି । ପୂର୍ବ ଭାରତର କୋଲକୋତାରେ ୨୨ କ୍ୟାରେଟ୍ ମୂଲ୍ୟ ୪୪,୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୬୮୦ ରହିଛି । ଚେନ୍ନାଇରେ ୟଥାକ୍ରମେ ୪୬,୭୪୦ ଟଙ୍କା ଓ ୪୯,୪୫୦ ଟଙ୍କା ରହିଛି । ଏପଟେ ଆଜି ରୁପାର ଦର ଦାମ୍ କିନ୍ତୁ ସ୍ଥିର ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୩,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

New Delhi Gold Rate Today
Advertisment
Advertisment